Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବୈଭବଙ୍କ ଟିମ୍ ଇଣ୍ଡିଆ ଏଣ୍ଟ୍ରି ପଛରେ ଦୁଇ ଓଡ଼ିଆ ପୁଅ, ପ୍ରଜ୍ଞାନ ଓ ଶିବ ସୁନ୍ଦରଙ୍କ ବଡ଼ ଭୂମିକା

Sports

Odisha Connection Team India / ବୈଭବଙ୍କ ଟିମ୍ ଇଣ୍ଡିଆ ଏଣ୍ଟ୍ରି ପଛରେ ଦୁଇ ଓଡ଼ିଆ ପୁଅ, ପ୍ରଜ୍ଞାନ ଓ ଶିବ ସୁନ୍ଦରଙ୍କ ବଡ଼ ଭୂମିକା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·3 min read
ବୈଭବଙ୍କ ଟିମ୍ ଇଣ୍ଡିଆ ଏଣ୍ଟ୍ରି ପଛରେ ଦୁଇ ଓଡ଼ିଆ ପୁଅ, ପ୍ରଜ୍ଞାନ ଓ ଶିବ ସୁନ୍ଦରଙ୍କ ବଡ଼ ଭୂମିକା
Odisha Connection Team India

Key Points

ବୈଭବଙ୍କ ଏଣ୍ଟ୍ରି ପଛରେ ରହିଛି ଓଡ଼ିଶା କନେକ୍ସନ୍
ସୂର୍ଯ୍ୟବଂଶୀଙ୍କ ସଫଳତା ପଛରେ ଓଡ଼ିଶାର ଛାପ
ଜାଣନ୍ତୁ କିଏ ସେହି ଦୁଇ ମୁହଁ
 
ଇଂଲଣ୍ଡ, ଆର୍ୟଲାଣ୍ଡ ଓ ଏସିଆନ୍‌ ଗେମ୍ସ ପାଇଁ ପାଇଁ ଘୋଷଣା ହେଲା ଟିମ୍‌ ଇଣ୍ଡିଆ । ଟି-୨୦ରେ ଶ୍ରେୟସ ଆୟରଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଇଂଲଣ୍ଡ , ଆର୍ୟାଲାଣ୍ଡ ଓ ଏସିଆନ୍‌ ଗେମ୍ସ ପାଇଁ ପାଇଁ ୧୫ ବର୍ଷୀୟ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଛି ସୁଯୋଗ ।

ତେବେ ଆପଣ ଜାଣିଛନ୍ତି କି ବୈଭବ ସୂର୍ଯ୍ୟବଂଶୀଙ୍କ ଟିମ୍‌ ଇଣ୍ଡିଆ ଏଣ୍ଟ୍ରି ପଛରେ ରହିଛନ୍ତି ଦୁଇ ଓଡ଼ିଆ ପୁଅ । ଜଣେ ହେଉଛନ୍ତି ପ୍ରଜ୍ଞାନ ଓଝା ଓ ଆଉ ଜଣେ ହେଉଛନ୍ତି ଶିବ ସୁନ୍ଦର ଦାସ । ଉଭୟ ଏବେ ପୁରୁଷ ସିନିୟର ଟିମ୍‌ର ଚୟନ କମିଟିର ସଦସ୍ୟ ରହିଛନ୍ତି । ଆଉ ଏବେ ୧୫ ବର୍ଷୀୟ ବୈଭବଙ୍କୁ ସିନିୟର ଦଳରେ ଚୟନ କରିବା ପଛରେ ଏହି ଦୁଇ ଓଡ଼ିଆ ପୁଅଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।



୭ ଜାନୁଆରୀ ୨୦୨୩ରୁ ଚୟନ କମିଟିର ସଦସ୍ୟ ଅଛନ୍ତି ଶିବ ସୁନ୍ଦର । ଆଉ ସେ ଚୟନ କମିଟି ସଦସ୍ୟ ଭାବେ ୨୦୨୩ ଦିନିକିଆ ବିଶ୍ବକପ୍‌ ପାଇଁ ଟିମ୍ ଇଣ୍ଡିଆ ଦଳ ମଧ୍ୟ ଚୟନ କରିଥିଲେ । ଏହା ସହ ୨୦୨୪ ଟି-୨୦ ବିଶ୍ବକପ୍‌, ୨୦୨୫ ଚାମ୍ପିଆନ୍ସ ଟ୍ରଫି ଓ ୨୦୨୬ ଟି-୨୦ ବିଶ୍ବକପ୍‌ ପାଇଁ ହୋଇଥିବା ଦଳ ଚୟନରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଆଉ ସବୁଠୁ ବଡ଼ କଥା ହେଉଛି ଶିବ ସୁନ୍ଦରଙ୍କ ଦ୍ବାରା ଚୟନ ହୋଇଥିବା ଦଳ ୨୦୨୪ ଟି-୨୦ ବିଶ୍ବକପ୍‌ ଓ ୨୦୨୫ ଚାମ୍ପିଆନ୍ସ ଟ୍ରଫି ଟାଇଟଲ୍ ଓ ଟି-୨୦ ବିଶ୍ବକପ୍‌ ଜିତିଥିଲା । ଏହା ସହ ୨୦୨୩ ଦିନିକିଆ ବିଶ୍ବକପରେ ରନର୍ସ ଅପ୍‌ ହୋଇଥିଲା ।

ଅଧିକ ପଢ଼ନ୍ତୁ: ଘୋଷଣା ହେଲା ଟିମ୍ ଇଣ୍ଡିଆ; ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ, ସୂର୍ଯ୍ୟକୁମାର ଦଳରୁ ବାଦ୍


ସେହିପରି ୨୮ ସେପ୍ଟେମ୍ବର ୨୦୨୫ରୁ ଚୟନ କମିଟିର ସଦସ୍ୟ ଅଛନ୍ତି ଆଉ ଜଣେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା । ସେ ସାଉଥ୍‌ ଜୋନ୍‌ରୁ ଶ୍ରୀଧରନ୍‌ ଶରଥଙ୍କ ସ୍ଥାନରେ ଚୟନ କମିଟିରେ ସ୍ଥାନ ପାଇଛନ୍ତି । ଆଉ ସେ ଯେବେଠୁ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି ସେବେଠୁ ସେ ଭାରତୀୟ ଦଳକୁ ଦୃଢ଼ କରିବା ପାଇଁ ଏବେ ବେଞ୍ଚ ଷ୍ଟ୍ରେନ୍ଥକୁ ସୁଦୃଢ଼ ରଖିବାକୁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ବିସିସିଆଇର ଘରୋଇ ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ ଅଲି ଟ୍ରଫିର ମ୍ୟାଚ୍‌କୁ ଯାଇ ବିଭିନ୍ନ ଖେଳାଳିଙ୍କ ପ୍ରଦର୍ଶନ ଉପରେ ତୀଖ୍ଣ ନଜର ରଖିଥିଲେ । ଯାହାର ପ୍ରଭାବ ଘୋଷଣା ଟି-୨୦ ବିଶ୍ବକପ୍‌ ପାଇଁ ଘୋଷଣା ହୋଇଥିବା ଟିମ୍‌ରେ ଦେଖିବାକୁ ମିଳିଥିଲା । ସେ ସୟଦ ମୁସ୍ତାକ ଅଲି ଟ୍ରଫିର ଫାଇନାଲରେ ମଧ୍ୟ ଉପସ୍ଥିତ ଥିଲେ । ଯେଉଁଠାରେ ଇଶାନ କିଶାନ ଶତକ ହାସଲ କରି ପ୍ରଥମ ଥର ପାଇଁ ଝାଡ଼ଖଣ୍ଡକୁ SMAT ଟ୍ରଫି ଦେଇଥିଲେ । ଏହା ସହ ଇଶାନ କିଶାନ ସେହି ଟୁର୍ଣ୍ଣାମେଣ୍ଟ ୫୦୦ରୁ ଅଧିକ ରନ୍‌ କରିଥିଲେ । ଆଉ ଏସବୁ ପଡ଼ିଆ ବାହାରେ ରହି ଟିକ୍‌ନିକ୍‌ ଦେଖୁଥିଲେ ପ୍ରଜ୍ଞାନ । ଯାହାଫଳରେ ବିଶ୍ବକପ୍‌ ପାଇଁ ଘୋଷଣା ହୋଇଥିବା ଟିମ୍‌ରେ ଶୁବମନଙ୍କ ସ୍ଥାନରେ ଇଶାନ କିଶାନଙ୍କୁ ସ୍ଥାନ ମିଳିଥିଲା । ଆଉ ୨୦୨୬ ଟି-୨୦ ବିଶ୍ବକପ୍‌ରେ ଇଶାନ କିଶାନ ଦମଦାର ପ୍ରଦର୍ଶନ କରିଥିଲେ ।

ଆଉ ଏବେ ୧୫ ବର୍ଷୀୟ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ୍‌ ଇଣ୍ଡିଆରେ ସାମିଲ କରିବା ପଛରେ ମଧ୍ୟ ଏହି ଦୁଇ ଓଡ଼ିଆଙ୍କ ଭୂମିକା ରହିଛି । ଟିମ୍‌ ଇଣ୍ଡିଆରେ ଏଣ୍ଟ୍ରି ପରେ କିଭଳି ପ୍ରଦର୍ଶନ କରୁଛନ୍ତି ବୈଭବ ସୂର୍ଯ୍ୟବଂଶୀ ତାହା ଉପରେ ରହିଛି ସମସ୍ତଙ୍କ ନଜର ।


ଆର୍ୟାଲାଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆ:

ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା(ଉପ-ଅଧିନାୟକ), ରବି ବିଷ୍ଣୋଇ, ଅଭିଷେକ ଶର୍ମା, ନୀତୀଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ସଞ୍ଜୁ ସାମସନ (ଓ୍ବିକେଟ୍‌ କିପର), ଅକ୍ଷର ପଟେଲ, ହର୍ଷିତ ରାଣା, ଇଶାନ କିଶାନ (ଓ୍ବିକେଟ୍‌ କିପର), ଓ୍ବାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂ, ଶିବମ ଦୁବେ, ବରୁଣ ଚୁକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ ଓ ବୈଭବ ସୂର୍ଯ୍ୟବଂଶୀ

ଇଂଲଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆ:

ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା(ଉପ-ଅଧିନାୟକ), ରବି ବିଷ୍ଣୋଇ, ଅଭିଷେକ ଶର୍ମା, ନୀତୀଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ସଞ୍ଜୁ ସାମସନ (ଓ୍ବିକେଟ୍‌ କିପର), ଅକ୍ଷର ପଟେଲ, ହର୍ଷିତ ରାଣା, ଇଶାନ କିଶାନ (ଓ୍ବିକେଟ୍‌ କିପର), ଓ୍ବାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂ, ଶିବମ ଦୁବେ, ବରୁଣ ଚୁକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ ଓ ବୈଭବ ସୂର୍ଯ୍ୟବଂଶୀ

ଏସିଆନ୍‌ ଗେମ୍ସ ପାଇଁ ଟିମ୍ ଇଣ୍ଡିଆ:

ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା(ଉପ-ଅଧିନାୟକ), ରବି ବିଷ୍ଣୋଇ, ଅଭିଷେକ ଶର୍ମା, ନୀତୀଶ କୁମାର ରେଡ୍ଡୀ, ଜସପ୍ରୀତ ବୁମରାହ, ସଞ୍ଜୁ ସାମସନ (ଓ୍ବିକେଟ୍‌ କିପର), ଅକ୍ଷର ପଟେଲ, ହର୍ଷିତ ରାଣା, ଇଶାନ କିଶାନ (ଓ୍ବିକେଟ୍‌ କିପର), ଓ୍ବାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂ, ଶିବମ ଦୁବେ, ବରୁଣ ଚୁକ୍ରବର୍ତ୍ତୀ, ଓ ବୈଭବ ସୂର୍ଯ୍ୟବଂଶୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two Odia Selectors Played Key Role in Vaibhav’s India Entry | Argus News