Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଲଗାତାର ୨ ମ୍ୟାଚ୍‌ରେ ଫେଲ୍ ! ଟିମ୍‌ରୁ ବାଦ ପଡ଼ିବେ କି ବୈଭବ ସୂର୍ଯ୍ୟବଂଶୀ ?

Sports

Vaibhav Sooryavanshi / ଲଗାତାର ୨ ମ୍ୟାଚ୍‌ରେ ଫେଲ୍ ! ଟିମ୍‌ରୁ ବାଦ ପଡ଼ିବେ କି ବୈଭବ ସୂର୍ଯ୍ୟବଂଶୀ ?

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଲଗାତାର ୨ ମ୍ୟାଚ୍‌ରେ ଫେଲ୍ ! ଟିମ୍‌ରୁ ବାଦ ପଡ଼ିବେ କି ବୈଭବ ସୂର୍ଯ୍ୟବଂଶୀ ?
Vaibhav Sooryavanshi

Key Points

ଦୁଇ ମ୍ୟାଚ୍‌ରେ ବୈଭବ ଫ୍ଲପ୍‌ ?
ଏବେ ସଞ୍ଜୁଙ୍କୁ ମିଳିବ କି ସୁଯୋଗ ?
କ’ଣ ବୈଭବଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦିଆଯିବ ?
ଭାରତ-ଇଂଲଣ୍ଡ ମଧ୍ୟରେ ଜାରି ରହିଛି ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍ । ଏହି ସିରିଜ୍‌ର ତୃତୀୟ ମ୍ୟାଚ୍‌ ମଙ୍ଗଳବାର ଖେଳାଯାଇଥିଲା । ତେବେ ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳର ସବୁଠାରୁ ଚର୍ଚ୍ଚିତ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଲଗାତାର ଦୁଇଟି ଟି-୨୦ ମ୍ୟାଚ୍‌ରେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି । ଡେବ୍ୟୁ ମ୍ୟାଚ୍‌ରେ ସେ ୧୪ ରନ୍ କରି ଆଉଟ୍ ହୋଇଥିବା ବେଳେ ନଟିଂହାମରେ ଖେଳାଯାଇଥିବା ତୃତୀୟ ଟି-୨୦ରେ ୫ଟି ବଲ୍‌ରୁ ୧୩ ରନ୍ କରି ପାଭିଲିଅନ୍ ଫେରିଥିଲେ ।

ବୈଭବଙ୍କୁ ସଞ୍ଜୁ ସାମସନଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଥିବାରୁ, ତାଙ୍କ ଲଗାତାର ବିଫଳତା ପରେ ଦଳ ଚୟନକୁ ନେଇ ଆଲୋଚନା ବଢ଼ିଛି । ତେବେ ସୂଚନା ଅନୁସାରେ, ଟିମ୍ ମ୍ୟାନେଜମେଣ୍ଟ ବୈଭବଙ୍କ ଉପରେ ଭରସା ରଖି ତାଙ୍କୁ ଆହୁରି ସୁଯୋଗ ଦେବାକୁ ଚାହୁଁଛି । ଏପରି ସ୍ଥିତିରେ ସଞ୍ଜୁ ସାମସନଙ୍କୁ ଆହୁରି କିଛି ସମୟ ଅପେକ୍ଷା କରିବାକୁ ପଡ଼ିପାରେ ।

କ’ଣ ବୈଭବଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦିଆଯିବ ?

ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍‌ ଜିତି ନାହିଁ । ଇଂଲଣ୍ଡ ସିରିଜ୍‌ ପୂର୍ବରୁ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ୨-୦ରେ ସିରିଜ୍‌ ହାରିଥିଲା । ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟର୍ଲାଣ୍ଡ ବିପକ୍ଷରେ ସୁଯୋଗ ଦିଆଯାଇ ନଥିଲା । ଇଂଲଣ୍ଡ ବିପକ୍ଷରେ ଦୁଇଟି ମ୍ୟାଚ୍‌ରେ ବିଫଳ ହେବା ସତ୍ତ୍ୱେ ବୈଭବଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦିଆଯିବାର ସମ୍ଭାବନା କମ୍। ଦଳ ପରିଚାଳନା ବୈଭବଙ୍କୁ ପୂର୍ଣ୍ଣ ସୁଯୋଗ ଦେବାକୁ ଆଗ୍ରହୀ ମନେ ହେଉଛି ।

ଅଧିକ ପଢ଼ନ୍ତୁ: ଭାରତରେ ଖେଳାଯିବ ଅଷ୍ଟ୍ରେଲିଆର ବିଗ୍ ବାସ୍‌ ଲିଗ୍‌ ? ଏହି ଦିନ ଐତିହାସିକ ଘୋଷଣା କରିବେ PM ମୋଦି


ଅନ୍ୟପକ୍ଷରେ, ମିଡଲ୍ ଅର୍ଡରରେ ଲଗାତାର ବିଫଳ ହେଉଥିବା ତିଲକ ବର୍ମାଙ୍କ ସ୍ଥାନରେ ସଞ୍ଜୁଙ୍କୁ ସୁଯୋଗ ଦେବାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ତଥାପି ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ କ୍ଷମତାକୁ ଦୃଷ୍ଟିରେ ରଖି ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଅଧିକ ସମୟ ଦେବା ପକ୍ଷରେ ଥିବା କୁହାଯାଉଛି ।

ଟିମ୍ ଇଣ୍ଡିଆ ତୃତୀୟ ଟି-୨୦ରେ ୧୨୫ ରନ୍‌ରେ ହାରିଲା

ଏପଟେ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତର ପ୍ରଦର୍ଶନ ମଧ୍ୟ ନିରାଶାଜନକ ରହିଥିଲା । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୭ ୱିକେଟ୍ ହରାଇ ୨୦୧ ରନ୍ ସଂଗ୍ରହ କରିଥିଲା । ଜବାବରେ ଭାରତୀୟ ଦଳ ମାତ୍ର ୧୧.୪ ଓଭରରେ ୭୬ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା । ଯାହାଫଳରେ ଇଂଲଣ୍ଡ ଏହି ମ୍ୟାଚ୍‌କୁ ୧୨୫ ରନ୍‌ର ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored