Videos
|
Sports

Suryakumar Yadav / ବିଶ୍ଵକପ୍ ଜିତାଇଲି, ଏସିଆ କପ୍ ଦେଲି, ତଥାପି ହଟାଇଦେଲେ…

Sushanta Sahoo
Browse all articles by Sushanta Sahoo
·11 mins ago·2 min read
ବିଶ୍ଵକପ୍ ଜିତାଇଲି, ଏସିଆ କପ୍ ଦେଲି, ତଥାପି ହଟାଇଦେଲେ…
Suryakumar Yadav Opens Up on Losing India Captaincy

Key Points

ସୂର୍ଯ୍ୟକମାର ଯାଦବ ଦଳରୁ ବାଦ୍ ପଡ଼ିବା ଓ ଅଧିନାୟକତ୍ଵ ଚାଲିଯିବା ନେଇ ମନ ଖୋଲି କହିଛନ୍ତି । ସେ କହିଛନ୍ତି, "ଦଳକୁ ପୂରା ୨ ବର୍ଷ ଦେଇଥିଲି... ଭାବିଥିଲି ସେଠାରୁ ଆଗକୁ ଯିବି, ଅଲିମ୍ପିକ ଆସିବ... ପୁଣି ଟି-ଟ୍ଵେଣ୍ଟି ବିଶ୍ଵକପ୍ ।"
ମୁମ୍ବାଇ: ଭାରତର ଟି-ଟ୍ଵେଣ୍ଟି ଷ୍ଟାର୍ ସୂର୍ଯ୍ୟକୁମାର ଯାଦବ ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ସଫଳତାର ସହ ଭାରତୀୟ ଦଳର ଅଧିନାୟକ ଦାୟିତ୍ଵ ତୁଲାଇଥିଲେ । ଆଉ ଦୁଇଟି ଦୁଇଟି ଟ୍ରଫି ଭେଟି ଦେବା ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ନିରାଶ କରିଥିଲା ବିସିସିଆଇ । ଯାହାକୁ ନେଇ ମୁହଁ ଖୋଲିଛନ୍ତି ସୂର୍ଯ୍ୟକୁମାର ଯାଦବ ।

ସେ କହିଛନ୍ତି, "ମୁଁ ଯେବେ ନିଷ୍ପତ୍ତି ବିଷୟରେ ଜାଣିଲି, ବେଶ୍ ଭାଙ୍ଗି ପଡ଼ିଥିଲି । କିନ୍ତୁ ଚୟନକର୍ତ୍ତା ନିଷ୍ପତ୍ତିକୁ ସମ୍ମାନ ଜଣାଇଥିଲି । ମୋତେ ଦଳ ଘୋଷଣାର ଦୁଇରୁ ତିନିଦିନ ପୂର୍ବରୁ ପରିବର୍ତ୍ତନ ନେଇ ଜଣାଇ ଦିଆଯାଇଥିଲା । ମୁଁ କିନ୍ତୁ ସର୍ବସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେଇ ନଥିଲି ।"

ଏଥିସହ ପଢ଼ନ୍ତୁ: ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଅନୁମତି…ବିରୋଧ କଲେ ମାରିଜାନ୍ କାପ…ତେଜିଲା ବିବାଦ 

କିନ୍ତୁ ଚୟନକର୍ତ୍ତା ନେଇଥିବା ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରି ନଥିଲି । ବିଶେଷକରି ଯେତେବେଳେ ମୁଁ ଭାରତକୁ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଏବଂ ଏସିଆ କପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟ ଜିତିବାରେ ସହାୟକ ହୋଇଥିଲି ବୋଲି କହିଛନ୍ତି ସୂର୍ଯ୍ୟକୁମାର ଯାଦବ । ସେ କହିଛନ୍ତି ଯେ, "ଭବିଷ୍ୟତର ଆହ୍ଵାନ ଯେମିତି ଅଲିମ୍ପିକ ଏବଂ ଆଉ ଟି-ଟ୍ଵେଣ୍ଟି ବିଶ୍ଵକପ୍‌ରେ ଦଳକୁ ଆଗକୁ ନେଇଯିବା ପାଇ ଆଶା ରଖିଥିଲି ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆକାଶ ଚୋପ୍ରାଙ୍କ ସହ ସାକ୍ଷାତକାର ଦେଇ ସୂର୍ଯ୍ୟକମାର ଯାଦବ ଦଳରୁ ବାଦ୍ ପଡ଼ିବା ଓ ଅଧିନାୟକତ୍ଵ ଚାଲିଯିବା ନେଇ ମନ ଖୋଲି କହିଛନ୍ତି । ସେ କହିଛନ୍ତି, "ମୁଁ ପ୍ରଥମେ ଚକିତ ଥିଲି, ମୋ ବିନା ଦଳ ଚୟନ ବେଳେ ମୁଁ ହସୁଥିଲି । ଦଳକୁ ପୂରା ୨ ବର୍ଷ ଦେଇଥିଲି... ଭାବିଥିଲି ସେଠାରୁ ଆଗକୁ ଯିବି, ଅଲିମ୍ପିକ ଆସିବ... ପୁଣି ଟି-ଟ୍ଵେଣ୍ଟି ବିଶ୍ଵକପ୍ ।"

ଏଥିସହ ପଢ଼ନ୍ତୁ: ସେପ୍ଟେମ୍ବରରେ ଟିମ୍ ଇଣ୍ଡିଆର ବଡ଼ ଲଢ଼େଇ, ମଇଦାନକୁ ଫେରିବେ ରୋହିତ ଓ ବିରାଟ 

ମୁଁ ଆଗାମୀ ଆହ୍ଵାନକୁ ନେଇ ଭାବୁଥିଲି ଏବଂ ସମ୍ମୁଖ ଲୋକ ଅନ୍ୟ କିଛି ବିଚାର କରୁଥିଲେ । ତାଙ୍କ ବିଚାରକୁ ସମ୍ମାନ ଜଣାଇ ମୋତେ ମୋ ଭାବନା ସହ ଚାଲିବାକୁ ପଡ଼ିବ । ସେମାନଙ୍କ ଭାବନା ଥିଲା ପରିବର୍ତ୍ତନ ଆଗାମୀ କାଲି ପାଇଁ ଭଲ । ସେତେବେଳେ ମୁଁ କୌଣସି ପ୍ରତିକ୍ରିୟା ଦେଇ ନଥିଲି ବୋଲି କହିଛନ୍ତି ସୂର୍ଯ୍ୟକୁମାର ।

ସେ ଆହୁରି କହିଛନ୍ତି, "ମୋତେ ତାହା କାଲି ଥିଲା । ଅନ୍ୟ କାହାରି ନେତୃତ୍ଵରେ ଦଳ ଆହୁରି ଭଲ କରିପାରିବ । ତେଣୁ ମୁଁ ଚିନ୍ତିତ ନଥିଲି । କାରଣ ମୁଁ ଦେଖିଥିଲି ଆୟର ଜଣେ ଭଲ କ୍ରିକେଟର ଏବଂ ତାଙ୍କ ସହ ମୁଁ ଅନେକ କ୍ରିକେଟ୍ ଖେଳିଛି । ମୁଁ ଜାଣିଛି ଅଧିନାୟକତ୍ଵ ପାଇ ସେ ଜଣେ ଭଲ ବିକଳ୍ପ ଅଟନ୍ତି । ତେଣୁ ମୁଁ ଏହି ନିଷ୍ପତ୍ତି ଉପରେ କୌଣସି ଟିପ୍ପଣୀ କରି ନଥିଲି ।"