Videos
|
Sports

Vaibhav Suryavanshi / ୧୫ ବର୍ଷରେ ବୈଭବ ସୂର୍ଯ୍ୟବଂଶୀ ପାଲଟିଲେ ଅଧିନାୟକ; ସିନିୟର ଟିମରେ ବଡ଼ ଦାୟିତ୍ଵ

Debashree Debasmita Sahoo
Browse all articles by Debashree Debasmita Sahoo
·28 mins ago·2 min read
୧୫ ବର୍ଷରେ ବୈଭବ ସୂର୍ଯ୍ୟବଂଶୀ ପାଲଟିଲେ ଅଧିନାୟକ; ସିନିୟର ଟିମରେ ବଡ଼ ଦାୟିତ୍ଵ
Vaibhav Suryavanshi

Key Points

ମାତ୍ର ୧୫ ବର୍ଷରେ ବୈଭବଙ୍କୁ ଆଉ ଏକ ସଫଳତା
ସିନିୟର ଟିମରେ ହଠାତ୍ ମିଳିଲା ଅଧିନାୟକ ପଦ
ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢୁଛନ୍ତି ୧୫ ବର୍ଷୀୟ ଯୁବ ଭାରତୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ । କ୍ରିକେଟ କ୍ୟାରିଅରରେ ତାଙ୍କ ନାଁରେ ଆଉ ଏକ ରେକର୍ଡ ଯୋଡ଼ି ହୋଇଛି । ବୈଭବଙ୍କୁ ସିନିୟର ଟିମରେ ହଠାତ ମିଳିଛି ଅଧିନାୟକ ପଦ । ରବିବାର ସେଣ୍ଟ୍ରାଲ ଜୋନ୍ ବିରୁଦ୍ଧରେ ଦଲିପ ଟ୍ରଫିର ସେମିଫାଇନାଲରେ ଏହି ଯୁବ କ୍ରିକେଟରଙ୍କୁ ହଠାତ୍ ଇଷ୍ଟ ଜୋନ୍‌ର କ୍ୟାପ୍ଟେନ୍ସି ସମ୍ଭାଳିବାକୁ ପଡ଼ିଛି । ଏହି ମୁକାବିଲାରେ ସେ ଉପଅଧିନାୟକ ଭାବେ ଖେଳିବା ଆରମ୍ଭ କରିଥିଲେ ।

  • କାହିଁକି ହଠାତ୍ ମିଳିଲା କ୍ୟାପ୍ଟେନ୍ସି ?
ବେଙ୍ଗାଲୁରୁ ସ୍ଥିତ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସେଣ୍ଟର ଅଫ୍ ଏକ୍ସିଲେନ୍ସ ଗ୍ରାଉଣ୍ଡ-୧ରେ ଜାରି ଥିବା ଏହି ମୁକାବିଲାର ପ୍ରଥମ ଦିନରେ ଈଶାନ କିଷନ ଆହତ ହୋଇଛନ୍ତି । ୱିକେଟକିପିଂ କରିବା ସମୟରେ ତାଙ୍କର ଡାହାଣ ହାତରେ ଆଘାତ ଲାଗିଥିଲା । ଫିଜିଓ ମୈଦାନରେ ତାଙ୍କର ଚିକିତ୍ସା କରିଥିଲେ, କିନ୍ତୁ ଯନ୍ତ୍ରଣା ନ କମିବାରୁ ସେ ମୈଦାନ ବାହାରକୁ ଚାଲିଯାଇଥିଲେ । ଏହି ସମୟରେ ବୈଭବଙ୍କୁ ସମ୍ଭାଳିବାକୁ ପଡ଼ିଥିଲା ଅଧିନାୟକତ୍ଵ । ଏହାପରେ ହାତରେ ପଟି ବାନ୍ଧି ଈଶାନ କିଷନ ପଡ଼ିଆକୁ ଓହ୍ଲାଇଥିଲେ ଓ ସେ ୱିକେଟକିପିଂ କରିନଥିଲେ । ଶେଷରେ କୁମାର କୁଶାଗ୍ର ୱିକେଟକିପିଂ ଦାୟିତ୍ଵ ସମ୍ଭାଳିଥିଲେ ।


  • ଉପଅଧିନାୟକ ଥିଲେ ବୈଭବ
ଇଷ୍ଟ ଜୋନ୍‌ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଲିପ ଟ୍ରଫି ଲାଗି ଉପଅଧିନାୟକ ଦାୟିତ୍ଵ ଦିଆଯାଇଥିଲା । ସେହି ସମୟରେ ତାଙ୍କର ଏହି ପଦକୁ ନେଇ ପ୍ରଶ୍ନ ଉଠିଥିଲା । ଏହି ସମୟରେ ଚୟନକର୍ତ୍ତାମାନେ ଜବାବରେ କହିଥିଲେ ଯେ ଏହି ନିଷ୍ପତ୍ତି କେବଳ ବର୍ତ୍ତମାନର ଟିମ ଲାଗି ନୁହେଁ, ବରଂ ଯୁବ କ୍ରିକେଟରଙ୍କୁ ଭବିଷ୍ୟତ ଲାଗି ପ୍ରସ୍ତୁତ କରିବା ଲାଗି ବଡ଼ ଦାୟିତ୍ଵ ଦିଆଯାଇଛି । ଝାଡ଼ଖଣ୍ଡ ଚୟନକର୍ତ୍ତା ଓ ଇଷ୍ଟ ଜୋନ୍ ଚୟନ କମିଟିର ସଦସ୍ୟ ମନୀଷ ବର୍ଦ୍ଧନ କହିଥିଲେ ଯେ ବର୍ତ୍ତମାନର ସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି ନିଆଯାଉନାହିଁ ।

ପଢନ୍ତୁ ଏହି ଖବର: ଦିନିକିଆରେ କାହିଁକି ଆଗକୁ ବଢ଼ିପାରିଲେନି ସୂର୍ଯ୍ୟକୁମାର, ନିଜକୁ ଦାୟୀ କଲେ SKY

  • ବୈଭବଙ୍କ ଫାର୍ଷ୍ଟ କ୍ଲାସ୍ ରେକର୍ଡ ଭଲ ନାହିଁ
ବୈଭବ ସୂର୍ଯ୍ୟବଂଶୀ ୨୦୨୪ରେ ରଣଜୀ ଟ୍ରଫି ମାଧ୍ୟମରେ ନିଜର ଫାର୍ଷ୍ଟ କ୍ଲାସ୍ କ୍ଯାରିଅର ଆରମ୍ଭ କରିଥିଲେ । ଏଯାବତ୍ ମୋଟ ୯ଟି ଫାର୍ଷ୍ଟ କ୍ଲାସ୍ ମ୍ୟାଚ୍ ଖେଳି ସେ ୨୧୫ ରନ୍ କରିଛନ୍ତି । ଏହା ସହିତ ସେ ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି । ଗୋଟିଏ ପଟେ ତାଙ୍କର କମ ବୟସ ଓ ଅଭିଜ୍ଞତା ନଥିବା ସତ୍ତ୍ଵେ ସିନିୟର ଟିମର କ୍ୟାପ୍ଟେନ୍ସି ସମ୍ଭାଳିବା ତାଙ୍କ ଲାଗି ନିହାତି ବଡ଼ ପରୀକ୍ଷା । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ନର୍ଥ ଇଷ୍ଟ ବିରୁଦ୍ଧରେ ବୈଭବ ସୂର୍ଯ୍ଯବଂଶୀ ମାତ୍ର ୮ ରନ୍ କରିପାରିଛନ୍ତି ଏବଂ ବୋଲିଂରେ ୨ଟି ୱିକେଟ୍ ନେଇଛନ୍ତି । ପୂର୍ବ ଜୋନ୍ ସେହି ମ୍ୟାଚ୍‌କୁ ଏକ ଇନିଂସ୍ ଏବଂ ୨୧୦ ରନ୍‌ରେ ଜିତିଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: