Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ଲୋକେ କଣ କହୁଛନ୍ତି, ଆଦୌ ଶୁଣ ନାହିଁ'; ଏମିତି କାହିଁକି କହିଲେ ବୈଭବ ସୂର୍ଯ୍ୟବଂଶୀ ?

Sports

Vaibhav Suryavanshi / 'ଲୋକେ କଣ କହୁଛନ୍ତି, ଆଦୌ ଶୁଣ ନାହିଁ'; ଏମିତି କାହିଁକି କହିଲେ ବୈଭବ ସୂର୍ଯ୍ୟବଂଶୀ ?

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
'ଲୋକେ କଣ କହୁଛନ୍ତି, ଆଦୌ ଶୁଣ ନାହିଁ'; ଏମିତି କାହିଁକି କହିଲେ ବୈଭବ ସୂର୍ଯ୍ୟବଂଶୀ ?
Vaibhav Suryavanshi

Key Points

ଶ୍ରୀଲଙ୍କା ଝଗଡ଼ା ପରେ ବୈଭବଙ୍କ ଆଉ ଏକ ଭିଡିଓ ଭାଇରାଲ
ଭିଡିଓରେ ବୈଭବ ଜଣେ ବ୍ୟକ୍ତିଙ୍କ ପାଦଧୂଳି ନେଉଛନ୍ତି
ସେ ବ୍ୟକ୍ତି ଜଣକ କିଏ ତାକୁ ନେଇ ଏବେ ବେଶ ଚର୍ଚ୍ଚା
ଶ୍ରୀଲଙ୍କା ଗସ୍ତ ସମୟରେ ଭାରତୀୟ ଯୁବ ବ୍ୟାଟସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ଚର୍ଚ୍ଚାକୁ ଆସିଛନ୍ତି । ଏଥର ତାଙ୍କର ଚର୍ଚ୍ଚାର କାରଣ ତାଙ୍କ ବ୍ୟାଟିଂ ନୁହେଁ, ବରଂ ପଡ଼ିଆ ଭିତରେ ବିବାଦ ଏବଂ ପରେ ସାମ୍ନାକୁ ଆସିଥିବା ଏକ ଭିଡିଓ । ଶ୍ରୀଲଙ୍କା 'ଏ' ବିପକ୍ଷ ତିନି ଦିନିଆ ସିରିଜ ମ୍ୟାଚ୍‌ରେ ସୁପର ଓଭର ପରାଜୟ ପରେ ବୈଭବ ଜଣେ ଶ୍ରୀଲଙ୍କା ଖେଳାଳିଙ୍କ ସହ ଝଗଡ଼ା ଏବଂ ହାତାହାତି ହୋଇଥିଲେ । ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବର୍ତ୍ତମାନ ଏହି ଘଟଣା ପରେ ତାଙ୍କର ଆଉ ଏକ ଭିଡିଓ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି ।

ମ୍ୟାଚ୍ ପରେ ପ୍ରକାଶିତ ଭିଡିଓରେ, ବୈଭବ ସୂର୍ଯ୍ୟବଂଶୀ ପୂର୍ବତନ ଶ୍ରୀଲଙ୍କା କ୍ରିକେଟର ଏବଂ ଦେଶର ପ୍ରଥମ ୱାନ-ଡେ ଅଧିନାୟକ ଅନୁରା ଟେନେକୁନଙ୍କ ପାଦ ଛୁଇଁ ତାଙ୍କ ଆଶୀର୍ବାଦ ନେଉଥିବାର ଦେଖାଯାଇଛି । ୧୯୭୫ ବିଶ୍ୱକପରେ ଶ୍ରୀଲଙ୍କା ପାଇଁ କ୍ୟାପ୍ଟେନ୍ସି କରିଥିବା ଟେନେକୁନ ଡାମ୍ବୁଲାରେ ଉପସ୍ଥିତ ଥିଲେ ଏବଂ ଯୁବ ଭାରତୀୟ ବ୍ୟାଟସମ୍ୟାନଙ୍କୁ ଭେଟିଥିଲେ । ସାକ୍ଷାତ ସମୟରେ ବୈଭବ ତାଙ୍କୁ ସମ୍ମାନ ଜଣାଇ ତାଙ୍କ ପାଦ ଛୁଇଁଥିଲେ । ଟେନେକୁନ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ମଧ୍ୟ ଦେଇଥିବା ଜଣାପଡ଼ିଛି । ସେ ତାଙ୍କୁ ସାର୍ବଜନୀନ ସମାଲୋଚନା କିମ୍ବା ବାହ୍ୟ କାରଣ ପ୍ରତି ଧ୍ୟାନ ଦେବା ଅପେକ୍ଷା ତାଙ୍କ ଖେଳ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ।


  • କ୍ରିକେଟ ମୈଦାନରେ ତାତିଗଲେ ବୈଭବ
ପୂର୍ବରୁ ବୈଭବଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଶ୍ରୀଲଙ୍କା 'ଏ' ଖେଳାଳିଙ୍କ ସହ ଯୁକ୍ତିତର୍କ କରୁଥିବାର ଦେଖାଯାଇଥିଲା । ସୁପର ଓଭର ପରେ ଯେତେବେଳେ ଭାରତୀୟ ଖେଳାଳିମାନେ ପଡ଼ିଆ ଛାଡି ବାହାରକୁ ଯାଉଥିଲେ, ସେତେବେଳେ ଏକ ଶ୍ରୀଲଙ୍କା ଖେଳାଳିଙ୍କ ଏକ କମେଣ୍ଟ ବୈଭବଙ୍କୁ ରଗାଇ ଦେଇଥିଲା । ଏହାପରେ ପଡ଼ିଆରେ ସ୍ଥିତି ଖରାପ ହୋଇଯାଇଥିଲା। ଭିଡିଓରେ ବୈଭବ ଜଣେ ଖେଳାଳିଙ୍କୁ ଠେଲି ଦେଉଥିବାର ଦେଖାଯାଇଥିଲା । ପରେ ଉଭୟ ଦଳର ଖେଳାଳିମାନେ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ହସ୍ତକ୍ଷେପ କରିଥିଲେ ।

ପଢନ୍ତୁ ଏହି ଖବର: କ୍ରିକେଟ ମୈଦାନରେ ଅଜବ ଦୃଶ୍ୟ; ଝଗଡ଼ା କଲେ କ୍ରିକେଟର, ଅଟକାଇଲେ ଶିବମ ଦୁବେ

  • ମ୍ୟାଚ୍‌ରେ କିପରି ଥିଲା ବୈଭବଙ୍କ ପ୍ରଦର୍ଶନ ?
ଶ୍ରୀଲଙ୍କା 'ଏ' ବିପକ୍ଷ ମ୍ୟାଚ୍‌ରେ ବୈଭବ ସୂର୍ଯ୍ୟବଂଶୀ ୧୪ ବଲ୍‌ରେ ୨୧ ରନ୍ କରିଥିଲେ । ସେ ଇନିଂସରେ ୩ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ । ଭାରତ 'ଏ' ପ୍ରଥମେ ବ୍ୟାଟିଂ କରି ୨୬୫ ରନ୍ କରିଥିଲା । ଜବାବରେ ଶ୍ରୀଲଙ୍କା ଏ ମଧ୍ୟ ୫୦ ଓଭରରେ ୨୬୫ ରନ୍ କରିଥିଲା, ଯାହା ଫଳରେ ମ୍ୟାଚ୍‌ଟି ଡ୍ର ହୋଇଥିଲା । ଏହାପରେ ମ୍ୟାଚ୍‌ଟି ସୁପର ଓଭରକୁ ଯାଇଥିଲା, ଯେଉଁଠାରେ ଭାରତ 'ଏ' ପରାସ୍ତ ହୋଇଥିଲା । ପରାଜୟ ପରେ ପଡ଼ିଆରେ ବିବାଦ ଏବଂ ପରବର୍ତ୍ତୀ ସମୟରେ ପୂର୍ବତନ ଅଧିନାୟକଙ୍କ ପାଦ ଛୁଇଁବାର ଭିଡିଓ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored