Videos
|
Sports

Virat Kohli / ବିରାଟ କୋହଲିଙ୍କ ଭିଡିଓ କରିବାକୁ ବସ୍‌ ଡ୍ରାଇଭର କଲେ ଏମିତି...ଫ୍ୟାନ୍ସ ହେଲେ ଫିଦା

Ritu Das
Browse all articles by Ritu Das
·8 months ago·2 min read
ବିରାଟ କୋହଲିଙ୍କ ଭିଡିଓ କରିବାକୁ ବସ୍‌ ଡ୍ରାଇଭର କଲେ ଏମିତି...ଫ୍ୟାନ୍ସ ହେଲେ ଫିଦା
india

Key Points

  • କୋହଲିଙ୍କ ପାଇଁ ସାରା ଦେଶ ଦିଓ୍ବାନା 
  • ଏଥିରୁ ବାଦ ପଡ଼ିନାହାନ୍ତି ବସ୍‌ ଡ୍ରାଇଭର
  • କରିଲେ ଏମିତି କାରନାମା ଯାହାକୁ ଦେଖି ଫ୍ୟାନ୍ସ ଫିଦା
ବିଜୟ ହଜାରେ ଟ୍ରଫି ଏଥର ବହୁତ ଖାସ। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳଇ ଦିଗ୍ଗଜ ଖେଳାଳି ଚଳିତବର୍ଷ ଏହି ଟ୍ରଫି ଖେଳି ଚାର ଚାନ୍ଦ ଲଗାଇ ଦେଇଛନ୍ତି। ଦୁଇଜଣଙ୍କୁ ଦେଖିବାକୁ ଫ୍ୟାନ୍ସଙ୍କର ପ୍ରବଳ ଭିଡ଼। ରୋହିତ ଶର୍ମାଙ୍କ ମ୍ୟାଚକୁ ଫ୍ୟାନ୍ସ ମାନେ ଷ୍ଟାଡିୟମକୁ ଯାଇ ଉପଭୋଗ କରିପାରୁଥିବାବେଳେ ବିରାଟ କୋହଲିଙ୍କ ମ୍ୟାଚ କେହି ଦେଖିପାରିବେନି ବୋଲି କଟକଣା କରାଯାଇଥିଲା। କିନ୍ତୁ ଫ୍ୟାନ୍ସ ତାଙ୍କୁ ନ ଦେଖି ରହିବେ ବା କେମିତି? ଲୋକେ ତାଙ୍କୁ ଏତେ ଭଲ ପାଆନ୍ତି ଯେ, ଶେଷରେ ଗଛରେ ଚଢ଼ିଯାଇଥିଲେ ବିରାଟଙ୍କର କେବଳ ଗୋଟିଏ ଝଲକ ଦେଖିବାକୁ। ସୋସିଆଲ ମିଡିଆରେ ଉଭୟଙ୍କର ବହୁ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାମଧ୍ୟରେ ଏମିତି ଏକ ଭିଡିଓ ଚର୍ଚ୍ଚାରେ ରହିଛି, ଦିଲ୍ଲୀ ଟିମକୁ ନେବାବେଳେ ବସ ଡ୍ରାଇଭର ଜଣକ ଏମିତି ଉପାୟ ଆପଣେଇଥିଲେ ଯାହା ଇଣ୍ଟରନେଟରେ ଧୁମ ମଚାଇଛି। ବସ ଡ୍ରାଇଭର ଜଣକ ବିରାଟ କୋହଲିଙ୍କର ଭିଡିଓ କରିଥିଲେ। ବସ୍‌ ଡ୍ରାଇଭରଙ୍କ ଅଭିନୟ ଫ୍ୟାନ୍ସଙ୍କ ହୃଦୟ ଜିତିଛି।

ଏହାସହ ପଢ଼ନ୍ତୁ: ବିଜୟ ହଜାରେ ଟ୍ରଫିରେ ତୃତୀୟ ମ୍ୟାଚ୍‌ ଖେଳିବେ କୋହଲି ! ସାମ୍ନାକୁ ଆସିଲା ମ୍ୟାଚ୍‌ ତାରିଖ

ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ଦୀର୍ଘ ୧୦ବର୍ଷ ପରେ ବିଜୟ ହଜାରେ ଟ୍ରଫି ଖେଳିବେ ବୋଲି ନିଷ୍ପତ୍ତି ନେଇଥିଲେ। ଦୁଇଟି ମ୍ୟାଚରେ ବିରାଟଙ୍କର ଗୁରୁତ୍ବପୂର୍ଣ୍ଣ ରନ ସମସ୍ତଙ୍କୁ ଖୁସି କରିଛି। ଏହି ଷ୍ଟାର ଖେଳାଳି ୩୭ବର୍ଷ ବୟସରେ ଏତେ ଫିଟ ଅଛନ୍ତି ତାଙ୍କ ସାମ୍ନାରେ ପୁରା ଯୁବପିଢ଼ି ଫିକା ପଡ଼ିଯିବେ। ଏହି ଷ୍ଟାର ଖେଳାଳି ଆଗାମୀ ନ୍ୟୁଜିଲାଣ୍ଡ ODI ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଝାଳ ବୁହାଉଛନ୍ତି। ନ୍ୟୁଜିଲାଣ୍ଡ ଓଡିଆଇ ଜାନୁୟାରୀ ୧୧ ତାରିଖରୁ ଆରମ୍ଭ ହେବ। କୋହଲଇ ବେଙ୍ଗାଲୁରୁର ବିସିସିଆଇ ସେଣ୍ଟର ଅଫ ଏକ୍ସିଲେନ୍ସରେ ଦିଲ୍ଲୀ ପାଇଁ ଦୁଇଟି ମ୍ୟାଚ ଖେଳିଥିଲେ।

ଆଉ ଏହି ବସର ଭିଡିଓ ଶୁକ୍ରବାର ୨୬ ତାରିଖରେ ଗୁଜରାଟ ବିପକ୍ଷରେ ଖେଳି ଦିଲ୍ଲୀକୁ ଜିତାଇବାପରେ ଭାଇରାଲ ହୋଇଥିଲା।
ଭିଡିଓ କ୍ଲିପରେ ଆପଣ ଦେଖିପାରିବେ ଯେ, ବସ୍‌ ଡ୍ରାଇଭର ବହୁ ଚାଲାକର ସହିତ ନିଜ ଫୋନର କ୍ୟାମେରାକୁ ଅନ କରିଥିଲେ। ଯେମିତି ବିରାଟ କୋହଲି ଏବଂ ଦିଲ୍ଲୀ ଟିମର ଖେଳାଳିଙ୍କୁ ଏକା ସାଙ୍ଗରେ ଦର୍ଶକ ସ୍କ୍ରିନରେ ଦେଖିପାରିବେ। ସବୁଠାରୁ ମଜେଦାର କଥା ହେଲା ଡ୍ରାଇଭର ଏମିତି ଗମ୍ଭୀର ଭାବେ ବସିଥିଲେ ଯେମିତି ଦେଖିଲେ ଲାଗିବ କି ସେ କିଛି ଜାଣିନାହାନ୍ତି। କାହାକୁ ସନ୍ଦେହ ଯେମିତି ନ ହେବ ସେ ପ୍ରକାର ଅଭିନୟ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ଇଣ୍ଡିଆ ଟିମ୍‌ର ପୂର୍ବତନ ଅଧିନାୟକ ରୋହିତ ଶର୍ମା ସମସ୍ତଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଲେ

କୋହଲି ପ୍ରଥମେ ବସ୍‌କୁ ଆସିଥିଲେ ତାଙ୍କ ପରେ ତାଙ୍କ ଇଶାନ୍ତ ଶର୍ମା ଏବଂ ଦିଲ୍ଲୀ ଟିମର ବହୁ ନୂଆ ଖେଳାଳିଙ୍କୁ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଏହି ଭିଡିଓକୁ ବହୁ ମାତ୍ରାରେ ଲାଇକ କରାଯାଉଛି।

ବିଜୟ ହଜାରେ ଟ୍ରଫିରେ କୋହଲିଙ୍କ ଜବରଦସ୍ତ କମବ୍ୟାକ
ଘରୋଇ କ୍ରିକେଟରେ କୋହଲି ଜବରଦସ୍ତ କମବ୍ୟାକ କରିଛନ୍ତି। ଦୁଇଟି ମ୍ୟାଚରେ ଶାନଦାର ଶତକ ଏବଂ ଦ୍ବିତୀୟ ମ୍ୟାଚରେ ୭୭ ରନର ପାଳି ଖେଳିଛନ୍ତି। ପ୍ରଥମ ମ୍ୟାଚରେ ୧୦୧ ବଲରେ ୧୩୧ ରନ କରି ଆନ୍ଧ୍ରପ୍ରଦେଶ ବିପକ୍ଷରେ ୨୯୯ ରନର ଟାର୍ଗେଟକୁ ପିଛା କରି ଦିଲ୍ଲୀକୁ ଜିତାଇଥିଲେ। ସେହିପରି ଦ୍ବିତୀୟ ମ୍ୟାଚରେ ଦିଲ୍ଲୀ ୭ ରନରେ ଜିତିଥିଲା।