Videos
|
Sports

Vaibhav ICC Ranking / ICC ରାଙ୍କରେ ୧୫ ବର୍ଷୀୟ ବୈଭବଙ୍କ ବଡ଼ ରେକର୍ଡ; ୨୩୦ ସ୍ଥାନ ଡେଇଁଲେ, ଏତିକି ନମ୍ବରରେ ପହଞ୍ଚିଲେ

Debashree Debasmita Sahoo
Browse all articles by Debashree Debasmita Sahoo
·4 hours ago·2 min read
ICC ରାଙ୍କରେ ୧୫ ବର୍ଷୀୟ ବୈଭବଙ୍କ ବଡ଼ ରେକର୍ଡ; ୨୩୦ ସ୍ଥାନ ଡେଇଁଲେ, ଏତିକି ନମ୍ବରରେ ପହଞ୍ଚିଲେ
Vaibhav ICC Ranking

Key Points

ICC ରାଙ୍କିଙ୍ଗରେ ବୈଭବଙ୍କ ରକେଟ୍ ଏଣ୍ଟ୍ରି
ଟପ୍-୫୦ରେ ଏକାଥରେ ଡେଇଁଲେ ୨୩୦ ସ୍ଥାନ
ନମ୍ବର-୧ ବ୍ୟାଟ୍ସମ୍ୟାନ୍ ହେଲେ ଈଶାନ କିଷନ
ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଭାରତର ଯୁବ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ । ୧୫ ବର୍ଷ ବୟସରେ ରଚିଲେ ବିରଳ ରେକର୍ଡ । ଜିମ୍ବାୱେ ଗସ୍ତରେ ନିଜ ବ୍ୟାଟ୍ସର କମାଲ୍ ଦେଖେଇଥିଲେ, ଯାହାର ଫଳ ତାଙ୍କୁ ICC ରାଙ୍କିଙ୍ଗରେ ଦେଖିବାକୁ ମିଳିଛି । ଟି-୨୦ ଅନ୍ତର୍ଜାତୀୟ ବ୍ୟାଟ୍ସମ୍ୟାନ୍ ତାଲିକାର ରାଙ୍କିଙ୍ଗରେ ବୈଭବ ଏକାଥରକେ ୨୩୦ଟି ସ୍ଥାନ ଡେଇଁ ୪୮ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ଏହି ବଡ଼ ଲମ୍ଫ ମାରିଲା ପରେ ବୈଭବଙ୍କ ଗେମକୁ ନେଇ ବେଶ ଚର୍ଚ୍ଚା ହେଉଛି । ସେ ଆଗକୁ ଆହୁରି ରେକର୍ଡ ଭାଙ୍ଗିପାରନ୍ତି ବୋଲି କୁହାଯାଉଛି । 

ଜିମ୍ବାୱେ ବିରୁଦ୍ଧରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ବୈଭବ ଦୁଇଟି ଅର୍ଦ୍ଧଶତକ ମାରିଥିଲେ ଓ ମୋଟ ୧୫୧ ରନ୍ ସ୍କୋର କରିଥିଲେ । ତାଙ୍କର ବ୍ୟାଟିଂ ହାର ୫୦.୩୩ ଥିଲା ଓ ଭାରତ ଏହି ସିରିଜକୁ ୩-୦ରେ ଜିତି ନେଇଥିଲା । ବୈଭବଙ୍କ ଏହି ପ୍ରଦର୍ଶନର କମାଲ୍ ଏବେ ଆଇସିସି ରାଙ୍କିଙ୍ଗରେ ଦେଖିବାକୁ ମିଳିଛି, ଯେଉଁଠି ତାଙ୍କର ସ୍କୋର ୫୩୬ ରହିଛି ।

  • ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କିଏ ନମ୍ବର-୧ ?
ବୈଭବ ଏବେ ଭାରତୀୟ ବ୍ୟାଟ୍ସମ୍ୟାନ ତାଲିକାରେ ସବୁଠୁ ୧ ନମ୍ବରରେ ନାହାନ୍ତି, ମାତ୍ର ତାଙ୍କର ଯାତ୍ରା ଖୁବ ଦ୍ରୁତ ଗତିରେ ଆଗକୁ ବଢୁଛି । ଟି-୨୦ ଅନ୍ତର୍ଜାତୀୟ ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗରେ ଭାରତର ଇଶାନ କିଶନ ଏବେ ୯୧୦ ରେଟିଂ ସହିତ ତାଲିକାର ଶୀର୍ଷରେ ଅଛନ୍ତି । ସେପଟେ ତିଲକ ବର୍ମା ଦୁଇଟି ସ୍ଥାନ ଉପରକୁ ଉଠି ୬ଷ୍ଠ ସ୍ଥାନରେ ଅଛନ୍ତି ଓ ଶ୍ରେୟାସ ଆୟର ୭ଟି ସ୍ଥାନ ଉପରକୁ ଉଠି ଏବେ ୨୪ନଂ ସ୍ଥାନରେ ଅଛନ୍ତି ।

ପଢନ୍ତୁ ଏହି ଖବର: ଭାରତୀୟ କ୍ରିକେଟ୍ ଟିମକୁ ମିଳିଲା ନୂଆ ଫିଲ୍ଡିଂ କୋଚ୍; ଦିଲ୍ଲୀପଙ୍କ ସ୍ଥାନରେ ଏହି ଧୁରନ୍ଧରଙ୍କ ଏଣ୍ଟ୍ରି

  • ODI କ୍ରିକେଟରେ ବି ଭାରତୀୟଙ୍କ ଜଲୱା
ଯଦି ଆମେ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ କଥା କହିବା, ତେବେ ଏଥିରେ ଭାରତୀୟଙ୍କ ଲାଗି ଖୁସି ଖବର ରହିଛି । ଅଧିନାୟକ ଶୁଭମନ ଗିଲ୍ ନ୍ୟୁଜିଲାଣ୍ଡର ଡେରିଲ ମିଚେଲଙ୍କୁ ପଛରେ ପକାଇ ICC ODI ରାଙ୍କିଙ୍ଗରେ ନମ୍ବର-୧ ସ୍ଥାନ ହାସଲ କରିଛନ୍ତି । ମିଚେଲ ଚଳିତ ବର୍ଷ ଜାନୁଆରୀଠାରୁ ତାଲିକାର ଶୀର୍ଷରେ ଥିଲେ । ସେହିପରି ବୋଲିଂ କଥା କହିଲେ, ସ୍ପିନର ରବି ବିଷ୍ଣୋଇ ୩୧ଟି ସ୍ଥାନ ଉପରକୁ ଉଠି ୪୧ ନମ୍ବର ସ୍ଥାନ ହାସଲ କରିଛି । ସେହିପରି ଆଘାତ ଲାଗିଥିବା ଯୋଗୁଁ ଜିମ୍ବାୱେ ଗସ୍ତରୁ ବାଦ୍ ପଡ଼ିଥିବା ବରୁଣ ଚକ୍ରବର୍ତ୍ତୀ ୩ଟି ସ୍ଥାନ ତଳକୁ ଖସିଛନ୍ତି, ତଥାପି ସେ ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ଅଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: