Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାଥରୁମ୍‌ରେ ଲୁଚି କରୁଥିଲେ ମହିଳାଙ୍କ ଭିଡିଓ, ବନ୍ଧା ହେଲେ ୨ କ୍ରିକେଟ୍‌ର

Sports

Cricketers Arrested / ବାଥରୁମ୍‌ରେ ଲୁଚି କରୁଥିଲେ ମହିଳାଙ୍କ ଭିଡିଓ, ବନ୍ଧା ହେଲେ ୨ କ୍ରିକେଟ୍‌ର

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ବାଥରୁମ୍‌ରେ ଲୁଚି କରୁଥିଲେ ମହିଳାଙ୍କ ଭିଡିଓ, ବନ୍ଧା ହେଲେ ୨ କ୍ରିକେଟ୍‌ର
Sri Lanka Cricket Scandal

Key Points

କ୍ରିକେଟରଙ୍କ କଳା କାଣ୍ଡ
ମହିଳାଙ୍କ ଅଶ୍ଳୀଳ ଭିଡିଓ କରୁଥିଲେ ଶୁଟିଂ
୨ ଜଣଙ୍କୁ ବାନ୍ଧିଲା ପୋଲିସ୍‌
କ୍ରିକେଟ୍‌ ଜଗତରୁ ଆସିଲା ଏକ ଲଜ୍ଜାଜନକ ଖବର । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଚଳିତ IPL ୨୦୨୬ ସିଜିନ ମଧ୍ୟରେ ଶ୍ରୀଲଙ୍କା କ୍ରିକେଟରୁ ଏକ ଅଜବ ଖବର ସାମ୍ନାକୁ ଆସିଛି । ହୋଟେଲ ବାଥରୁମରେ ଗୁପ୍ତ ଭାବରେ ମହିଳାଙ୍କ ଭିଡିଓ ରେକର୍ଡିଂ କରିଥିବା ଶ୍ରୀଲଙ୍କା ଅଣ୍ଡର-୧୯ ଦଳର ଦୁଇ ଖେଳାଳିଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣା କଲମ୍ବୋର ନାରାହେନପିଟା ଅଞ୍ଚଳରେ ଘଟିଛି । ପୋଲିସ ଘଟଣାର ତଦନ୍ତ କରୁଛି ଏବଂ ଖେଳାଳିମାନେ ଭିଡିଓଗୁଡ଼ିକୁ ଅନଲାଇନରେ ସେୟାର କରିଛନ୍ତି କି ଅପଲୋଡ୍ କରିଛନ୍ତି ତା'ର ତଦନ୍ତ ଜାରି ରହିଛି । ଏହି ଘଟଣା ଶ୍ରୀଲଙ୍କା କ୍ରିକେଟରେ ଆଲୋଡ଼ନ ସୃଷ୍ଟି କରିଛି। ତଥାପି ସମ୍ପୃକ୍ତ ଖେଳାଳିଙ୍କ ନାମ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ଉଭୟ ଯୁବ କ୍ରିକେଟର୍‌ ଦଳ ସହିତ ସମାନ ହୋଟେଲରେ ରହୁଥିଲେ। ହୋଟେଲରେ ରହୁଥିବା ଅନେକ ମହିଳା ଅଭିଯୋଗ ଦାଖଲ କରିଥିଲେ ଯେ, ସେମାନଙ୍କ ବାଥରୁମ ଭିତରେ ମୋବାଇଲ ଫୋନ୍‌ ବ୍ୟବହାର କରି ସେମାନଙ୍କର ଭିଡିଓ କରାଯାଉଛି । ଏହି ଅଭିଯୋଗ ପାଇବା ପରେ, ନାରାହେନପିଟା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଭୟ ଖେଳାଳିଙ୍କୁ ଗିରଫ କରିଛି ।

ଅଧିକ ପଢ଼ନ୍ତୁ: କେବେ ଘୋଷଣା ହେବ ଟି-୨୦ ବିଶ୍ବକପ୍‌ ପାଇଁ ଟିମ୍ ଇଣ୍ଡିଆ ? ସାମ୍ନାକୁ ଆସିଲା ତାରିଖ...


ଉଭୟ ଖେଳାଳିଙ୍କୁ ଆଲୁଥକାଡେ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ସେମାନଙ୍କୁ ପର୍ସନାଲ ଜାମିନରେ ମୁକ୍ତ କରାଯାଇଥିଲା । ପ୍ରତ୍ୟେକ ଖେଳାଳିଙ୍କୁ ୫୦୦,୦୦୦ ଟଙ୍କା ଜରିମାନା କରାଯିବାପରେ ଜାମିନ ପ୍ରଦାନ କରାଯାଇଥିଲା । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ' ୨୫ରେ ହେବ । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହି ଦୁଇ ଖେଳାଳିଙ୍କ ବିରୋଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଘୋଷଣା କରିନାହିଁ ।

ଶ୍ରୀଲଙ୍କା କ୍ରିକେଟ ବୋର୍ଡ ବର୍ତ୍ତମାନ ପ୍ରଶାସନିକ ପୁନର୍ଗଠନର ଏକ ଅବଧି ଦେଇ ଗତି କରୁଛି । ଏଥିରେ ପୂର୍ବ ପଦାଧିକାରୀଙ୍କୁ ବହିଷ୍କାର କରିବା ପରେ ଏକ ‘ପରିବର୍ତ୍ତନ କମିଟି’ ଗଠନ କରାଯାଇଛି । ପୂର୍ବତନ ଏମ୍‌ପି ଏରାନ ବିକ୍ରମରତ୍ନେଙ୍କୁ ଏହି ପରିବର୍ତ୍ତନ କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି ।

ଉଲ୍ଲେଖନୀୟ ଯେ, କୁମାର ସାଙ୍ଗାକାରାଙ୍କ ନାମ ମଧ୍ୟ ଏହି କମିଟିରେ ଅନ୍ତର୍ଭୁକ୍ତ । ସେମାନଙ୍କ ବ୍ୟତୀତ ରୋଶନ ମହାନାମା ଏବଂ ସିଦ୍ଧାର୍ଥ ୱେଟିମୁନି ମଧ୍ୟ ସଦସ୍ୟ ଅଛନ୍ତି। ତେବେ ଆଗାମୀ ଦିନରେ ପରିବର୍ତ୍ତନ କମିଟି ଏହି ଦୁଇ ଖେଳାଳିଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାର ବିଷୟ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shocking: 2 Sri Lankan U19 Players Held for Filming Women in Hotel Bathroom | Argus News