Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket / ୱେଷ୍ଟଇଣ୍ଡିଜର ରେକର୍ଡ ମ୍ୟାଚ୍‌କୁ ଡ୍ର'ରେ ଅଟକାଇଲା ନ୍ୟୁଜିଲାଣ୍ଡ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ୱେଷ୍ଟଇଣ୍ଡିଜର ରେକର୍ଡ ମ୍ୟାଚ୍‌କୁ ଡ୍ର'ରେ ଅଟକାଇଲା ନ୍ୟୁଜିଲାଣ୍ଡ
West Indies Fall Short of Record Chase but Secure Draw

Key Points

ପ୍ରଥମରୁ ଲାଗୁଥିଲା ମ୍ୟାଚ୍‌କୁ ସହଜରେ ଜିତି ନେବ ନ୍ୟୁଜିଲାଣ୍ଡ । କିନ୍ତୁ ୱେଷ୍ଟଇଣ୍ଡିଜର ବ୍ଯାଟ୍ସମ୍ୟାନ୍ ଦ୍ଵିତୀୟ ପାଳିରେ ଯେଭଳି ଖେଳିଲେ ତାକୁ ଅନେକ ବର୍ଷ ଯାଏଁ ମନେ ରଖିବେ ପ୍ରଶଂସକ ।
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମୁକାବିଲା ଖ୍ରୀଷ୍ଟଚର୍ଚ୍ଚରେ ଖେଳା ଯାଇଛି । ଏହି ରୋମାଞ୍ଚକର ଟେଷ୍ଟ ମ୍ୟାଚ ଡ୍ର ରହିଛି । ମୁକାବିଲାରେ ଘରୋଇ ଦଳ ୱେଷ୍ଟଇଣ୍ଡିଜ୍‌ ଆଗରେ ୫୩୧ ରନ୍‌ର ବଡ଼ ବିଜଯ ଲକ୍ଷ୍ୟ ରଖିଥିଲା । ପ୍ରଥମରୁ ଲାଗୁଥିଲା ମ୍ୟାଚ୍‌କୁ ସହଜରେ ଜିତି ନେବ ନ୍ୟୁଜିଲାଣ୍ଡ । କିନ୍ତୁ ୱେଷ୍ଟଇଣ୍ଡିଜର ବ୍ଯାଟ୍ସମ୍ୟାନ୍ ଦ୍ଵିତୀୟ ପାଳିରେ ଯେଭଳି ଖେଳିଲେ ତାକୁ ଅନେକ ବର୍ଷ ଯାଏଁ ମନେ ରଖିବେ ପ୍ରଶଂସକ ।

ଶନିବାର ପଞ୍ଚମ ତଥା ଅନ୍ତିମ ଦିନର ଖେଳ ସରିଛି । ଷ୍ଟମ୍ପ ଅପସାରଣ ସୁଦ୍ଧା ୱେଷ୍ଟଇଣ୍ଡିଜ୍ ୧୬୩,୩ ଓଭରର୍ ୬ ୱିକେଟ୍ ହରାଇ ୪୫୭ ରନ୍ କରିଥିଲା । ମ୍ୟାଚ୍ ବିଜୟ ଠାରୁ ମାତ୍ର ୭୪ ରନ୍ ପଛରେ ରହିଥିଲା ୱେଷ୍ଟଇଣ୍ଡିଜ୍ । ଏହି ମ୍ୟାଚ୍‌କୁ ୱେଷ୍ଟଇଣ୍ଡିଜ୍ ଜିତି ନେଇଥିଲେ ରେକର୍ଡ ହୋଇଯାଇଥାନ୍ତା ।

ଏଥିସହ ପଢ଼ନ୍ତୁ: ମ୍ୟାଚ୍ ଅଧାରୁ ପିଚ୍‌ରେ ଫସିଗଲା ବଲ୍, ବାତିଲ୍ ହେଲା ଖେଳ

ବର୍ତ୍ତମାନ ସୁଦ୍ଧା ଟେଷ୍ଟ କ୍ରିକେଟରେ କୌଣସି ବି ଦଳ ଦ୍ଵିତୀୟ ପାଳିରେ ୫୦୦ରୁ ଅଧିକ ରନ୍ ସ୍କୋର୍ କରି ମ୍ୟାଚ୍ ଜିତି ପାରି ନାହିଁ । ଟେଷ୍ଟ କ୍ରିକେଟ୍‌ରେ ସବୁଠୁ ବଡ଼ ଚେଜ୍ ରେକର୍ଡ ରହିଛି ୱେଷ୍ଟଇଣ୍ଡିଜ୍ ନାଁରେ । ୨୦୦୩ରେ ଅଷ୍ଟ୍ରେଲିଆ ବିପକ୍ଷ ଆଣ୍ଟିଗୋ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ ୪୧୮ ରନ୍‌ର ଟାର୍ଗେଟ୍‌କୁ ସଫଳତାର ସହ ପିଛା କରିଥିଲା ।

ୱେଷ୍ଟଇଣ୍ଡିଜ୍‌ର ଦ୍ଵିତୀୟ ପାଳିରେ ବିସ୍ଫୋରକ ବ୍ଯାଟିଂ କରିଥିବା ଜଷ୍ଟିନ୍ ଗ୍ରୀଭସ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ୩୩୮ ରନ୍‌ରେ ଜଷ୍ଟିନ୍ ଅପରାଜିତ ୨୦୨ ରନ୍ କରିଛନ୍ତି, ଯେଉଁଥିରେ ୧୯ଟି ଚଉକା ସାମିଲ୍ ଅଛି ।

ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡ ସମସ୍ତ ୱିକେଟ୍ ହରାଇ ୨୩୧ ରନ୍ କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳିରେ ସମସ୍ତ ୱିକେଟ୍ ହରାଇ ୧୬୭ ରନ୍ କରିବାରେ ସମର୍ଥ ହୋଇଥିଲା । ଫଳରେ ୬୪ ରନ୍‌ରେ ଆଗୁଆ ଥିବା ନ୍ୟୁଜିଲାଣ୍ଡ ଦ୍ଵିତୀୟ ପାଳି ଖେଳି ଆଉ ୪୬୬ ରନ୍ ଯୋଡ଼ିଥିଲା । ଏଭଳି ଭାବେ ୱେଷ୍ଟଇଣ୍ଡିଜ୍‌କୁ ୫୩୧ ରନ୍‌ର ଟାର୍ଗେଟ୍ ଦେଇଥିଲା ନ୍ୟୁଜିଲାଣ୍ଡ ।

ଏଥିସହ ପଢ଼ନ୍ତୁ: ବାରବାଟୀ ଟି-୨୦: ଆଜି ଆସିବେ ଭାରତୀୟ ଖେଳାଳି, ବିମାନବନ୍ଦରରେ କଡ଼ା ସୁରକ୍ଷା

ଯାହାକୁ ପିଛା କରି ଦ୍ଵିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ୍ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦ୍ଵିତୀୟ ଇନିଂସରେ ଦଳୀୟ ସ୍କୋର ମାତ୍ର ୭୨ ରନ୍ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ୪ ଖେଳାଳି । ଏହାପରେ ଶାଇ ହୋପେ ୧୪୦ ରନ୍‌ର ପାଳି ଖେଳି ଦଳକୁ ମଜଭୁତ୍ ସ୍ଥିତିକୁ ଆଣିଥିଲେ । ଅପରାଜିତ ୨୦୨ ରନ୍ କରି ଶେଷ ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିଲେ ଜଷ୍ଟିନ୍ ଗ୍ରେଭସ୍ । ତଥାପି ୱେଷ୍ଟଇଣ୍ଡିଜ୍‌କୁ ଷ୍ଟମ୍ପ ସୁଦ୍ଧା ୬ ୱିକେଟ୍ ହରାଇ ୪୫୭ ରନ୍ କରିବାରେ ସମର୍ଥ ହୋଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
West Indies Hold New Zealand as Record Test Chase Ends in Draw | Argus News | Argus News