Kamlesh Jain Resignation / ଟିମ୍ ଇଣ୍ଡିଆକୁ ବଡ଼ ଝଟକା ! ସପୋର୍ଟ ଷ୍ଟାଫ୍ରୁ ଆଉ ଜଣେ ଦେଲେ ଇସ୍ତଫା
·35 mins ago·2 min read

Key Points
ଟିମ୍ ଇଣ୍ଡିଆ ସପୋର୍ଟ ଷ୍ଟାଫ୍ରେ ବଡ଼ ପରିବର୍ତ୍ତନ
ଇସ୍ତଫା ଦେଲେ ଫିଜିଓ କମଲେଶ ଜୈନ
ସାଢ଼େ ୪ ବର୍ଷ ପରେ ଟିମ୍ ଇଣ୍ଡିଆ ଛାଡ଼ିବେ
ଇସ୍ତଫା ଦେଲେ ଫିଜିଓ କମଲେଶ ଜୈନ
ସାଢ଼େ ୪ ବର୍ଷ ପରେ ଟିମ୍ ଇଣ୍ଡିଆ ଛାଡ଼ିବେ
ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ସପୋର୍ଟ ଷ୍ଟାଫ୍ରେ ଦେଖିବାକୁ ମିଳିଛି ବଡ଼ ପରିବର୍ତ୍ତନ । ଭାରତୀୟ ଦଳର ଫିଜିଓ କମଲେଶ ଜୈନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ବିସିସିଆଇକୁ ଦେଇଛନ୍ତି । ତେବେ ଗତ କିଛି ଦିନ ମଧ୍ୟରେ ଟିମ୍ ଇଣ୍ଡିଆର ସପୋର୍ଟ ଷ୍ଟାଫ୍ରେ ଏହା ତୃତୀୟ ବଡ଼ ପରିବର୍ତ୍ତନ ।
କମଲେଶ ଜୈନଙ୍କ ପୂର୍ବରୁ ସହକାରୀ କୋଚ୍ ରାୟନ୍ ଟେନ୍ ଡୋସେଟ୍ ଏବଂ ଫିଲ୍ଡିଂ କୋଚ୍ ଟି. ଦିଲୀପ ମଧ୍ୟ ଟିମ୍ ଇଣ୍ଡିଆର ସାଥ୍ ଛାଡ଼ିସାରିଛନ୍ତି । ତେବେ ବିସିସିଆଇ ଏପର୍ଯ୍ୟନ୍ତ କମଲେଶ ଜୈନଙ୍କ ଇସ୍ତଫାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିନାହିଁ ।
ରିପୋର୍ଟ ଅନୁସାରେ, କମଲେଶ ଜୈନ ବର୍ତ୍ତମାନ ନୂଆଦିଲ୍ଲୀରେ ଟିମ୍ ଇଣ୍ଡିଆ ସହ ଅଛନ୍ତି । ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ର ସମସ୍ତ ତିନୋଟି ମ୍ୟାଚ୍ ନୂଆଦିଲ୍ଲୀରେ ଖେଳାଯିବ । ଜୈନ ଏବେ ତିନି ମାସର ନୋଟିସ୍ ପିରିୟଡ୍ରେ ଥିବା ଜଣାପଡ଼ିଛି । ଏହି କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ସେ ଶେଷ ଥର ପାଇଁ ଟିମ୍ ଇଣ୍ଡିଆ ସହ ନଜର ଆସିପାରନ୍ତି ।
କମଲେଶ ଜୈନ ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆ ସହ ଜଡ଼ିତ ଥିଲେ । ରାହୁଲ ଦ୍ରାବିଡ୍ ଭାରତୀୟ ଦଳର ମୁଖ୍ୟ କୋଚ୍ ଥିବା ସମୟରେ ଜୁନ୍ ୨୦୨୨ରେ ସେ ଟିମ୍ ଇଣ୍ଡିଆର ଫିଜିଓ ଭାବେ ଯୋଗ ଦେଇଥିଲେ । ପ୍ରାୟ ସାଢ଼େ ୪ ବର୍ଷ ଧରି ସେ ଭାରତୀୟ ଦଳ ସହ କାମ କରିଛନ୍ତି ।

ଅଧିକ ପଢ଼ନ୍ତୁ: ବାଂଲାଦେଶକୁ ହରାଇ ଏସିଆ କପ୍ ଫାଇନାଲରେ ଟିମ୍ ଇଣ୍ଡିଆ, ଚମକିଲେ ଦୀପ୍ତି-ଶେଫାଳୀ
କମଲେଶ ଜୈନ ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆ ସହ ଜଡ଼ିତ ଥିଲେ । ରାହୁଲ ଦ୍ରାବିଡ୍ ଭାରତୀୟ ଦଳର ମୁଖ୍ୟ କୋଚ୍ ଥିବା ସମୟରେ ଜୁନ୍ ୨୦୨୨ରେ ସେ ଟିମ୍ ଇଣ୍ଡିଆର ଫିଜିଓ ଭାବେ ଯୋଗ ଦେଇଥିଲେ । ପ୍ରାୟ ସାଢ଼େ ୪ ବର୍ଷ ଧରି ସେ ଭାରତୀୟ ଦଳ ସହ କାମ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ଯାତ୍ରା କରିବାକୁ ପଡ଼ୁଥିବାରୁ ଫିଜିଓ ପଦରୁ ଇସ୍ତଫା ଦେବାକୁ ଜୈନ ନିଷ୍ପତ୍ତି ନେଇଥିବା କୁହାଯାଉଛି । ଏହା ସହ ପାରିବାରିକ ଦାୟିତ୍ୱ ମଧ୍ୟ ତାଙ୍କ ନିଷ୍ପତ୍ତି ପଛରେ ଏକ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଏନେଇ ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନାହିଁ । କମଲେଶ ଜୈନ ଏହା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ସହ ମଧ୍ୟ କାମ କରିଥିଲେ । ସେ ନିତିନ ପଟେଲଙ୍କ ସ୍ଥାନ ନେଇ ଟିମ୍ ଇଣ୍ଡିଆର ଫିଜିଓ ଦାୟିତ୍ୱ ସମ୍ଭାଳିଥିଲେ ।
Related Topics
Explore more stories