Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ; ଭାଙ୍ଗିଲେ କ୍ରିକେଟ୍ କିମ୍ବଦନ୍ତୀଙ୍କ ରେକର୍ଡ

Sports

Vaibhav Suryavanshi / ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ; ଭାଙ୍ଗିଲେ କ୍ରିକେଟ୍ କିମ୍ବଦନ୍ତୀଙ୍କ ରେକର୍ଡ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ; ଭାଙ୍ଗିଲେ କ୍ରିକେଟ୍ କିମ୍ବଦନ୍ତୀଙ୍କ ରେକର୍ଡ
Vaibhav Suryavanshi Surpasses Sachin

Key Points

ସଚିନଙ୍କ ରେକର୍ଡ ଭାଙ୍ଗିଲେ । ସବୁଠୁ କମ୍ ବୟସରେ ଭାରତୀୟ ଦଳରେ ସ୍ଥାନ ପାଇଲେ ବୈଭବ । ଆଗକୁ ଭାଙ୍ଗି ପାରନ୍ତି କ୍ରିକେଟ୍ କିମ୍ବଦନ୍ତୀ ସଚିନଙ୍କ ଏହି ରେକର୍ଡ ।
ମୁମ୍ବାଇ: ଏବେ ଏବେ ସରିଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (IPL)ରେ ଅନେକ ରେକର୍ଡ କରିଥିବା ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ବଡ଼ ଇତିହାସ ରଚିଛନ୍ତି । ବିଶ୍ଵ କ୍ରିକେଟ୍‌ରେ ଲାଇମ୍ ଲାଇଟ୍‌ରେ ଥିବା ବୈଭବଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି ।

ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ବିସିସିଆଇର ଚୟନ କମିଟି ଆୟର୍ଲାଣ୍ଡ, ଇଂଲଣ୍ଡ ଗସ୍ତ ବେଳେ ଟି-ଟ୍ଵେଣ୍ଟି ସିରିଜ୍ ସହ ଏସିଆନ୍ ଗେମ୍ସରେ ବୈଭବଙ୍କୁ ସାମିଲ୍ କରାଯାଇଛି । ଏଥିସହ ଏହି ବାମହାତୀ ବ୍ୟାଟର ଭାରତୀୟ କ୍ରିକେଟ୍ ଇତିହାସରେ ସଚିନ ତେନ୍ଦୁଲକରଙ୍କୁ ଅତିକ୍ରମ କରି ସର୍ବ କନିଷ୍ଠ ଭାବେ ଭାରତୀୟ ଦଳରେ ବ୍ୟାଟର ଭାବେ ସ୍ଥାନ ପାଇଛନ୍ତି ।

ଏଥିସହ ପଢ଼ନ୍ତୁ: ଘୋଷଣା ହେଲା ଟିମ୍ ଇଣ୍ଡିଆ; ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ, ସୂର୍ଯ୍ୟକୁମାର ଦଳରୁ ବାଦ୍ 

ଭାରତୀୟ ଟି-ଟ୍ଵେଣ୍ଟି ଦଳ ପାଇଁ ବୈଭବ ଚୟନ ହେବା ସହ ଭାରତୀୟ ଦଳରେ ସବୁଠୁ କମ୍ ବୟସ୍କ ଭାବେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଅତିକ୍ରମ କରିଛନ୍ତି । ସଚିନ ଯେବେ ୧୯୮୯ରେ ପ୍ରଥମ ଥର ପାକିସ୍ତାନ ବିପକ୍ଷରେ ଖେଳିବାକୁ ଚୟନ ହୋଇଥିଲେ, ସେତେବେଳେ ତାଙ୍କ ବୟସ ୧୬ ବର୍ଷ ୨୦୫ ଦିନ ଥିଲା ।

ଶନିବାର ଭାରତୀୟ ଦଳ ଘୋଷଣା ହୋଇଛି । ଏହି ସମୟରେ ବୈଭବଙ୍କୁ ମାତ୍ର ୧୫ ବର୍ଷ ୧୫ ଦିନ ହୋଇଛି । ଭାରତୀୟ ଦଳରେ ସାମିଲ୍ ହେବା ମାତ୍ରେ ବୈଭବ ସର୍ବକନିଷ୍ଠ ଖେଳାଳି ଭାବେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି । ତେବେ ବୈଭବ, ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାର ଏହା ଆରମ୍ଭ ମାତ୍ର ।

କମ୍ ବୟସରେ ଭାରତୀୟ ଦଳରେ ସାମିଲ୍ ହୋଇ ବୈଭବ, ସଚିନଙ୍କୁ ପଛରେ ପକାଇଛନ୍ତି । ଆଉ ଏବେ ସର୍ବକନିଷ୍ଠ ଭାବେ ଭାରତ ପାଇଁ ଖେଳି ସଚିନଙ୍କ ରେକର୍ଡ କାଟିବାକୁ ପ୍ରସ୍ତୁତ ହେଉଛନ୍ତି । ସଚିନ ୧୯୮୯ ଡିସେମ୍ବର ୧୮ରେ ପାକିସ୍ତାନ ବିପକ୍ଷରେ ପ୍ରଥମ ଦିନିକିଆ ଖେଳିଥିଲେ ।

ଏବେ ବୈଭବ ଚଳିତ ମାସ ୨୬ ତାରିଖରେ ଆୟର୍ଲାଣ୍ଡ ବିପକ୍ଷ ଚୂଡ଼ାନ୍ତ ଏକାଦଶରେ ସାମିଲ୍ ହେଲେ ସେ ୧୫ ବର୍ଷ ୭୧ ଦିନ ବୟସରେ ଭାରତ ପାଇଁ ଖେଳିଥିବା ସବୁଠୁ କମ୍ ବୟସ୍କର ଖେଳାଳି ହେବେ ।

ଏଥିସହ ପଢ଼ନ୍ତୁ: ବୈଭବଙ୍କ ଟିମ୍ ଇଣ୍ଡିଆ ଏଣ୍ଟ୍ରି ପଛରେ ଦୁଇ ଓଡ଼ିଆ ପୁଅ, ପ୍ରଜ୍ଞାନ ଓ ଶିବ ସୁନ୍ଦରଙ୍କ ବଡ଼ ଭୂମିକା 

ଭାଙ୍ଗିବେ କି ସଚିନଙ୍କ ଆଉ ଏକ ରେକର୍ଡ ?

ଟିମ୍ ଇଣ୍ଡିଆରେ ବୈଭବଙ୍କୁ ଚାହୁଁଥିବା କୋଟି କୋଟି ଭାରତୀୟଙ୍କ ଆଶା ବୈଭବ ଭାରତ ପାଇଁ କମ୍ ବୟସରେ ଶତକ ହାସଲ କରିବେ । ୧୯୯୦ ଅଗଷ୍ଟ ୧୪ରେ ସଚିନ ତେନ୍ଦୁଲକରଙ୍କୁ ୧୭ ବର୍ଷ ୧୧୨ ଦିନ ହୋଇଥିବା ବେଳେ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଶତକ ହାସଲ କରିଥିଲେ । ସେତେବେଳେ ଓଲ୍ଡ ଟ୍ରେଫର୍ଡ, ମାଞ୍ଚେଷ୍ଟରରେ ୧୮୯ ବଲ୍‌ରେ ଅପରାଜିତ ୧୧୯ ରନ୍ ସ୍କୋର୍ କରିଥିଲେ ସଚିନ ତେନ୍ଦୁଲକର ।

ତେବେ ବୈଭବ ଗତବର୍ଷ ଆଇପିଏଲ୍‌ରେ ଗୁଜରାଟ ବିପକ୍ଷରେ ଏପ୍ରିଲ୍‌ ୨୮ରେ ୩୮ ବଲ‌ରେ ୧୦୧ ରନ୍ କରିଥିଲେ । ବୈଭବ ମାତ୍ର ୧୪ ବର୍ଷ ୩୨ ଦିନରେ ଏହା କରି ଦେଖାଇ ସାରିଛନ୍ତି । କିନ୍ତୁ, ଭାରତୀୟ ଦଳ ପାଇଁ ଶତକ ହାସଲ ଏକ ଭିନ୍ନ ଉପଲବ୍ଧି ହେବ । ଏ କ୍ଷେତ୍ରରେ ସଚିନଙ୍କ ରେକର୍ଡ ଭାଙ୍ଗିବାକୁ ବୈଭବଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vaibhav Suryavanshi Breaks Sachin Tendulkar’s Historic India Record | Argus News | Argus News