Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ODIରେ ଇଂଲଣ୍ଡ ବିପକ୍ଷରେ ମଜଭୁତ ଟିମ ଇଣ୍ଡିଆ; ଜାଣନ୍ତୁ ହେଡ-ଟୁ-ହେଡ୍ ରେକର୍ଡ

Sports

Rohit Virat / ODIରେ ଇଂଲଣ୍ଡ ବିପକ୍ଷରେ ମଜଭୁତ ଟିମ ଇଣ୍ଡିଆ; ଜାଣନ୍ତୁ ହେଡ-ଟୁ-ହେଡ୍ ରେକର୍ଡ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ODIରେ ଇଂଲଣ୍ଡ ବିପକ୍ଷରେ ମଜଭୁତ ଟିମ ଇଣ୍ଡିଆ; ଜାଣନ୍ତୁ ହେଡ-ଟୁ-ହେଡ୍ ରେକର୍ଡ
Rohit Virat

Key Points

ଆସନ୍ତାକାଲି ପଡ଼ିଆରେ ଧମାଲ୍ କରିବେ ରୋ-କୋ
କାଲିଠୁ ଇଂଲଣ୍ଡ ବିପକ୍ଷରେ ୩ଦିନିଆ ODI ସିରିଜ୍
ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲି (ଜୁଲାଇ ୧୪)ଠାରୁ ୩ ଦିନିକିଆ ଏକ ଦିବସୀୟ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି । ପଡ଼ିଆରେ ଧମାଲ୍ କରିବେ ରୋହିତ ଓ ବିରାଟ । ରୋ-କୋଙ୍କ ଯୋଡ଼ିକୁ ଦେଖିବା ଲାଗି କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା । ସିରିଜର ପ୍ରଥମ ମୁକାବିଲା ବର୍ମିଘାମର ଐତିହାସିକ ଏଜବେଷ୍ଟନ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଟି-୨୦ ସିରିଜରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଟିମ ODI ସିରିଜ ହିସାବକୁ ବରାବର କରିବା ଲକ୍ଷ୍ୟରେ ଅଛି ।

କାରଣ ୱାନଡେ କ୍ରିକେଟରେ ଭାରତର ରେକର୍ଡ ଇଂଲଣ୍ଡ ବିରୁଦ୍ଧରେ ଚମତ୍କାର ଅଛି । ଏଥିଲାଗି ଟିମ ଇଣ୍ଡିଆ ନିଜର ସଫଳ ରେକର୍ଡକୁ ବଜାୟ ରଖିବାକଉ ଉଦ୍ୟମ କରିବ ଏବଂ ଟି-୨୦ ପରାଜୟର ଜବାବ ଦେବ । ଭାରତର ଦୁଇ କିମ୍ବଦନ୍ତୀ ଖେଳାଳି ରୋହିତ ଓ ବିରାଟ ମୈଦାନକୁ ଫେରିଥିବାରୁ ସେମାନଙ୍କ ଉପରେ କ୍ରିକେଟ ପ୍ରଶଂସକଙ୍କ ଆଶା ଅଧିକ ରହିଛି । ଉଭୟଙ୍କ ବ୍ୟାଟରୁ ବଡ଼ ରନ୍ ଆଶା ରଖିଛନ୍ତି ରୋ-କୋ ଫ୍ୟାନ୍ସ ।

  • ODIରେ ଭାରି ପଡ଼େ ଭାରତ
ଭାରତ ଓ ଇଂଲଣ୍ଡ ମଧ୍ୟରେ ୧୧୦ଟି ଏକଦିବସୀୟ ମ୍ୟାଚ୍ ଖେଳାଯାଇଛି । ଏଥିରେ ଭାରତୀୟ ଟିମ ୬୧ଟି ମ୍ୟାଚରେ ବିଜୟୀ ହୋଇଥିବାବେଳେ, ୪୪ଟି ମ୍ୟାଚରେ ଇଂଲଣ୍ଡକୁ ସଫଳତା ମିଳିଛି । ଉଭୟ ଟିମ ମଧ୍ୟରେ ଦୁଇଟି ମ୍ୟାଚ ଟାଇ ରହିଛି ଏବଂ ୩ଟି ମ୍ୟାଚରେ କୌଣସି ନିଷ୍କର୍ସ ବାହାରି ନାହିଁ । ଇଂଲଣ୍ଡ ମାଟିରେ ଭାରତ ମୋଟ ୪୪ଟି ମ୍ୟାଚ୍ ଖେଳିଛି । ଏଥିରେ ଟିମ ଇଣ୍ଡିଆ ୧୮ଟି ମ୍ୟାଚ୍ ଖେଳିଥିବାବେଳେ ୨୩ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି । ଗୋଟିଏ ମୁକାବିଲା ଟାଇ ରହିଥିବାବେଳେ ୨ଟି ମ୍ୟାଚ ବିନା ଫଳରେ ଶେଷ ହୋଇଛି ।

  • ରୋ-କୋଙ୍କ ଉପରେ ଅଧିକ ଆଶା
ଟି-୨୦ ସିରିଜରେ ଭାରତୀୟ ବ୍ୟାଟର ଫ୍ୟାନଙ୍କ ଆଶା ଉପରେ ଦୃଢ ଭାବେ ଠିଆ ହୋଇପାରିନଥିଲେ । ଏଥିଲାଗି ଏକଦିବସୀୟ ସିରିଜରେ ଟିମକୁ ସବୁଠୁ ବଡ଼ ଆଶା ବ୍ୟାଟରଙ୍କ ଉପରେ ରହିବେ । ଏଥର ଅଧିନାୟକ ଦାୟିତ୍ଵ କ୍ୟାପ୍ଟେନ ଶୁବମନ ଗିଲଙ୍କ ଉପରେ ରହିବ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ କମବ୍ୟାକ୍ ଯୋଗୁଁ ଭାରତୀୟ ବ୍ୟାଟର କ୍ରମ ପୂର୍ବାପେକ୍ଷା ଅଧିକ ମଜଭୁତ ନଜର ଆସିଛି । ମଧ୍ୟକ୍ରମରେ ଶ୍ରେୟସ ଆୟର, କେ.ଏଲ ରାହୁଲ, ଈଷାନ କିଶାନ ଓ ଅକ୍ଷର ପଟେଲ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରିଛନ୍ତି । ସେହିପରି ଅଲରାଉଣ୍ଡର ଭାବରେ ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲଓ ନୀତିଶ କୁମାର ରେଡ୍ଡୀ ଟିମକୁ ଉଭୟ ବ୍ୟାଟିଂ ଓ ବୋଲିଂରେ ସନ୍ତୁଳନ ରକ୍ଷା କରିବେ ।

  • ବୁମରାହ ସମ୍ଭାଳିବେ ଦ୍ରୁତ ବୋଲିଂର କମାଣ
ଇଂଲଣ୍ଡକୁ ବୋଲିଂ ଆକ୍ରମଣର ଦାୟିତ୍ଵ ଜସପ୍ରୀତ ବୁମରାହଙ୍କ ଉପରେ ରହିଛି । ଏହାସହିତ ପ୍ରସିଦ୍ଧ କୃଷ୍ଣ, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ ଓ ଗୁରନୁର ବରାର ଦ୍ରୁତ ବୋଲିଂ କରି ବିପକ୍ଷ ଟିମକୁ ଘାଇଲା କରିବେ । ହର୍ଷିତ ରାଣା ଆହତ ଥିବା ଯୋଗୁଁ ଟିମରୁ ବାହାରେ ଛନ୍ତି । ସେପଟେ ସ୍ପିନ ବିଭାଗର ଦାୟିତ୍ଵ କୁଲଦୀପ ଯାଦବ ସମ୍ଭାଳି ପାରନ୍ତି । ତାଙ୍କ ସହିତ ରବି ବିଷ୍ଣୋଇଙ୍କୁ ବି ଟିମରେ ସ୍ଥାନ ମିଳିଛି । ଅନ୍ୟପଟେ ଆହତ ଯୋଗୁଁ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ସିରିଜରୁ ବାଦ୍ ପଡିଛନ୍ତି ।

ପଢନ୍ତୁ ଏହି ଖବର: ହର୍ଷିତ ରାଣା ଓ ବରୁଣ ଚକ୍ରବର୍ତ୍ତୀ ଆହତ; ଟିମ ଇଣ୍ଡିଆରେ ଏହି ଖେଳାଳିଙ୍କ ଏଣ୍ଟ୍ରି

  • ବିଜୟ ଆରମ୍ଭ ଉପରେ ଭାରତର ଲକ୍ଷ୍ୟ
ଟି-୨୦ ସିରିଜ ପରାଜୟ ପରେ ODI ସିରିଜକୁ ଟିମ ଇଣ୍ଡିଆ ବିଜୟରୁ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ଗୋଟିଏ ପଟେ ଅଭିଜ୍ଞ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ, ମଜଭୁତ ବ୍ୟାଟିଂ କ୍ରମ ଓ ସନ୍ତୁଳିତ ବୋଲିଂ ଆଧାରରେ ଟିମ ଇଣ୍ଡିଆ ସିରିଜ ହାତେଇବାକୁ ସ୍ଥିର କରିଛି । ଭାରତୀୟ କ୍ରିକେଟ ଫ୍ୟାନ୍ସ ମଧ୍ୟ ଦଳଠାରୁ ସମାନ ଆଶା ରଖିଛନ୍ତି । ଅନ୍ୟପଟେ ଟି-୨୦ ସିରିଜରେ ବିଜୟୀ ଥିବା ଇଂଲଣ୍ଡ ଘରୋଇ ମାଟିରେ ଏହି ସିରିଜକୁ ମଧ୍ୟ ହାତେଇବାକୁ ଲକ୍ଷ୍ୟ ରଖିଛି ।

ପଢନ୍ତୁ ଏହି ଖବର: ୱିମ୍ଵଲଡନରେ ଛାଇଗଲା ସଚିନ-ଗିଲ୍ ଯୋଡ଼ି; ସେପଟେ ସ୍ପେନରେ ସାରା ତେନ୍ଦୁଲକର...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored