Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅଲିମ୍ପିକ୍ସ ପାଇଁ T-20କୁ ଫେରିବେ କି ବିରାଟ କୋହଲି ? ସାମ୍ନାକୁ ଆସିଲା ବଡ଼ ସଙ୍କେତ

Sports

Virat T20 Comeback / ଅଲିମ୍ପିକ୍ସ ପାଇଁ T-20କୁ ଫେରିବେ କି ବିରାଟ କୋହଲି ? ସାମ୍ନାକୁ ଆସିଲା ବଡ଼ ସଙ୍କେତ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଅଲିମ୍ପିକ୍ସ ପାଇଁ T-20କୁ ଫେରିବେ କି ବିରାଟ କୋହଲି ? ସାମ୍ନାକୁ ଆସିଲା ବଡ଼ ସଙ୍କେତ
Virat Kohli

Key Points

୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ୍‌
ପୁଣି ମାଇଦାନକୁ ଆସିବେ କି ବିରାଟ?
ସାମ୍ନାକୁ ଆସିଲା ବଡ଼ ସଙ୍କେତ
୧୨୮ ବର୍ଷ ପରେ ଅଲମ୍ପିକ୍ସକୁ ଫେରିବାକୁ ଯାଉଛି କ୍ରିକେଟ୍‌ । ୨୦୨୮ରେ ଲସ୍‌ ଆଞ୍ଜେଲସ୍‌ରେ ହେବାକୁ ଥିବା ଅଲମ୍ପିକ୍ସରେ କ୍ରିକେଟ୍‌ ଖେଳାଯିବ । ଏସବୁ ମଧ୍ୟରେ ଏବେ ସବୁଠି ଗୋଟିଏ ଚର୍ଚ୍ଚା । ଟି-୨୦ ଫର୍ମାଟକୁ ପୁଣି ଫେରିବେ କି ବିରାଟ କୋହଲି ? ଟି-୨୦ ଫର୍ମାଟରୁ ଅବସର ଫେରାଇ ନେବେ ବୋଲି ଏବେ ବେଶ୍‌ ଚର୍ଚ୍ଚା ହେଉଛି । ଯଦି ଏହା ସତ ହୁଏ ତେବେ ଫ୍ୟାନ୍ସ ମାନେ ଅଧିକ ଖୁସି ହେବେ ।

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି । ଭାରତ ପାଇଁ ତିନୋଟି ଯାକ ଫର୍ମାଟରେ ଅଧିନାୟକତ୍ବ କରିଥିବା ଏହି ମହାନ ଖେଳାଳି ଏବେ କେବଳ ଅନ୍ତର୍ଜାତୀୟ କ୍ରିକେଟରେ ଦିନିକିଆରେ ଖେଳ ଜାରି ରଖିଛନ୍ତି । ପୂର୍ବରୁ ଟି-୨୦ ଏବଂ ଟେଷ୍ଟରୁ ଅବସର ଘୋଷଣା କରିସାରିଛନ୍ତି ବିରାଟ । ୨୯ ଜୁନ୍ ୨୦୨୪ ମସିହାରେ ଭାରତ ଟି-୨୦ ବିଶ୍ବକପ୍‌ ଜିତିବା ପରେ ଟି-୨୦ କ୍ରିକେଟକୁ କୋହଲି ଅଲବିଦା କହିଥିଲେ ।

ଅଧିକ ପଢ଼ନ୍ତୁ: ପାକିସ୍ତାନ ଟିମ୍‌ରେ ରୋହିତ ଶର୍ମା ! ଭାଇରାଲ ହେଲା ବ୍ରଡକାଷ୍ଟରଙ୍କ ବଡ଼ ଭୁଲ୍‌


ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତ ଦ୍ବିତୀୟଥର ପାଇଁ ହାତେଇଥିଲା ଟି-୨୦ ବିଶ୍ବକପ । ଦକ୍ଷିଣ ଆଫ୍ରିକାକୁ ହରାଇ ଇତିହାସ ରଚିଥିଲା । ଆଉ ଏହି ଟ୍ରଫି ହାତେଇବା ପରେ ରୋହିତଙ୍କ ସହ ବିରାଟ ମଧ୍ୟ ଟି-୨୦ କ୍ରିକେଟକୁ ଅଲବିଦା କହିଥିଲେ । ମାତ୍ର ପୁଣିଥରେ ବିରାଟ ଟି-୨୦ କ୍ରିକେଟକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି ।

୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ କ୍ରିକେଟ ଫେରୁଛି । ଏଥିର ଅଲମ୍ପିକ୍ସରେ ଟି-୨୦ ଫର୍ମାଟରେ କ୍ରିକେଟ ଖେଳାଯିବ । ୨୦୨୮ ମସିହାରେ ଲସ୍‌ ଆଞ୍ଜେଲ୍ସରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ଆଉ ବିରାଟ ଏଥିରେ ଖେଳିବେ ବୋଲି ଦାବି କରାଯାଉଛି। କାରଣ ବିରାଟ ପୂର୍ବରୁ କହିଛନ୍ତି କି, ଅଲିମ୍ପିକ୍ସରେ ଖେଳିବା ଆଉ ନିଜ ଦେଶ ପାଇଁ ପ୍ରତିନିଧିତ୍ବ କରିବା ଗର୍ବର କଥା । ଏଣୁ ଟି-୨୦ରୁ ନିଜର ଅବସରକୁ ପ୍ରତ୍ୟାହାର କରିବା ସହ ଏହି ଅଲିମ୍ପିକ୍ସରେ ବିରାଟ ଖେଳିବେ ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏନେଇ ବିରାଟ ନିଜର ପ୍ରତିକ୍ରିୟା ଦେଇନାହାନ୍ତି । ତେବେ ବିରାଟ୍‌ ଅଲମ୍ପିକ୍ସରେ ଖେଳିବା ପାଇଁ ଟି-୨୦ କ୍ରିକେଟ୍‌କୁ ଫେରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Will Virat Kohli Return to T20 Cricket for Olympics 2028? | Argus News