Videos
|
Sports

India 2nd T20I defeat / ଗମ୍ଭୀର, ଶ୍ରେୟସ ନା କୁଲଦୀପ; କାହା ପାଇଁ ହାରିଲା ଇଣ୍ଡିଆ, କହିଲେ ଗାଭାସ୍କର

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଗମ୍ଭୀର, ଶ୍ରେୟସ ନା କୁଲଦୀପ; କାହା ପାଇଁ ହାରିଲା ଇଣ୍ଡିଆ, କହିଲେ ଗାଭାସ୍କର
Sunil Gavaskar

Key Points

ଭାରତ ବନାମ ୱେଷ୍ଟଇଣ୍ଡିଜ୍ ଦ୍ଵିତୀୟ ଟି୨୦ ମ୍ୟାଚ୍
କାହା ପାଇଁ ହାରିଲା ଭାରତୀୟ ଟିମ୍ ?
ଏହି କ୍ରିକେଟରଙ୍କୁ ଦୋଷୀ କହିଲେ ଗାଭାସ୍କର
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ଵିତୀୟ ଟି-୨୦ ମ୍ୟାଚ୍‌ରେ ଟସ୍ ହାରି ପ୍ରଥମେ ଟିମ୍ ଇଣ୍ଡିଆ ବ୍ୟାଟିଂ କରିଥିଲା । ବିପକ୍ଷ ଟିମ୍ ଆଗରେ ୨୫୦ ରନ୍ ଟାର୍ଗେଟ୍ ଥିଲା । ମାତ୍ର ୧୯ ଓଭରରେ ମ୍ୟାଚ୍ ଜିତିନେଇଥିଲା ୱେଷ୍ଟଇଣ୍ଡିଜ୍ । ଶାଇ ହୋପ୍ ଏବଂ ରଦରଫୋର୍ଡଙ୍କ ଦମଦାର ବ୍ୟାଟିଂ ଆଗରେ ଭାରତୀୟ ବୋଲରଙ୍କ ବଲ୍ କାମ ଦେଇନଥିଲା । ଶାଇ ହୋପ୍ ୪୫ ବଲ୍‌ରେ ୧୦୨ ରନ୍ କରି ଅପରାଜିତ ଥିବାବେଳେ ରଦରଫୋର୍ଡ ୩୭ ବଲ୍‌ରେ ୮୪ ରନ୍ କରିଥିଲେ । ଭାରତ ଏହି ମ୍ୟାଚ୍ ହାରିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ।

  • ଏଇଠି ହେଲା ସବୁଠୁ ବଡ଼ ଭୁଲ୍
ଗାଭାସ୍କର ଭାରତୀୟ ପରାଜୟର ମୁଖ୍ୟ ବିନ୍ଦୁଗୁଡ଼ିକୁ ଆଲୋଚନା କରିଛନ୍ତି । ଗାଭାସ୍କର ମ୍ୟାଚ୍ ପରେ ହଟଷ୍ଟାରରେ କଥା ହେବା ସମୟରେ କହିଥିଲେ, "ମୋ ନଜରରେ ୭ ଓଭରରେ ଭୁଲ୍ ହୋଇଛି । ଯେତେବେଳେ ଦ୍ରୁତତମ ବୋଲର ୬ ଓଭର ପର୍ଯ୍ୟନ୍ତ ଭାରତକୁ ୩ଟି ସଫଳତା ଦେଇଥିଲେ, ସେତେବେଳେ ୭ ନମ୍ବର ଓଭରରେ ମଧ୍ୟ ଦ୍ରୁତ ବୋଲରକୁ ଦେବାର ଥିଲା । ଯେତେବେଳେ ଶିବମ ଦୁବେ ୭ ଓଭର ପାଇଁ ବଲ୍ ପକାଇଥିଲେ, ସେତେବେଳେ ହିଁ ମ୍ୟାଚ୍‌ରେ ଟର୍ଣ୍ଣଂ ପଏଣ୍ଟ ଆସିଥିଲା । ଯଦି ଏହି ଓଭରକୁ ଅର୍ଶଦୀପ ସିଂ ବୋଲିଂ କରିଥାନ୍ତେ ତେବେ ଭାରତକୁ ଆଉ ଏକ ୱିକେଟ୍ ମିଳିପାରିଥାନ୍ତା । ୩ଟି ୱିକେଟ୍ ହରାଇବା ପରେ ୱେଷ୍ଟଇଣ୍ଡିଜ୍ ଚାପରେ ଥିଲା । ମାତ୍ର ସେଠାରେ ଦୁବେ ବୋଲିଂ କରିବା ଭାରତ ପାଇଁ ବଡ଼ ଭୁଲ୍ ଥିଲା ।"

  • ବୋଲିଂକୁ ଦୋଷ ଦେଲେ
ଗାଭାସ୍କର ଆଗକୁ କହିଥିଲେ ଯେ ଭାରତୀୟ ବ୍ୟାଟରମାନେ ଭଲ ସ୍କୋର କରିଥିଲେ । ସେମାନେ ୯ ରନ୍ ଅଧିକ କରିଥିଲେ । ଏଥିଲାଗି ବ୍ୟାଟ୍ସମ୍ୟାନଙ୍କୁ ଦୋଷ ଦିଆଯାଇପାରିବ ନାହିଁ । ବୋଲରମାନେ ଭଲ ପ୍ରଦର୍ଶନ କରିନଥିଲେ ବୋଲି ଗାଭାସ୍କର କହିଥିଲେ । ସେ ପରୋକ୍ଷରେ ମ୍ୟାଚ୍ ପରାଜୟ ଲାଗି ଭାରତୀୟ ବୋଲରମାନଙ୍କୁ ଦୋଷୀ ବୋଲି କହିଛନ୍ତି ।

ପଢନ୍ତୁ ଏହି ଖବର: ୨୪୯ ରନ୍ କରି ବି ହାରିଲା ଭାରତ, ଶାଇ ହୋପଙ୍କ ଶତକରେ ୱେଷ୍ଟଇଣ୍ଡିଜର ଐତିହାସିକ ବିଜୟ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ହୋପ୍ ଓ ରଦରଫୋର୍ଡ ମ୍ୟାଚ୍ ସାରିଦେଲେ
ହୋପ୍ ଏବଂ ରଦରଫୋର୍ଡ ଚତୁର୍ଥ ୱିକେଟ୍ ପଡ଼ିଲା ବେଳକୁ ୧୨୦ ରନର ପାର୍ଟନରସିପ୍ କରିଥିଲେ, ଯାହା ମ୍ୟାଚ୍‌କୁ ବଦଳାଇ ଦେଇଥିଲା । ଗୋଟିଏ ସମୟରେ ୱେଷ୍ଟଇଣ୍ଡିଜ୍ ୫୮ ରନରେ ୩ ୱିକେଟ୍ ହରାଇଥିଲା, କିନ୍ତୁ ସପ୍ତମ ଓଭରରେ ଶିବମ୍ ଦୁବେ ବୋଲିଂ କରିବାକୁ ଆସିଥିଲେ । ଏକ ଚାପପୂର୍ଣ୍ଣ ସମୟରେ ବୋଲିଂରେ ଏହି ପରିବର୍ତ୍ତନ ଉଭୟ ବ୍ୟାଟସମ୍ୟାନଙ୍କ ଉପରେ ଚାପ କମ କରିଥିଲା । ୱେଷ୍ଟଇଣ୍ଡିଜ୍ ଇନିଂସର ସପ୍ତମ ଓଭରରେ ୧୪ ରନ ମିଳିଥିଲା, ଯାହା ଉଭୟ ବ୍ୟାଟସମ୍ୟାନଙ୍କୁ ଆତ୍ମବିଶ୍ୱାସ ଦେଇଥିଲା । ଏହାପରେ ସେମାନେ ଉଭୟ ବିସ୍ଫୋରକ ବ୍ୟାଟିଂ କରିଥିଲେ ଏବଂ ମ୍ୟାଚ୍‌କୁ ଗୋଟିଏ ପାଖିଆ କରି ଶେଷ କରିଥିଲେ । ଏହି ୫ଟି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଏବେ ୧-୧ରେ ବରାବର ଅଛି ।