Smriti Mandhana wedding / କେବେ ହେବ ସ୍ମୃତି ମନ୍ଧାନାଙ୍କ ବିବାହ ? ପଲାଶଙ୍କ ମାଆ ଦେଲେ ବଡ଼ ଅପଡେଟ୍
·9 months ago·2 min read

Key Points
ସ୍ମୃତି–ପଲାଶ ବିବାହ କେବେ ?
ପଲାଶଙ୍କ ମାଆ ଦେଲେ ବଡ଼ ଅପଡେଟ୍
ଖୁବଶୀଘ୍ର ହେବ ବିବାହ
ପଲାଶଙ୍କ ମାଆ ଦେଲେ ବଡ଼ ଅପଡେଟ୍
ଖୁବଶୀଘ୍ର ହେବ ବିବାହ
ନଭେମ୍ବର ୨୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ସ୍ମଅତି ମନ୍ଧାନା ଏବଂ ପଲାଶ ମୁଚ୍ଛଲ । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଜାରି ରହିଥିଲା । ହଲଦୀ ଓ ମେହେନ୍ଦୀ ମଧ୍ୟ ଧୁମାଧାମରେ ହୋଇଥିଲା । କିନ୍ତୁ ସ୍ମୃତିଙ୍କ ପିତାଙ୍କ ସ୍ବାସ୍ଥ୍ୟବସ୍ଥା ହଠାତ୍ ବିଗିଡ଼ି ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଲା । ଆଉ ବାହାଘରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି ।
କିନ୍ତୁ ଏହି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଅନେକ ଗୁଜବ ଭାଇରାଲ ହେଉଛି । ଏମିତି କି କିଛି ଚାଟ୍ ମଧ୍ୟ ଭାଇରାଲ ହେଉଛି । ଯେଉଁଥିରେ କୁହାଯାଉଛି କି ପଲାଶ ମୁଚ୍ଛଲ ସ୍ମୃତିଙ୍କ ସହ ପ୍ରତାରଣା କରିଛନ୍ତି । କିନ୍ତୁ ଚାଟ୍ର ସତ୍ୟତାକୁ ନେଇ ପଲାଶ କିମ୍ବା ସ୍ମୃତି ମୁହଁ ଖୋଲି ନାହାନ୍ତି । ଏସବୁ ମଧ୍ୟରେ ସ୍ମୃତିଙ୍କ ପରିବାର ପାଇଁ ଆଶ୍ବସ୍ତିର ଖବର ହେଉଛି ତାଙ୍କ ପିତା ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।
ତେବେ ଏହି ଗୁଜବ ମଧ୍ୟରେ ପଲାଶ ମୁଚ୍ଛଲଙ୍କ ମାଆ ଅମିତା ମୁଚ୍ଛଲଙ୍କ ଏକ ବୟାନ ଏବେ ସାମ୍ନାକୁ ଆସିଛି । ଅମିତା କହିଛନ୍ତି ଯେ ସବୁକିଛି ଯୋଜନା ଅନୁଯାୟୀ ହେବ । ସେ ଏହା ମଧ୍ୟ କହିଛନ୍ତି ଯେ ପଲାଶ ସ୍ମୃତିଙ୍କ ପିତାଙ୍କ ସହିତ ବହୁତ ଘନିଷ୍ଠ ସମ୍ପର୍କ ରହିଛି । ଆଉ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବିବାହ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଅଧିକ ପଢ଼ନ୍ତୁ: ଧୋନିଙ୍କ ଘରେ ଡିନର ପାଇଁ ପହଞ୍ଚିଲେ ଭାରତର ଷ୍ଟାର କ୍ରିକେଟର କିଙ୍ଗ କୋହଲି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅମିତା ମୁଚ୍ଛଲ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, "ହଳଦୀ ଉତ୍ସବ ପରଠାରୁ ଆମେ ପଲାଶଙ୍କୁ ବାହାରକୁ ଯିବାକୁ ଦେଇନାହୁଁ । ସେ ବହୁତ ଚାପଗ୍ରସ୍ତ ଏବଂ କାନ୍ଦୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଛି । ତେଣୁ ତାଙ୍କୁ ଚାରି ଘଣ୍ଟା ପାଇଁ ହସ୍ପିଟାଲରେ ରଖିବାକୁ ପଡିଲା । ତାଙ୍କ ଉପରେ ଏକ IV ଡ୍ରିପ୍ ଲଗାଯାଇଥିଲା ଏବଂ ECG କରାଯାଇଥିଲା । ସବୁକିଛି ସ୍ୱାଭାବିକ ଆସିଥିଲା'' ।
ଅମିତା ମୁଚ୍ଛଲ କହିଛନ୍ତି ଯେ ସ୍ମୃତି ଏବଂ ପଲାଶ ଉଭୟ ପରିସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି । ପରିବାର ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଅମିତା ଆହୁରି କହିଛନ୍ତି ଯେ ତାଙ୍କ ପୁଅ ଖୁବ୍ ଶୀଘ୍ର ବିବାହ କରି କନ୍ୟାକୁ ଘରକୁ ଆଣିବ ।
ଅମିତା ମୁଚ୍ଛଲ ଆହୁରି କହିଛନ୍ତି, "ସବୁକିଛି ଯୋଜନା ଅନୁଯାୟୀ ହେବ ଏବଂ ବିବାହ ଖୁବ୍ ଶୀଘ୍ର ହେବ । ପଳାଶଙ୍କର ସ୍ମୃତିଙ୍କ ବାପାଙ୍କ ସହିତ ବହୁତ ଘନିଷ୍ଠ ସମ୍ପର୍କ ଅଛି । ସେ ସ୍ମୃତିଙ୍କ ଅପେକ୍ଷା ତାଙ୍କ ବାପାଙ୍କ ନିକଟତର । ତେଣୁ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲା ପଲାଶ ବିବାହ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ସେ ସୁସ୍ଥ ହେଉଛନ୍ତି, ତେଣୁ ସବୁକିଛି ଠିକ୍ ହୋଇଯିବ।"
ସୂଚନା ଅନୁସାରେ, ସ୍ମୃତି ମନ୍ଧାନା ନଭେମ୍ବର ୨ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ଥର ପାଇଁ ICC ମହିଳା କ୍ରିକେଟ ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳର ଅଂଶ ଥିଲେ । ସମଗ୍ର ଟୁର୍ଣ୍ଣାମେଣ୍ଟରେ ସ୍ମୃତି ଦମଦାର ବ୍ୟାଟିଂ କରିଥିଲେ । ଫାଇନାଲ ମ୍ୟାଚ୍ରେ ସେ ଶେଫାଳୀ ବର୍ମାଙ୍କ ସହ ଶତକୀୟ ପାର୍ଟନରସିପ୍ କରି ଦଳକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ ।

Related Topics
Explore more stories