Rohit Kohli World Cup / 'ରୋହିତ-କୋହଲିଙ୍କ ବିନା ଭାରତ ଜିତିପାରିବନି ୨୦୨୭ ବିଶ୍ବକପ୍'
·9 months ago·2 min read

Key Points
ଶ୍ରୀକାନ୍ତଙ୍କ ବଡ଼ ବୟାନ
ବିଶ୍ବକପ୍ରେ ଭାରତର ଭରସା ରୋ-କୋ
ରୋହିତ-କୋହିଲଙ୍କ ବିନା ଜିତିପାରିବନି ବିଶ୍ବକପ୍

ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭବିଷ୍ୟତକୁ ନେଇ କିଛି ଦିନ ଧରି ବିତର୍କ ଚାଲୁଛି । ଆଗାମୀ ବିଶ୍ବକପ୍ ଉଭୟେ ଖେଳିବେ କି ନାହିଁ ତାକୁ ନେଇ ଏବେ ବି ଚର୍ଚ୍ଚା ଜାରି ରହିଛି । ଏସବୁ ମଧ୍ୟରେ କିନ୍ତୁ ଏହି ଦୁଇ ଷ୍ଟାର କ୍ରିକେଟ୍ର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ।
ଚାମ୍ପିଅନ୍ସ ଟ୍ରଫି ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜ୍ରେ ଉଭୟ ଚମତ୍କାର ପ୍ରଦର୍ଶନ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ ବିରାଟ କୋହଲି ୭୪ ରନ୍ର ଅପରାଜିତ ଇନିଂସ ଖେଳିଥିଲେ ।
ଆଉ ଏବେ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ବିରାଟ କୋହଲି ଶତକ ହାସଲ କରିଥିବା ବେଳେ ରୋହିତ ଶର୍ମା ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ରୋହିତ-ବିରାଟଙ୍କ ଏଭଳି ଫର୍ମ ପରେ ପୂର୍ବତନ ଭାରତୀୟ ଓପନର କେ. ଶ୍ରୀକାନ୍ତ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବିନା ଭାରତ ୨୦୨୭ ଦିନିକିଆ ବିଶ୍ବକପ୍ ଜିତିପାରିବ ନାହିଁ ।
ଶ୍ରୀକାନ୍ତ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, "ବିରାଟ କୋହଲି ଏବଂ ରୋହିତ ଶର୍ମା ଏକ ଭିନ୍ନ ସ୍ତରରେ ଖେଳୁଛନ୍ତି। ସେମାନଙ୍କ ବିନା ୨୦୨୭ ବିଶ୍ୱକପ୍ ଯୋଜନା ସଫଳ ହେବ ନାହିଁ। ଆପଣଙ୍କୁ ଗୋଟିଏ ପାର୍ଶ୍ୱରେ ରୋହିତ ଏବଂ ଅନ୍ୟ ପାର୍ଶ୍ୱରେ ବିରାଟ ଆବଶ୍ୟକ। ଏହାକୁ ନେଇ କୌଣସି ପ୍ରଶ୍ନ ଉଠାଯିବା ଉଚିତ୍ ନୁହେଁ।"

ଅଧିକ ପଢ଼ନ୍ତୁ: ଟେଷ୍ଟ କ୍ରିକେଟକୁ ପୁଣି ଫେରିବେ କି ବିରାଟ କୋହଲି ? ବିସିସିଆଇ ସଚିବ ଦେଲେ ବଡ଼ ବୟାନ
ଶ୍ରୀକାନ୍ତ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, "ବିରାଟ କୋହଲି ଏବଂ ରୋହିତ ଶର୍ମା ଏକ ଭିନ୍ନ ସ୍ତରରେ ଖେଳୁଛନ୍ତି। ସେମାନଙ୍କ ବିନା ୨୦୨୭ ବିଶ୍ୱକପ୍ ଯୋଜନା ସଫଳ ହେବ ନାହିଁ। ଆପଣଙ୍କୁ ଗୋଟିଏ ପାର୍ଶ୍ୱରେ ରୋହିତ ଏବଂ ଅନ୍ୟ ପାର୍ଶ୍ୱରେ ବିରାଟ ଆବଶ୍ୟକ। ଏହାକୁ ନେଇ କୌଣସି ପ୍ରଶ୍ନ ଉଠାଯିବା ଉଚିତ୍ ନୁହେଁ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ ଆହୁରି କହିଛନ୍ତି ଯେ 'ରାଞ୍ଚିରେ ରୋହିତ-ବିରାଟଙ୍କ ପାର୍ଟନରସିପ୍ ଦକ୍ଷିଣ ଆଫ୍ରିକାକୁ ମାନସିକ ଭାବରେ ଧ୍ବସ୍ତ କରି ଦେଇଥିଲା। ଶ୍ରୀକାନ୍ତ କହିଛନ୍ତି, ଯଦି ରୋହିତ ଏବଂ କୋହଲି ୨୦ ଓଭର ପାଇଁ ବ୍ୟାଟିଂ କରନ୍ତି ତେବେ ପ୍ରତିପକ୍ଷ ଦଳ ହାରିଯିବ । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଏହା ହୋଇଥିଲା' ।
ଭାରତ ବିରାଟ ଏବଂ ରୋହିତଙ୍କ ବିନା ୨୦୨୭ ବିଶ୍ୱକପ୍ ଜିତିପାରିବ ନାହିଁ - ଶ୍ରୀକାନ୍ତ
ପୂର୍ବତନ ଭାରତୀୟ ଓପନର ଶ୍ରୀକାନ୍ତ ମଧ୍ୟ କହିଛନ୍ତି ଯେ, କେବଳ ଗୋଟିଏ ଫର୍ମାଟ୍ ଖେଳିବା ସତ୍ତ୍ୱେ ରୋହିତ ଏବଂ ବିରାଟଙ୍କ ପ୍ରତିବଦ୍ଧତା ଏବଂ ଫିଟନେସ୍ ସମସ୍ତ ସନ୍ଦେହକୁ ଦୂର କରିବା ଉଚିତ । ସେ କହିଛନ୍ତି, "ସେମାନେ ବହୁତ କଠିନ ପରିଶ୍ରମ କରିଛନ୍ତି। କେବଳ ଗୋଟିଏ ଫର୍ମାଟ୍ ଖେଳି ସେହି ମାନସିକତାକୁ ବଜାୟ ରଖିବା ସହଜ ନୁହେଁ। ଯେପର୍ଯ୍ୟନ୍ତ ମୁଁ ଚିନ୍ତା କରୁଛି, ସେମାନେ ୨୦୨୭ ବିଶ୍ୱକପରେ ସେମାନଙ୍କର ସ୍ଥାନ ସୁରକ୍ଷିତ କରିଛନ୍ତି। ସେମାନଙ୍କ ବିନା ଆମେ ଜିତିପାରିବୁ ନାହିଁ।"

Related Topics
Explore more stories