Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହାର୍ଦ୍ଦିକଙ୍କ ପାରା ହାଇ ! MI ପରେ ଏବେ ରୋହିତ-ସୂର୍ଯ୍ୟଙ୍କୁ କଲେ ଅନଫଲୋ

Sports

MI Controversy / ହାର୍ଦ୍ଦିକଙ୍କ ପାରା ହାଇ ! MI ପରେ ଏବେ ରୋହିତ-ସୂର୍ଯ୍ୟଙ୍କୁ କଲେ ଅନଫଲୋ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ହାର୍ଦ୍ଦିକଙ୍କ ପାରା ହାଇ ! MI ପରେ ଏବେ ରୋହିତ-ସୂର୍ଯ୍ୟଙ୍କୁ କଲେ ଅନଫଲୋ
MI Controversy

Key Points

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ନୂଆ ବିବାଦ
ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସକୁ କରିଥିଲେ ଅନଫଲୋ
ଏବେ ରୋହିତ-ସୂର୍ଯ୍ୟଙ୍କୁ ବି ଅନଫଲୋ କଲେ
ମୁମ୍ବାଇ ଇଣ୍ଡିଆନ୍ସ ଟିମ ଭିତରେ ଅନ୍ତଃକନ୍ଦଳ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କାର୍ଯ୍ୟକଳାପରୁ ଲାଗୁଛି ଦଳରେ ସବୁ କିଛି ଠିକ୍ ନାହିଁ । ଲଗାତାର ଦୁଇଟି ମ୍ୟାଚରେ ବାହାରେ ବସିଥିବା ହାର୍ଦ୍ଦିକ ଏବେ ଚର୍ଚ୍ଚାରେ ଅଛନ୍ତି । ହାର୍ଦ୍ଦିକ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟିମକୁ ଇନଷ୍ଟାଗ୍ରାମରେ ଅନଫଲୋ କରିଥିଲେ, ଏହାପରେ ସେ ଆହୁରି ଚର୍ଚ୍ଚାକୁ ଆସିଥିଲେ । ଏବେ ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ କ୍ୟାପ୍ଟେନ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଅନଫଲୋ କରିଛନ୍ତି ।

  • ପ୍ରଥମେ MI, ଏବେ ରୋହିତ-ସୂର୍ଯ୍ୟ
ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଅନେକ ୟୁଜର ଦାବି କରିଥିଲେ ଯେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଅନଫଲୋ କରିଛି । ଏହି ଖବର ଚର୍ଚ୍ଚାକୁ ଆସିବା ପରେ ହାର୍ଦ୍ଦିକ ପୁଣି ଥରେ MIକୁ ଫଲୋ କରିବା ଆରମ୍ଭ କରିଥିଲେ । ଏବେ ମୁମ୍ବାଇ ଇଣ୍ଡିଆନ୍ସ ଟିମ ମଧ୍ୟରେ ଅସନ୍ତୋଷ ଥିବା ଚର୍ଚ୍ଚା ଭିତରେ ହାର୍ଦ୍ଦିକ ଦଳକୁ ଅନଫଲୋ କରିବା ଅନେକଙ୍କୁ ହଜମ ହୋଇନଥିଲା । ଏବେ ଦେଖିଲେ, ହାର୍ଦ୍ଦିକ ମୋଟ ୧୫୧ଟି ଆକାଉଣ୍ଟକୁ ଫଲୋ କରୁଛନ୍ତି, ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ସାମିଲ । ଅନ୍ୟପଟେ ହାର୍ଦ୍ଦିକ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ମୁମ୍ବାଇ ଇଣ୍ଡିଆନ୍ସର କିଛିଟା ପୋଷ୍ଟକୁ ମଧ୍ୟ ଡିଲିଟ୍ କରିଦେଇଛନ୍ତି । 

  • ଫଲୋଇଙ୍ଗ ତାଲିକାରେ ନାହାନ୍ତି ରୋହିତ
ଏହି ବିବାଦ ଏବେ ଅଧିକ ଘନେଇବା ପରି ମନେ ହେଉଛି । କାରଣ ଏବେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ପ୍ଲେୟାର ରୋହିତ ଶର୍ମା ଏବଂ ସୂର୍ଯ୍ୟ କୁମାର ଯାଦବଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଅନଫଲୋ କରିଦେଇଛନ୍ତି । ଏବେ ଲୋକେ ଏହାକୁ ଆପୋଷ ମତଭେଦ ବୋଲି କହିବା ଆରମ୍ଭ କରିଛନ୍ତି । ଏହା ଦଳ ନା ଖେଳାଳି ନା ମ୍ୟାନେଜମେଣ୍ଟ କାହା ଭିତରେ ବିବାଦ ସେ ନେଇ ବି ଚର୍ଚ୍ଚା ହେଉଛି ।

ପଢନ୍ତୁ ଏହି ଖବର: ମୁମ୍ବାଇ ଇଣ୍ଡିଆନ୍ସକୁ ଅନଫଲୋ କଲେ କି ହାର୍ଦ୍ଦିକ ପାଣ୍ଡ୍ୟା ? ଜଣାପଡ଼ିଲା ସତ




  • IPL ସିଜିନରୁ ଆଉଟ୍ MI
ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ବିଷୟରେ କହିଲେ, ଦଳ ପ୍ଲେଅଫ୍ ଦୌଡ଼ରୁ ବାହାରେ ଅଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (RCB) ବିରୋଧରେ ୨ ୱିକେଟରେ ହାରିବା ପରେ ମୁମ୍ବାଇ ଟିମ ଆଇପିଏଲ ୨୦୨୬ ଟ୍ରଫି ଦୌଡ଼ରୁ ଏବେ ସମ୍ପୂର୍ଣ୍ଣ ବାହାରେ । ଏବେ ଦଳ କେବଳ ଲିଗ୍ ଷ୍ଟେଜରେ ୩ଟି ମ୍ୟାଚ୍ ଖେଳିବ ।

ଅଧିକ କ୍ରୀଡା ସମ୍ବନ୍ଧୀୟ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hardik Pandya Unfollows Rohit Sharma and Suryakumar Yadav Amid Mumbai Indians Controversy | Argus News