Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Fans Erupt After Loss / ବିଶ୍ଵକପରେ ପରାଜୟ ସହିପାରିଲାନି ପାକିସ୍ତାନ; ରାଗିକି ନିଆଁବାଣ ଫ୍ୟାନ୍ସ

Debashree Debasmita Sahoo
Browse all articles by Debashree Debasmita Sahoo
·4 months ago·2 min read
ବିଶ୍ଵକପରେ ପରାଜୟ ସହିପାରିଲାନି ପାକିସ୍ତାନ; ରାଗିକି ନିଆଁବାଣ ଫ୍ୟାନ୍ସ
Pak Fans Broke TV

Key Points

ବିଶ୍ଵକପ୍‌ରେ କଲମ୍ବୋରେ ମାଟି କାମୁଡ଼ିଛି ପାକିସ୍ତାନ
ଶୋଚନୀୟ ପରାଜୟ ପରେ ଲଜ୍ଜିତ ପାକିସ୍ତାନୀ କ୍ରିକେଟର
ଏପଟେ ଫ୍ୟାନ୍ସଙ୍କ ରାଗିକି ନିଆଁବାଣ, ଭାଙ୍ଗିଲେ ଟିଭି
୨୦୨୬ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆଠାରୁ ଶୋଚନୀୟ ପରାଜୟ ବରଣ କରିଛି ପାକିସ୍ତାନ । ଗତକାଲି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି । ଏହା ପାକିସ୍ତାନର ଟି-୨୦ ଇତିହାସର ସବୁଠାରୁ ଅପମାନଜନକ ପରାଜୟ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି । ଭାରତ ବିପକ୍ଷରେ ପରାଜୟ ପରେ ପାକିସ୍ତାନରେ ସବୁବେଳେ ଟିଭି ଭାଙ୍ଗିଥିବା ନଜିର ରହିଛି । ପାରମ୍ପରିକ ପ୍ରତିଦ୍ଵନ୍ଵୀ ଟିମ୍ ଇଣ୍ଡିଆଠାରୁ ହାରିବା ପରେ ଏବେ ପାକିସ୍ତାନର ରାସ୍ତାରେ ଟିଭି ଭାଙ୍ଗିଯାଉଛି । ଫଳରେ ପାକିସ୍ତାନୀ ପ୍ରଶଂସକଙ୍କ କ୍ରୋଧିତ ପ୍ରତିକ୍ରିୟା ଏବେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।

  • କଲମ୍ବୋରେ ଧୂଳି ଚାଟିଲା ପାକିସ୍ତାନ
ପାକିସ୍ତାନ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା । ଏହାପରେ ଭାରତୀୟ ଷ୍ଟାର ବ୍ୟାଟର୍ ଇଶାନ କିଶାନ ୭୭ ରନ୍‌ର ଏକ ଧମାକାଦାର ଇନିଂସ ଖେଳିଥିଲେ । ଏହାର ଜବାବରେ ପାକିସ୍ତାନୀ ଦଳ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ସେମାନେ ୧୧୪ ରନ୍‌ରେ ଅଲ୍ ଆଉଟ୍ ହୋଇଯାଇଥିଲେ ଏବଂ ସମ୍ପୂର୍ଣ୍ଣ ୨୦ ଓଭର ମଧ୍ୟ ଖେଳିନଥିଲେ । ସେପଟେ ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଏବଂ ଜସପ୍ରିତ ବୁମରାହ ପ୍ରତ୍ୟେକେ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ପାକିସ୍ତାନ ୬୧ ରନ୍‌ରେ ବଡ଼ ପରାଜୟ ବରଣ କରିଥିଲା ।

ପଢନ୍ତୁ ଏହି ଖବର: ପାକିସ୍ତାନରେ ବ୍ୟାନ୍ ଥିଲା ଫିଲ୍ମ, ସେହି ଗୀତରୁ ଆରମ୍ଭ ହେଲା ମ୍ୟାଚ୍

  • ରାଗିକି ନିଆଁବାଣ ପାକିସ୍ତାନୀ ଫ୍ୟାନ୍ସ
ମହାଶିବରାତ୍ରିରେ ଭାରତର ଦମଦାର ବିଜୟ ପରେ ପାକିସ୍ତାନର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନର ପରାଜୟ ପରେ ଜଣେ ପ୍ରଶଂସକ ଏକ ଟେଲିଭିଜନ ଉପରେ ଇଟା ଫିଙ୍ଗିଥିଲେ । ତା’ପରେ ଅନ୍ୟ ପ୍ରଶଂସକମାନେ ମିଶି ଟିଭିକୁ ସମ୍ପୂର୍ଣ୍ଣ ଭାଙ୍ଗି ପକାଇଥିଲେ ।



  • ଭଉଣୀ ମୁହଁରେ କେକ୍ ବୋଳିଲେ ପାକିସ୍ତାନୀ ୟୁଟ୍ୟୁବର
ଆଉ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଠି ଜଣେ ପାକିସ୍ତାନୀ ୟୁଟ୍ୟୁବର ନିଜ ଚ୍ୟାନେଲରେ ଲାଇଭ୍ ଷ୍ଟ୍ରିମିଂ କରୁଥିଲେ । ସେମାନେ ପାକିସ୍ତାନୀ ଦଳର ବିଜୟକୁ ପାଳନ କରିବା ପାଇଁ ଏକ କେକ୍ ପ୍ରସ୍ତୁତ କରିଥିଲେ । କିନ୍ତୁ ଭାରତର ବିଜୟ ପରେ ପାକିସ୍ତାନୀ ୟୁଟ୍ୟୁବର ଜଣକ ରାଗିକି ନିଜ ଭଉଣୀ ମୁହଁରେ କେକ୍ ବୋଳିଥିଲେ ।



ଅଧିକ କ୍ରୀଡା ସମ୍ବନ୍ଧୀୟ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pak Fans Destroy TV After Heartbreaking Scene | Argus News