Videos
|
Sports

Richest Pakistani Cricketer / ପାକିସ୍ତାନର ସବୁଠାରୁ ଧନୀ କ୍ରିକେଟର କିଏ ? ବାବର ନାହାନ୍ତି ଶ୍ରେଷ୍ଠ ୫ ଜଣଙ୍କ ଭିତରେ

Debashree Debasmita Sahoo
Browse all articles by Debashree Debasmita Sahoo
·3 hours ago·2 min read
ପାକିସ୍ତାନର ସବୁଠାରୁ ଧନୀ କ୍ରିକେଟର କିଏ ? ବାବର ନାହାନ୍ତି ଶ୍ରେଷ୍ଠ ୫ ଜଣଙ୍କ ଭିତରେ
Richest Pakistani Cricketer

Key Points

ପାକିସ୍ତାନର ସବୁଠାରୁ ଧନୀ କ୍ରିକେଟର କିଏ ଜାଣନ୍ତି କି ?
ତାଙ୍କର ଆନୁମାନିକ ସମ୍ପତ୍ତି ପ୍ରାୟ ₹୪୩୩ କୋଟି
ବାବର ଶ୍ରେଷ୍ଠ ଜଣଙ୍କ ଭିତରେ ବି ନାହାନ୍ତି
ଇସଲାମାବାଦ: ଭାରତ ପରି ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ କ୍ରିକେଟ ପ୍ରତି ବେଶ ରୁଚି ରହିଛି ।  କ୍ରିକେଟ୍ ମଇଦାନରେ ଦମଦାର ପ୍ରଦର୍ଶନ ସହ ନିଜର ଲୋକପ୍ରିୟତା ଓ ସମ୍ପତ୍ତିକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି ପାକିସ୍ତାନୀ କ୍ରିକେଟର । ତେବେ ପଡ଼ୋଶୀ ଦେଶ ପାକିସ୍ତାନର ସବୁଠାରୁ ଧନୀ କ୍ରିକେଟର କିଏ ଆପଣ ଜାଣନ୍ତି କି ? ଏହି ତାଲିକାରେ କେଉଁ ଖେଳାଳିଙ୍କ ସ୍ଥାନ କେଉଁଠି ? ଆସନ୍ତୁ ଜାଣିବା ।

  • ସବୁଠୁ ଧନୀ କିଏ ?
ପାକିସ୍ତାନର ସବୁଠାରୁ ଧନୀ କ୍ରିକେଟର ଭାବେ ପୂର୍ବତନ ଅଧିନାୟକ ତଥା ପାକିସ୍ତାନ ତେହେରିକ୍-ଏ-ଇନସାଫ୍‌ର ନେତା ଇମ୍ରାନ ଖାନଙ୍କ ନାମ ରହିଛି । ତାଙ୍କର ଆନୁମାନିକ ସମ୍ପତ୍ତି ପ୍ରାୟ ୪୩୩ କୋଟି ଟଙ୍କା ବୋଲି କୁହାଯାଉଛି ।

ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ପାକିସ୍ତାନର ଆଉ ଜଣେ ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି। ତାଙ୍କର ଆନୁମାନିକ ସମ୍ପତ୍ତି ପ୍ରାୟ ୩୯୦ କୋଟି ଟଙ୍କା । ସେହିପରି ତୃତୀୟ ସ୍ଥାନରେ ଅଛନ୍ତି ଆଝାର ଅଲି । ତାଙ୍କ ସମ୍ପତ୍ତି ପ୍ରାୟ ୧୩୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି । ଚତୁର୍ଥ ସ୍ଥାନରେ ପୂର୍ବତନ କ୍ରିକେଟର ସଇଦ ଅନୱର ଥିବାବେଳେ ତାଙ୍କର ଆନୁମାନିକ ସମ୍ପତ୍ତି ପ୍ରାୟ ୧୦୨ କୋଟି ଟଙ୍କା । ଅନ୍ୟପଟେ ପାକିସ୍ତାନର ପୂର୍ବତନ ଅଧିନାୟକ ମିସବା-ଉଲ-ହକ୍ ପ୍ରାୟ ୮୧ କୋଟି ଟଙ୍କାର ସମ୍ପତ୍ତି ସହ ପଞ୍ଚମ ସ୍ଥାନରେ ରହିଛନ୍ତି ।

ପଢନ୍ତୁ ଏହି ଖବର: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଫ୍ଲପ୍ ହେଲେ ଶୁବମନ ଗିଲ୍, ରଣଜୀରେ ମାତ୍ର ୧ ରନ୍ କରି ଆଉଟ୍

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାବ୍ୟତୀତ ଯୁବ ଓ ବର୍ତ୍ତମାନର ପାକିସ୍ତାନୀ କ୍ରିକେଟରଙ୍କ ମଧ୍ୟରେ ଶାହିନ ଆଫ୍ରିଦି, ମହମ୍ମଦ ରିଜୱାନ ଓ ବାବର ଆଜମଙ୍କ ନାମ ରହିଛି । ତାଲିକାରେ ଫୱାଦ ଆଲମ ଓ ତୈୟବ ତାହିର ମଧ୍ୟ ସ୍ଥାନ ପାଇଛନ୍ତି । ଶାହିନ ଆଫ୍ରିଦିଙ୍କ ସମ୍ପତ୍ତି ୫୫ କୋଟି, ଫୱାଦ ଆଲମଙ୍କ ୫୦ କୋଟି, ବାବର ଆଜମଙ୍କ ୪୧ କୋଟି, ତୈୟବ ତାହିରଙ୍କ ୩୨ କୋଟି ଏବଂ ମହମ୍ମଦ ରିଜୱାନଙ୍କ ୫୦ ରୁ ୬୦ କୋଟି ଟଙ୍କା ମଧ୍ୟରେ ବୋଲି କୁହାଯାଉଛି ।

  • ପାକିସ୍ତାନର ଶ୍ରେଷ୍ଠ ୧୦ ଜଣ ଧନୀ ଖେଳାଳି
୪୩୩ କୋଟି - ଇମ୍ରାନ ଖାନ
୩୯୦ କୋଟି - ସହିଦ ଆଫ୍ରିଦି
୧୩୦ କୋଟି - ଅଜହର ଅଲି
୧୦୨ କୋଟି - ସଇଦ ଅନୱାର
୮୧ କୋଟି - ମିସବାହ-ଉଲ-ହକ
୫୫ କୋଟି - ଶାହିନ ଆଫ୍ରିଦି
୫୦ରୁ ୬୦ କୋଟି - ମହମ୍ମଦ ରିଜୱାନ
୫୦ କୋଟି - ଫୱାଦ ଆଲାମ
୪୧ କୋଟି - ବାବର ଆଜମ
୩୨ କୋଟି - ତୟାବ ତାହିର