T20 World Cup Schedule / ଆଉ ମାତ୍ର ୪ ଦିନ...ପାକିସ୍ତାନ ବିପକ୍ଷରେ ବିଶ୍ବକପ୍ ଅଭିଯାନ ଆରମ୍ଭ କରି ଟିମ୍ ଇଣ୍ଡିଆ, ଜାଣନ୍ତୁ ପୂରା କାର୍ଯ୍ୟସୂଚୀ
·3 months ago·2 min read

Key Points
ହରମନପ୍ରୀତଙ୍କ ଦଳର ମିଶନ୍ ବିଶ୍ୱକପ୍
ପ୍ରଥମ ମ୍ୟାଚ୍ରେ ପାକିସ୍ତାନ ସହ ଟକ୍କର
ଦକ୍ଷିଣ ଆଫ୍ରିକା ମ୍ୟାଚ୍ ହୋଇପାରେ ନିର୍ଣ୍ଣାୟକ

ମହିଳା ଟି-୨୦ ବିଶ୍ବକପ୍ ୨୦୨୬ ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍ । ଆଉ ମାତ୍ର ୪ ଦିନ ପରେ ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ତା'ର ଅଭିଯାଦ ଆରମ୍ଭ କରିବ । ହରମନପ୍ରୀତ କୌରଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଜୁନ୍ ୧୪ ତାରିଖରେ ପାକିସ୍ତାନ ବିପକ୍ଷରେ ତା'ର ଅଭିଯାନ ଆରମ୍ଭ କରିବ । ଭାରତୀୟ ମହିଳା ଦଳ ଏପର୍ଯ୍ୟନ୍ତ ଟି-୨୦ ବିଶ୍ବକପ୍ ଜିତିନାହିଁ । ତେଣୁ ଚଳିତ ଥର ଟି-୨୦ ବିଶ୍ବକପ୍ ଜିତି ଇତିହାସ ରଚିବାକୁ ଚେଷ୍ଟା କରିବ ଭାରତ ।
ଗତ କିଛି ବର୍ଷ ଧରି ଭାରତୀୟ ମହିଳା ଦଳ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ T-20 ସିରିଜ୍ ଜିତି ନିଜର ଶକ୍ତି ପ୍ରଦର୍ଶନ କରିଛି । ମହିଳା ପ୍ରିମିୟର ଲିଗ୍ (WPL) ରେ ବିଶ୍ୱକପ୍ ବିଜୟ ଏବଂ ଭାରତୀୟ ଅଧିନାୟକଙ୍କ ଟ୍ରଫି ଭଳି ଫଳାଫଳ ଦଳକୁ ବିଶ୍ୱ କ୍ରିକେଟର ସବୁଠାରୁ ଶକ୍ତିଶାଳୀ ଦଳ ମଧ୍ୟରୁ ଗୋଟିଏ ଭାବରେ ପ୍ରତିଷ୍ଠିତ କରିଛି। ତଥାପି, ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ବିପକ୍ଷରେ ସିରିଜ୍ ପରାଜୟ ଦଳର ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଛି।
ମହିଳା ଟି-୨୦ ବିଶ୍ବକପ୍ରେ ଭାରତକୁ ଗ୍ରୁପ୍ A ରେ ରଖାଯାଇଛି । ଏହି ଗ୍ରୁପ୍ରେ ଭାରତ ବ୍ୟତୀତ ପାକିସ୍ତାନ, ନେଦରଲାଣ୍ଡ, ସାଉଥ ଆଫ୍ରିକା, ବାଂଲାଦେଶ ଓ ଅଷ୍ଟ୍ରେଲିଆ ଭଳି ଦଳ ରହିଛି । ସେମିଫାଇନାଲ ପାଇଁ ଦୌଡ଼ କଷ୍ଟକର ହେବ, କାରଣ ଅନେକ ପ୍ରମୁଖ ଖେଳାଳି ଫର୍ମ ପାଇଁ ସଂଘର୍ଷ କରୁଛନ୍ତି ଏବଂ କିଛି ପ୍ରମୁଖ ଅଲରାଉଣ୍ଡର ଆହତ ଯୋଗୁଁ ପ୍ରଭାବିତ ହୋଇଛନ୍ତି ।
୨୦୨୪ ଟି-୨୦ ବିଶ୍ୱକପ୍ରେ ଭାରତର ଯାତ୍ରା ଗ୍ରୁପ୍ ପର୍ଯ୍ୟାୟରେ ଶେଷ ହୋଇଥିଲା । ଦଳ କେବଳ ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ପରାସ୍ତ କରିବାରେ ସଫଳ ହୋଇଥିଲା । କିନ୍ତୁ ଏହା ପରେ ଭାରତ ଏକ ଦମଦାର କମବ୍ୟାକ୍ କରି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ ସିରିଜ୍ ଜିତିଥିଲା ଏବଂ ଘରୋଇ ପରିବେଶରେ ୱେଷ୍ଟଇଣ୍ଡିଜ୍ ଏବଂ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା ।

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ, ବାଦ୍ ପଡ଼ିଲେ ସିରାଜ...ଦଳକୁ ଫେରିଲେ ପ୍ରସିଦ୍ଧ କ୍ରିଷ୍ଣା
୨୦୨୪ ଟି-୨୦ ବିଶ୍ୱକପ୍ରେ ଭାରତର ଯାତ୍ରା ଗ୍ରୁପ୍ ପର୍ଯ୍ୟାୟରେ ଶେଷ ହୋଇଥିଲା । ଦଳ କେବଳ ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ପରାସ୍ତ କରିବାରେ ସଫଳ ହୋଇଥିଲା । କିନ୍ତୁ ଏହା ପରେ ଭାରତ ଏକ ଦମଦାର କମବ୍ୟାକ୍ କରି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ ସିରିଜ୍ ଜିତିଥିଲା ଏବଂ ଘରୋଇ ପରିବେଶରେ ୱେଷ୍ଟଇଣ୍ଡିଜ୍ ଏବଂ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଜୁନ୍ ୨୧ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାର ସମ୍ଭାବନା ରହିଛି । ଏହି ମ୍ୟାଚ୍ ବିଶ୍ବକପ୍ ସେମିଫାଇନାଲକୁ କେଉଁ ଦଳ ଯିବ ତାହା ନିର୍ଣ୍ଣୟ କରିପାରେ । ନିକଟରେ ଭାରତ ଲୌରା ୱଲଭାର୍ଡଙ୍କ ଦଳ ବିପକ୍ଷରେ T20 ସିରିଜରେ ୧-୪ ରେ ପରାଜୟ ବରଣ କରିଥିଲା । ତେଣୁ ଏହି ମ୍ୟାଚ୍ ଭାରତ ପାଇଁ ବେଶ୍ ଚ୍ୟାଲେଞ୍ଜିଂ ହେବ ବୋଲି କୁହାଯାଉଛି ।
ଟି-୨୦ ବିଶ୍ବକପ୍ ପାଇଁ ଭାରତୀୟ ମହିଳା ଦଳ: ଶେଫାଳି ବର୍ମା, ସ୍ମୃତି ମନ୍ଧାନା, ୟସ୍ତିକା ଭାଟିଆ, ଜେମିମା ରୋଡ୍ରିଗ୍ସ, ହରମନପ୍ରୀତ କୌର (ଅଧିନାୟକ), ରିଚା ଘୋଷ, ଭାରତୀ ଫୁଲମାଲି, ଦୀପ୍ତି ଶର୍ମା, ରାଧା ଯାଦବ, ଅରୁନ୍ଧତୀ ରେଡ୍ଡୀ, ଶ୍ରେୟଙ୍କା ପାଟିଲ, ଶ୍ରୀ ଚରଣୀ, କ୍ରାନ୍ତି ଗୌଡ଼, ରେଣୁକା ଠାକୁର ଏବଂ ନନ୍ଦିନୀ ଶର୍ମା
ଟି-୨୦ ବିଶ୍ବକପ୍ରେ ଭାରତର କାର୍ଯ୍ୟସୂଚୀ:
୧୪ ଜୁନ୍: ଭାରତ ବନାମ ପାକିସ୍ତାନ
୧୭ ଜୁନ୍: ଭାରତ ବନାମ ନେଦରଲାଣ୍ଡ
୨୧ ଜୁନ୍: ଭାରତ ବନାମ ଦକ୍ଷିଣ ଆଫ୍ରିକା
୨୫ ଜୁନ୍: ଭାରତ ବନାମ ବାଂଲାଦେଶ
୨୮ ଜୁନ୍: ଭାରତ ବନାମ ଅଷ୍ଟ୍ରେଲିଆ

Related Topics
Explore more stories