Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଶେଷ ହୋଇଛି ୧୬ ଦିନ ଧରି ଚାଲିଥିବା ପ୍ୟାରିସ ଅଲିମ୍ପିକ୍ସ

Swayangprajna Mishra
Browse all articles by Swayangprajna Mishra
·1 year ago
ଶେଷ ହୋଇଛି ୧୬ ଦିନ ଧରି ଚାଲିଥିବା ପ୍ୟାରିସ ଅଲିମ୍ପିକ୍ସ

ଅର୍ଗସ ବ୍ୟୁରୋ : ୧୬ ଦିନ ଧରି ଚାଲିଥିବା ପ୍ୟାରିସ ଅଲିମ୍ପିକ୍ସ ଶେଷ ହୋଇଛି। ପ୍ୟାରିସ ଅଲିମ୍ପିକ୍ସକୁ ସ୍ମରଣୀୟ କରିବାକୁ ଉଦଯାପନୀ ସମାରୋହରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ମିଳିତ ପରେଡରେ ତ୍ରିରଙ୍ଗା ଧରିଥିଲେ ପଦକ ବିଜେତା ହକି ଟିମର ଗୋଲକିପର ପି.ଆର. ଶ୍ରୀଜେସ ଓ ଡବଲ ମେଡାଲିଷ୍ଟ ମନୁ ଭାକର। ପ୍ରତିଯୋଗିତାରେ ଭାରତ ଏଥର ଗୋଟିଏ ରୌପ୍ୟ ପଦକ ସହ ମୋଟ 6ଟି ପଦକ ହାସଲ କରିଛି।

ଅଧିକ ପଢନ୍ତୁ : ଆସନ୍ତା 13ରେ ଭିନେଶ ଫୋଗାଟଙ୍କ ମାମଲାର ଆସିବ ଚୂଡ଼ାନ୍ତ ରାୟ

ଉଦଯାପନୀ ସାମାରୋହରେ ଫ୍ରାନ୍ସ ପ୍ରେସିଡେଣ୍ଟ ଇମାନ୍ୟୁଏଲ ମାକ୍ରନଙ୍କ ସହ ଇଣ୍ଟରନ୍ୟାସନାଲ ଅଲିମ୍ପିକ କମିଟି ଅଧ୍ୟକ୍ଷ ଥୋମାସ ବାସ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ମାକ୍ରନ ବିଧିବଦ୍ଧ ଭାବେ ପରବର୍ତ୍ତୀ ୨୦୨୮ ରେ ଅଲିମ୍ପିକ୍ସ ଆୟୋଜନକାରୀ ଦେଶ ୟୁଏସ ପ୍ରତିନିଧିଙ୍କୁ ଅଲିମ୍ପିକ ଫ୍ଲାଗ ମଧ୍ୟ ହସ୍ତାନ୍ତର କରିଛନ୍ତି। ଉଦଯାପନୀ ସମାରୋହରେ ହଲିଉଡ କଳାକାର ଟମ୍ କ୍ରୁଜଙ୍କୁ  ଦେଖିବାକୁ ମିଳିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The 16-day long Paris Olympics has ended | Argus News