Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Suryakumar Yadav viral statement / 'ମୋ ସୁରକ୍ଷାରେ ୧୪ ସୈନିକ ଅଛନ୍ତି, ଯେତେବେଳେ ମୁଁ ବିସ୍ଫୋରଣ କରିବି…’

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
'ମୋ ସୁରକ୍ଷାରେ ୧୪ ସୈନିକ ଅଛନ୍ତି, ଯେତେବେଳେ ମୁଁ ବିସ୍ଫୋରଣ କରିବି…’
Suryakumar Yadav

Key Points

ଖରାପ ଫର୍ମ ଉପରେ ସୂର୍ଯ୍ୟଙ୍କ ବଡ଼ ବୟାନ
ମୋ ସୁରକ୍ଷାରେ ୧୪ ସୈନିକ
ଯେତେବେଳେ ମୁଁ ବିସ୍ଫୋରଣ କରିବି...
ଭାରତର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କିଛି ଦିନ ଧରି ଖରାପ ଫର୍ମରେ ଅଛନ୍ତି । ବିଗତ କିଛି ମ୍ୟାଚ୍ ହେବ ତାଙ୍କ ବ୍ୟାଟରୁ ବଡ଼ ସ୍କୋର ଦେଖିବାକୁ ମିଳୁନି । ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ମାତ୍ର ୩୪ ରନ୍ କରିପାରିଥିଲେ । ଏମିତିକି ସେ ୨୦୨୫ରେ ଗୋଟିଏ ବି ଅର୍ଦ୍ଧଶତକୀୟ ଇନିଂସ ଖେଳିପାରିନାହାନ୍ତି । ଏସବୁ ମଧ୍ୟ ତାଙ୍କ ଖରାପ ଫର୍ମ ବିଷୟରେ ତାଙ୍କୁ ଲଗାତାର ପ୍ରଶ୍ନ କରାଯାଉଛି । ନିକଟରେ ସୂର୍ଯ୍ୟଙ୍କୁ ତାଙ୍କ ଫର୍ମକୁ ନେଇ ଏକ ପ୍ରଶ୍ନ କରାଯାଇଥିଲା । ଆଉ ସେ ଉତ୍ତରରେ ଯାହା କହିଲେ ତାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।

ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ଏକ ପ୍ରତିକ୍ରିୟାରେ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, "ମୋର ସୁରକ୍ଷା ପାଇଁ ୧୪ ଜଣ ସୈନିକ ଅଛନ୍ତି । ସେମାନେ ଜାଣନ୍ତି ଯେ ଯେତେବେଳେ ମୁଁ ବିସ୍ଫୋରଣ କରିବି କ'ଣ ହେବ । ମୁଁ ବହୁତ ସକାରାତ୍ମକ ଏବଂ କଠିନ ପରିଶ୍ରମ କରୁଛି, ଏବଂ ମୁଁ ନିଶ୍ଚିତ ଯେ ଆପଣମାନେ ସମସ୍ତେ ମଧ୍ୟ ସେହିପରି କରିବେ।" ସୂର୍ଯ୍ୟଙ୍କ ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଏବଂ ପ୍ରଶଂସକମାନେ ଏହାକୁ ବହୁଳ ଭାବରେ ସେୟାର କରୁଛନ୍ତି ।

ଅଧିକ ପଢ଼ନ୍ତୁ: ବିଶ୍ବକପ୍‌ ପରାଜୟ ପରେ ଭାଙ୍ଗି ପଡ଼ିଥିଲେ ରୋହିତ, କହିଲେ, 'ମୁଁ ଆଉ କ୍ରିକେଟ୍‌ ଖେଳିବାକୁ ଚାହୁଁନଥିଲି'


ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାରି ଇନିଂସରେ କେବଳ ୩୪ ରନ୍

ସୂର୍ଯ୍ୟକୁମାର ଯାଦବ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଚାରି ଇନିଂସରେ ମାତ୍ର ୩୪ ରନ୍ କରିପାରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ପ୍ରଥମ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ୧୨ ରନ୍ କରି ଆଉଟ ହୋଇଥିଲେ । କଟକରେ ପ୍ରଥମ ଟି-୨୦ ପରେ ନ୍ୟୁ ଚଣ୍ଡିଗଡ଼ରେ ତାଙ୍କର ଫର୍ମ ଖରାପ ହେବାକୁ ଲାଗିଲା। ଦ୍ୱିତୀୟ ଟି-୨୦ରେ ସେ ୫ ରନ୍ କରି ଆଉଟ୍ ହୋଇଥିଲେ । ପରେ ଧର୍ମଶାଳାରେ ତୃତୀୟ ଟି-୨୦ରେ ସେ ମାତ୍ର ୧୨ ରନ୍ କରିପାରିଥିଲେ। ପରେ ପଞ୍ଚମ ଟି-୨୦ରେ ସେ ମାତ୍ର ୫ ରନ୍ କରିଥିଲେ ।

୨୦୨୫ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏକ ଦୁଃସ୍ୱପ୍ନ ସାବ୍ୟସ୍ତ ହୋଇଛି। ଏହି ବର୍ଷ ଭାରତର ଟି-୨୦ ଅଧିନାୟକଙ୍କ ବ୍ୟାଟିଂ ହାର ୧୪ରୁ କମ୍ ଥିଲା । ସେ ୨୧ ଇନିଂସରେ କେବଳ ୨୧୮ ରନ୍ କରିପାରିଥିଲେ । ୨୦୨୫ରେ ସେ ଗୋଟିଏ ବି ଅର୍ଦ୍ଧଶତକ କରିପାରି ନଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
I Have 14 Guards, They Know When I’ll Explode: Suryakumar Yadav | Argus News