Videos
|
Sports

Virat Test Retirement / କାହିଁକି ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇଥିଲେ ବିରାଟ ? କାରଣ କହିଲେ ୱାସିମ୍ ଜାଫର

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
କାହିଁକି ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇଥିଲେ ବିରାଟ ? କାରଣ କହିଲେ ୱାସିମ୍ ଜାଫର
Virat Test Retirement Reason

Key Points

ହଠାତ୍ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ବିରାଟ କୋହଲି
ଯାହାକି ତାଙ୍କ ଫ୍ୟାନ୍ସଙ୍କୁ ବେଶ ଚକିତ କରିଥିଲା
ଏବେ ଜଣାପଡ଼ିଲା ଏହା ପଛର କାରଣ
ନୂଆଦିଲ୍ଲୀ: ୨୦୨୫ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବିରାଟ କୋହଲି ଅବସର ନେଇ ଘୋଷଣା କରିଥିଲା । କ୍ରୀଡାପ୍ରେମୀଙ୍କ ସହ ବିରାଟ ଫ୍ୟାନ୍ ଭାଙ୍ଗିପଡ଼ିଥିଲେ । "ଦ ରନ୍ ମେସିନ୍" ନିଜ ସୋସିଆଲ ମିଡିଆ ପୋଷ୍ଟରେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିଲେ । ଏହାପରେ ଅନେକ ଚୟନକର୍ତ୍ତାଙ୍କୁ ଏଥିଲାଗି ଦାୟୀ କରିଥିଲେ । ଏବେ ପୂର୍ବ ଭାରତୀୟ କ୍ରିକେଟର ୱାସିମ୍ ଜାଫର ବିରାଟଙ୍କ ଟେଷ୍ଟ କ୍ରିକେଟ୍ ଅବସରର ପ୍ରକୃତ କାରଣର ଖୁଲାସା କରିଛନ୍ତି ।

  • ବିରାଟଙ୍କୁ ନେଇ ୱାସିମଙ୍କ ବଡ଼ ବୟାନ
ପୂର୍ବ ଭାରତୀୟ କ୍ରିକେଟର ୱାସିମ୍ ଜାଫର ନିଜ ୟୁଟ୍ୟୁବ ଚ୍ୟାନେଲରେ ବିରାଟଙ୍କ ଚମତ୍କାର ଟେଷ୍ଟ କ୍ୟାରିଅର ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସମୟରେ ସେ କହିଥିଲେ ଯେ ତାଙ୍କୁ ଲାଗେ ବିରାଟଙ୍କ ଭିତରେ ଆହୁରି ଟେଷ୍ଟ କ୍ରିକେଟ୍ ବଞ୍ଚିକି ରହିଥିଲା, ମାତ୍ର ଅଜିତ ଅଗରକରଙ୍କ ନେତୃତ୍ଵାଧୀନ ଚୟନକର୍ତ୍ତା କମିଟିର ନିଷ୍ପତ୍ତିରେ ଭାଙ୍ଗିପଡ଼ି ବିରାଟ ଏପରି ଘୋଷଣା କରିଥିଲେ । ସେ କହିଥିଲେ, "ବିରାଟଙ୍କ ସହିତ ଯେଉଁଭଳି ଭାବେ ବ୍ୟବହାର କରାଯାଉଥିଲା, ତାହାକୁ ନେଇ ସେ ଆଦୌ ଖୁସି ନଥିଲେ । ଯେପର୍ଯ୍ୟନ୍ତ ବିରାଟ ନିଜେ ଏ ବିଷୟରେ କହିବେ ନାହିଁ, ସେପର୍ଯ୍ୟନ୍ତ ପୂରା ଘଟଣା ଜଣାପଡ଼ିବ ନାହିଁ ।"

ଏହାପରେ ଜାଫର ଆଗକୁ କହିଥିଲେ, "ବିରାଟଙ୍କ ପରି ଖେଳାଳି ଲୋକଙ୍କୁ ପଡ଼ିଆକୁ ଟାଣି ଆଣେ । ତାଙ୍କୁ ଲୋକେ ଦେଖିବାକୁ ପସନ୍ଦ କରନ୍ତି । ସେ ଅଧିକ ଟେଷ୍ଟ କ୍ରିକେଟ୍ ଖେଳିପାରିବାର ସାମର୍ଥ୍ୟ ରଖୁଥିଲେ । ଯେପର୍ଯ୍ୟନ୍ତ ଆମେ ବିରାଟ କୋହଲିଙ୍କ ମୁହଁରୁ ନ ଶୁଣିବା, ସେଯାଏଁ ଆମକୁ କିଛି ଜଣାନାହିଁ । ମାତ୍ର ସେହି ସମୟରେ ସେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଲାଗି ପ୍ରସ୍ତୁତ ହେଉଥିଲେ ।"

  • କେମିତି ଥିଲା ବିରାଟଙ୍କ ଟେଷ୍ଟ କ୍ୟାରିଅର ?
କିଙ୍ଗ କୋହଲି ୨୦୧୧ ମସିହାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ କିଙ୍ଗଷ୍ଟନରେ ଟେଷ୍ଟ ଡେବ୍ୟୁ କରିଥିଲେ । ଏହାପରେ ସେ ନିଜର ଦମଦାର ପ୍ରଦର୍ଶନ ସହିତ ଟେଷ୍ଟ କ୍ରିକେଟ୍‌ର ଅଂଶ ପାଲଟିଯାଇଥିଲେ । ସେ ଭାରତ ଲାଗି ୧୨୩ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ ଓ ୨୧୦ଟି ପାରିରେ ୯୨୩୦ ରନ୍ ହାସଲ କରିଥିଲେ । ବିରାଟଙ୍କ ବ୍ୟାଟିଂ ହାର ୪୬.୮୫ ଥିଲା ଓ ତାଙ୍କର ଷ୍ଟ୍ରାଇକ୍ ରେଟ୍ ଥିଲା ୫୫.୬୭ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଜାଲ ବିଛାଇଥିଲା ୱେଷ୍ଟଇଣ୍ଡିଜ୍‌; କେମିତି ବାଜି ପଲଟେଇଲେ ଅଭିଷେକ...ନିଜେ କହିଲେ

  • ଟେଷ୍ଟ କ୍ରିକେଟରେ ୩୦ ଶତକ
ବିରାଟ ନିଜ ଟେଷ୍ଟ କ୍ୟାରିଅର ମଧ୍ୟରେ ୩୦ଟି ଶତକ ଓ ୩୧ଟି ଅର୍ଦ୍ଧଶତକ ହାସଲ କରିପାରିଛନ୍ତି । କୋହଲିଙ୍କ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ ୨୫୪ ଥିଲା । ବିରାଟଙ୍କ ଶେଷ ଟେଷ୍ଟ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଜାନୁଆରୀ ୨୦୨୫ରେ ଥିଲା । ଏହାପରେ କୋହଲି ଅବସର ଘୋଷଣା କରିଥିଲେ । ଏହାସହିତ କୋହଲି ଟି୨୦ କ୍ରିକେଟ୍‌ରୁ ମଧ୍ୟ ଅବସର ନେଇସାରିଛନ୍ତି । ଏବେ ସେ କେବଳ ଦିନିକିଆ ମ୍ୟାଚ୍ ଖେଳୁଛନ୍ତି । ଏବେ ତାଙ୍କର ଲକ୍ଷ୍ୟ ଅଛି ୨୦୨୭ ଦିନିକିଆ ବିଶ୍ଵକପ୍ ଖେଳିବା, ଏଥିଲାଗି ସେ ବେଶ ପ୍ରସ୍ତୁତ ହେଉଛନ୍ତି ।
Wasim Jaffer on Virat Kohli’s Test Retirement: Questions Ajit Agarkar’s Handling | Argus News Odia