Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket News / ମୁଣ୍ଡରେ ବଲ୍‌ ବାଜି ଚାଲିଗଲା ଏହି କ୍ରିକେଟରଙ୍କ ଜୀବନ

Ritu Das
Browse all articles by Ritu Das
·8 months ago·2 min read
ମୁଣ୍ଡରେ ବଲ୍‌ ବାଜି ଚାଲିଗଲା ଏହି କ୍ରିକେଟରଙ୍କ ଜୀବନ

Key Points

ମେଲବୋର୍ଣ୍ଣରେ ଅଭ୍ୟାସ ସମୟରେ ମୁଣ୍ଡରେ ବଲ ବାଜିବାରୁ ୧୭ ବର୍ଷୀୟ କ୍ରିକେଟର ବେନ ଅଷ୍ଟିନଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ସମଗ୍ର କ୍ରିକେଟ ଜଗତକୁ ଚକିତ କରିଛି।
ଅଷ୍ଟ୍ରେଲିଆରୁ ଏକ ହୃଦୟବିଦାରକ ଖବର ଆସିଛି। ମେଲବୋର୍ଣ୍ଣରେ ଅଭ୍ୟାସ ସମୟରେ ମୁଣ୍ଡରେ ବଲ ବାଜିବାରୁ ୧୭ ବର୍ଷୀୟ କ୍ରିକେଟର ବେନ ଅଷ୍ଟିନଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ସମଗ୍ର କ୍ରିକେଟ ଜଗତକୁ ଚକିତ କରିଛି।

ବେନ ମେଲବୋର୍ଣ୍ଣର ଫର୍ନଟ୍ରି ଗଲିର ଭ୍ୟାଲି ଟିଉ ରିଜର୍ଭ ଗ୍ରାଉଣ୍ଡରେ ନେଟ୍ସରେ ଅଭ୍ୟାସ କରୁଥିଲେ। ରିପୋର୍ଟ ଅନୁଯାୟୀ, ସେ ଏକ ସୁରକ୍ଷାମୂଳକ ହେଲମେଟ ପିନ୍ଧି ଏକ ବୋଲିଂ ମେଶିନ ସାମ୍ନାରେ ବ୍ୟାଟିଂ ଅଭ୍ୟାସ କରୁଥିଲେ। ସେତେବେଳେ ଏକ ଦ୍ରୁତ ଗତିର ବଲ ତାଙ୍କ ମୁଣ୍ଡ ଏବଂ ବେକ ମଧ୍ୟରେ ବାଜିଲା। ଦୁର୍ଘଟଣା ପରେ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ମୋନାସ ମେଡିକାଲ ସେଣ୍ଟରକୁ ପଠାଯାଇଥିଲା। ସେଠାରେ ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ସେ ମୃତ୍ୟୁବରଣ କରିଥିଲେ।

ଅଧିକ ପଢ଼ନ୍ତୁ : ମହିଳା ବିଶ୍ବକପ୍: ଇଂଲଣ୍ଡକୁ ହରାଇ ଫାଇନାଲରେ ଦକ୍ଷିଣ ଆଫ୍ରିକା

ବେନଙ୍କ କ୍ଲବ, ଫର୍ନଟ୍ରି ଗଲି କ୍ରିକେଟ କ୍ଲବ, ସୋସିଆଲ ମିଡିଆରେ ଏକ ଭାବପ୍ରବଣ ବିବୃତ୍ତି ଜାରି କରି ଲେଖିଛନ୍ତି, ଆମର ଉଦୀୟମାନ ତାରକା ବେନ ଅଷ୍ଟିନଙ୍କ ଦେହାନ୍ତରେ ଆମେ ଗଭୀର ଦୁଃଖିତ। ତାଙ୍କ ବିୟୋଗ ଆମର ସମଗ୍ର କ୍ରିକେଟ ପରିବାରକୁ ପ୍ରଭାବିତ କରିବ। ତାଙ୍କ ପରିବାର ସହିତ ଆମର ସମବେଦନା।

ବେନ କେବଳ ଜଣେ ଚମତ୍କାର କ୍ରିକେଟର ନ ଥିଲେ, ବରଂ ଜଣେ ପ୍ରିୟ ନେତା ଏବଂ ଦଳର ଭଲ ଖେଳାଳି ମଧ୍ୟ ଥିଲେ। ସେ ମୁଲଗ୍ରେଭ ଏବଂ ଏଲଡନ ପାର୍କ କ୍ରିକେଟ କ୍ଲବର ସଦସ୍ୟ ଥିଲେ। ସେ ୱେଭର୍ଲି ପାର୍କ ହକ୍ସ ପାଇଁ ମଧ୍ୟ ଜୁନିଅର ଫୁଟବଲ ଖେଳିଥିଲେ। ବେନ ଜଣେ ପ୍ରତିଭାଶାଳୀ ଏବଂ ଅତ୍ୟନ୍ତ ଲୋକପ୍ରିୟ ଖେଳାଳି ଥିଲେ। ତାଙ୍କ ପରି କ୍ରିକେଟର୍‌ ବିରଳ।

ଏହି ଘଟଣା କ୍ରିକେଟ ପ୍ରଶଂସକମାନଙ୍କୁ ୨୦୧୪ ମସିହାରେ ଘଟିଥିବା ଦୁଃଖଦ ଘଟଣାର ମନେ ପକାଇ ଦେଇଥିଲା। ୨୦୧୪ରେ ଅଷ୍ଟ୍ରେଲିୟ ବ୍ୟାଟସମ୍ୟାନ ଫିଲିପ ହ୍ୟୁଗ୍ସଙ୍କୁ ମଧ୍ୟ ଏକ ମ୍ୟାଚ ସମୟରେ ବେକରେ ଆଘାତ ଲାଗିଥିଲା। ତାଙ୍କର ମଧ୍ୟ କିଛି ଦିନ ପରେ ମୃତ୍ୟୁ ହୋଇଥିଲା। ହ୍ୟୁଗ୍ସଙ୍କ ଘଟଣା ପରେ, କ୍ରିକେଟ୍‌ରେ ଆଘାତ ଏବଂ ସୁରକ୍ଷା ଗିଅର୍‌ ସମ୍ପର୍କରେ ଅନେକ ନୂତନ ନିୟମ ଲାଗୁ କରାଯାଇଥିଲା।

ଏହାସହ ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍‌ ଖେଳିପାରିବେନି ଶ୍ରେୟସ ଆୟର !

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟରଙ୍କ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର । ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଆହତ ହୋଇଥିବା ଆୟର ଏବେ ଅତିକମରେ ଦୁଇ ମାସ ପାଇଁ ଖେଳରୁ ଦୂରରେ ରହିବେ । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଆୟରଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ପ୍ରାୟ ଆଠ ସପ୍ତାହ ଲାଗିପାରେ । ଏହାର ଅର୍ଥ ସେ କେବଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ନୁହେଁ ବରଂ ଜାନୁଆରୀରେ ହେବାକୁ ଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ମଧ୍ୟ ନ ଖେଳିପାରନ୍ତି ।

ସୂଚନା ଅନୁସାରେ, ଅକ୍ଟୋବର ୨୫ ତାରିଖରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ସମୟରେ ଶ୍ରେୟସ ଆପର ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଆଲେକ୍ସ କ୍ୟାରିଙ୍କ କ୍ୟାଚ୍ ଧରିବା ପାଇଁ ଡାଇଭ୍ ମାରିଥିଲେ । ଯଦିଓ ସଫଳ ଭାବରେ ସେ କ୍ୟାଚ୍‌ ଧରିଥିଲେ କିନ୍ତୁ ତାଙ୍କ ପେଟରେ ଗଭୀର ଆଘାତ ଲାଗିଥିଲା । ପ୍ରାରମ୍ଭରେ, ଆଘାତ ସ୍ୱାଭାବିକ ଦେଖାଯାଉଥିଲା, କିନ୍ତୁ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କୁ ତୁରନ୍ତ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଡାକ୍ତରମାନେ ଆୟରଙ୍କ ସ୍ପିଲ୍ନରେ ଆଘାତ ଏବଂ ଆଭ୍ୟନ୍ତରୀଣ ରକ୍ତସ୍ରାବ ଚିହ୍ନଟ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cricketer Survives After Ball Hits His Head | Argus News