Videos
|
Sports

Cricket News / କୋହଲିଙ୍କ ଫିଲ୍ଡିଂ ଦେଖି ସ୍ତବ୍ଧ ନ୍ୟୁଜିଲାଣ୍ଡ, ଧରିଲେ ଅସମ୍ଭବ କ୍ୟାଚ୍‌...ତା'ପରେ କଲେ ଧନୁ-ତୀର ସେଲିବ୍ରେସନ୍‌

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
କୋହଲିଙ୍କ ଫିଲ୍ଡିଂ ଦେଖି ସ୍ତବ୍ଧ ନ୍ୟୁଜିଲାଣ୍ଡ, ଧରିଲେ ଅସମ୍ଭବ କ୍ୟାଚ୍‌...ତା'ପରେ କଲେ ଧନୁ-ତୀର ସେଲିବ୍ରେସନ୍‌
Kohli Bow Arrow Celebration

Key Points

କୋହଲିଙ୍କ ଫିଲ୍ଡିଂ ଦେଖି ସ୍ତବ୍ଧ ନ୍ୟୁଜିଲାଣ୍ଡ
ଡାଇଭ୍ ମାରି ଧରିଲେ ଚମତ୍କାର କ୍ୟାଚ୍
ପଡ଼ିଆରେ ବିରାଟଙ୍କ ଜବରଦସ୍ତ ସେଲିବ୍ରେସନ୍
ବୁଧବାର ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଖେଳାଯାଉଛି । ଅକଲାଣ୍ଡର ଇଡେନ୍ ପାର୍କରେ ଏହି ମ୍ୟାଚ୍‌ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ଭାରତୀୟ ଦଳର ଦୁଇ ବରିଷ୍ଠ ଖେଳାଳି ନିଜର ଦମଦାର ଫିଲ୍ଡିଂରେ ସମସ୍ତଙ୍କ ମନ ଜିଣିଛନ୍ତି । ପ୍ରଥମେ ରୋହିତ ଶର୍ମାଙ୍କ ଚମତ୍କାର ଥ୍ରୋ'ରେ ଡାରିଲ୍ ମିଚେଲ୍ ରନ୍ ଆଉଟ୍ ହୋଇଥିବା ବେଳେ ପରେ ବିରାଟ କୋହଲି ନିଜର ଅଦ୍ଭୁତ କ୍ୟାଚ୍ ଦ୍ୱାରା ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଏହି କ୍ୟାଚ୍ ଦେଖି ବ୍ୟାଟ୍ସମ୍ୟାନ୍‌ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କ୍ୟାଚ୍ ପରେ କୋହଲିଙ୍କ ଖାସ୍ ସେଲିବ୍ରେସନ୍ ମଧ୍ୟ ଦେଖିବାକୁ ମିଳିଥିଲା ।

ନ୍ୟୁଜିଲାଣ୍ଡ ଇନିଂସର ୨୯ତମ ଓଭରର ତୃତୀୟ ବଲ୍‌ରେ ଏହି ଘଟଣା ଘଟିଥିଲା । ଅଂଶୁଲ କମ୍ବୋଜ ବୋଲିଂ କରୁଥିବା ବେଳେ ସାମ୍ନାରେ ଥିଲେ ନାଥନ ସ୍ମିଥ୍ । କମ୍ବୋଜ ଏକ ଫୁଲ୍ ଲେନ୍ଥ ବଲ୍ ପକାଇଥିଲେ । ସ୍ମିଥ୍ ଡ୍ରାଇଭ୍ ମାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବଲ୍ ବ୍ୟାଟ୍‌ର ବାହାର କଡ଼ରେ ବାଜି ଦ୍ୱିତୀୟ ସ୍ଲିପ୍ ଆଡ଼କୁ ଦ୍ରୁତ ଗତିରେ ଚାଲିଯାଇଥିଲା ।


ଏଥି ସହ ପଢନ୍ତୁ:  IPL 2027 ପୂର୍ବରୁ MIରେ ବଡ଼ ପରିବର୍ତ୍ତନ ! ରୋହିତ ପୁଣି ହୋଇପାରନ୍ତି ଅଧିନାୟକ...
ସେଠାରେ ଫିଲ୍ଡିଂ କରୁଥିବା ବିରାଟ କୋହଲି ଡାହାଣ ପଟକୁ ଡାଇଭ୍ ମାରି ଏକ ଅଦ୍ଭୁତ କ୍ୟାଚ୍ ଧରିଥିଲେ । କ୍ୟାଚ୍‌ କ୍ୟାଚ୍ ନେଇ କୋହଲି ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ ଥିଲେ । ଟିଭି ଅମ୍ପାୟାର ରିପ୍ଲେ ଯାଞ୍ଚ କରିବା ପରେ ଏହାକୁ କ୍ଲିନ୍ କ୍ୟାଚ୍ ଘୋଷଣା କରିଥିଲେ । ଫଳରେ ନାଥନ ସ୍ମିଥ୍ ୯ଟି ବଲ୍‌ରୁ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ । କ୍ୟାଚ୍ ଧରିବା ପରେ କୋହଲିଙ୍କ ସେଲିବ୍ରେସନ୍ ମଧ୍ୟ ଖୁବ୍ ଆକର୍ଷଣୀୟ ଥିଲା । ଏହାପରେ ନିଜର ଲୋକପ୍ରିୟ ଧନୁ ଓ ତୀର ସେଲିବ୍ରେସନ୍ କରିଥିଲେ ।

ଏହା ପୂର୍ବରୁ ରୋହିତ ଶର୍ମା ମଧ୍ୟ ନିଜର ଫିଲ୍ଡିଂ ଦକ୍ଷତା ଦେଖାଇଥିଲେ । ମିଡ୍‌ ୱିକେଟ୍ ଅଞ୍ଚଳରୁ ଦ୍ରୁତ ଗତିରେ ବଲ୍ ଆଡ଼କୁ ଦୌଡ଼ି ଆସି ରୋହିତ ଏକ ଚମତ୍କାର ଥ୍ରୋ କରିଥିଲେ । ୱିକେଟ୍ ପଛରେ କେଏଲ୍ ରାହୁଲ ଦ୍ରୁତତା ଦେଖାଇ ଡାରିଲ୍ ମିଚେଲ୍‌ଙ୍କୁ ରନ୍ ଆଉଟ୍ କରିଥିଲେ ।

ବିରାଟ କୋହଲିଙ୍କ ଫିଲ୍ଡିଂ ଜଲୱା ଏତିକିରେ ସରିନଥିଲା । ନ୍ୟୁଜିଲାଣ୍ଡ ଇନିଂସର ୩୨ତମ ଓଭରର ପ୍ରଥମ ବଲ୍‌ରେ ସେ କାଇଲ୍ ଜେମିସନ୍‌ଙ୍କ କ୍ୟାଚ୍ ମଧ୍ୟ ଧରିଥିଲେ । ଅର୍ଶଦୀପ ସିଂହଙ୍କ ଶର୍ଟ ଅଫ୍ ଲେନ୍ଥ ବଲ୍‌କୁ ଜେମିସନ୍ ଖେଳିବାକୁ ଯାଇଥିଲେ, ହେଲେ ବଲ୍ ସିଧା କଭରରେ ଫିଲ୍ଡିଂ କରୁଥିବା କୋହଲିଙ୍କ ହାତରେ ପହଞ୍ଚିଥିଲା । ଜେମିସନ୍ ୬ଟି ବଲ୍‌ରୁ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ। ଏହି ୱିକେଟ୍ ସହ ନ୍ୟୁଜିଲାଣ୍ଡ ନିଜର ଅଷ୍ଟମ ୱିକେଟ୍ ହରାଇଥିଲା । ଏହିପରି ଭାବେ ରୋହିତ ଓ ବିରାଟଙ୍କ ଅନୁଭବ ଏବଂ ଚମତ୍କାର ଫିଲ୍ଡିଂ ଭାରତୀୟ ଦଳକୁ ଗୁରୁତ୍ୱପୂର୍ଣ୍ଣ ସଫଳତା ଦେଇଥିଲା ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: