Videos
|
Sports

Phil Hughes death / ନଭେମ୍ବର ୨୭କୁ କାହିଁକି କୁହାଯାଏ କ୍ରିକେଟ୍‌ ଇତିହାସରେ 'କଳା ଦିନ'

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ନଭେମ୍ବର ୨୭କୁ କାହିଁକି କୁହାଯାଏ କ୍ରିକେଟ୍‌ ଇତିହାସରେ 'କଳା ଦିନ'

Key Points

୨୭ ନଭେମ୍ବର । କ୍ରିକେଟ ଇତିହାସରେ କଳା ଦିନ । ଫିଲ୍ ହ୍ୟୁଗ୍ସଙ୍କ ଦୁଃଖଦ ମୃତ୍ୟୁର କାହାଣୀ।
୨୭ ନଭେମ୍ବରକୁ କ୍ରିକେଟ ଇତିହାସରେ "କଳା ଦିବସ" ଭାବରେ ବିବେଚନା କରାଯାଏ । ଏହି ଦିନ କ୍ରିକେଟ ଜଗତ ସବୁଦିନ ପାଇଁ ଜଣେ ଉଦୀୟମାନ ତାରକାଙ୍କୁ ହରାଇଥିଲା । ୧୧ ବର୍ଷ ପୂର୍ବେ, ଏହି ଦିନ ଅଷ୍ଟ୍ରେଲୀୟ କ୍ରିକେଟର ଫିଲ୍ ହ୍ୟୁଗ୍ସଙ୍କ ଦେହାନ୍ତ ହୋଇଥିଲା । ମୃତ୍ୟୁର ଦୁଇ ଦିନ ପୂର୍ବରୁ ମ୍ୟାଚ୍ ସମୟରେ ପଡ଼ିଆରେ ବ୍ୟାଟିଂ କରୁଥିବାବେଳେ ହ୍ୟୁଗ୍ସ ଗୁରୁତର ଭାବେ ଆହତ ହୋଇଥିଲେ । ବ୍ୟାଟିଂ କରୁଥିବା ସମୟରେ ହ୍ୟୁଗ୍ସଙ୍କ ବେକରେ ଏକ ବଲ୍ ବାଜିଥିଲା । ଆଉ ସେ ସଙ୍ଗେ ସଙ୍ଗେ ବେହୋସ ହୋଇ ତଳେ ପଡ଼ିଯାଇଥିଲେ । ଆଉ ଏହା ପରେ ସେ କେବେ ଉଠିନଥିଲେ । ସବୁଦିନ ପାଇ ଚିରନିଦ୍ରା ଶୋଇ ପଡ଼ିଥିଲେ । ଏହି ଘଟଣା ସମଗ୍ର କ୍ରୀଡ଼ା ଜଗତକୁ ଚକିତ କରିଥିଲା।

୨୫ ନଭେମ୍ବର, ୨୦୧୪ । ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଦକ୍ଷିଣ ଅଷ୍ଟ୍ରେଲିଆ ଏବଂ ନ୍ୟୁ ସାଉଥ୍ ୱେଲ୍ସ ମଧ୍ୟରେ ଏକ ମ୍ୟାଚ୍‌ ହେଉଥିଲା । ଦକ୍ଷିଣ ଅଷ୍ଟ୍ରେଲିଆର ଅଧିନାୟକ ଜୋହାନ ବୋଥା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ୩୦ ନଭେମ୍ବର ଥିଲା ଫିଲ୍ ହ୍ୟୁଗ୍ସଙ୍କ ଜନ୍ମଦିନ । ହ୍ୟୁଗ୍ସ ବିଜୟ ସହିତ ଜନ୍ମଦିନ ଉତ୍ସବ ପାଳନ କରିବାକୁ ଚାହୁଁଥିଲେ । କିନ୍ତୁ ଭାଗ୍ୟର ଥିଲା ଆଉ କିଛି ।

ଅଧିକ ପଢ଼ନ୍ତୁ: 'ବିରାଟ କୋହଲିଙ୍କୁ କଲ୍‌ କରନ୍ତୁ PM ମୋଦି, ଗମ୍ଭୀରଙ୍କ ପୂର୍ବରୁ ଚୟନ କମିଟିକୁ ହଟାଅ'

ଫିଲ୍ ହ୍ୟୁଗ୍ସ ମାର୍କ କସଗ୍ରୋଭଙ୍କ ସହିତ ଇନିଂସ ଆରମ୍ଭ କରିଥିଲେ । ଦୁଇ ଖେଳାଳି ୨୩.୪ ଓଭରରେ ୬୧ ରନର ପାର୍ଟନରସିପ୍‌ କରିଥିଲେ । ତେବେ ୪୯ ତମ ଓଭର ବୋଲିଂ କରିବାକୁ ଆସିଥିଲେ ଦ୍ରୁତ ବୋଲର ସେନ୍‌ ଆବୋଟ୍‌ । ସେ ତାଙ୍କର ପ୍ରଥମ ଓ୍ବିକେଟ୍‌ ନେବା ପାଇଁ ବୋଲିଂ କରୁଥିଲେ । ଆଉ ସେହି ଓଭରର ତୃତୀୟ ବଲ ଫିଲ୍‌ ହ୍ୟୁଗ୍ସଙ୍କ ବେକରେ ବାଜିଥିଲା ।

ଆଉ ସଙ୍ଗେ ସଙ୍ଗେ ହ୍ୟୁଗ୍ସ ଚେତାଶୂନ୍ୟ ହୋଇ ପଡ଼ିଗଲେ । ତାଙ୍କୁ ତୁରନ୍ତ ପଡ଼ିଆରୁ ହସ୍ପିଟାଲ ନିଆଯାଇଥିଲା । ଆଉ ସେଠାରେ ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ଚେଷ୍ଟା କରାଯାଇଥିଲା । କିନ୍ତୁ ନଭେମ୍ବର ୨୭ ତାରିଖରେ ଏହି ଉଦୀୟମାନ ତାରକାଙ୍କ ଦେହାନ୍ତ ହୋଇଥିଲା।

ଫିଲ୍ ହ୍ୟୁଗ୍ସଙ୍କ ସହିତ ଜଡିତ ଏହି ଘଟଣା ପରେ କ୍ରିକେଟ ଜଗତରେ ଅନେକ ସୁରକ୍ଷା ପରିବର୍ତ୍ତନ କରାଯାଇଥିଲା। ହେଲମେଟକୁ ଅଧିକ ସୁଦୃଢ଼ ​​କରାଯାଇଥିଲା । ବ୍ୟାଟ୍ସମ୍ୟାନଙ୍କ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯାଇଥିଲା ଏବଂ "କନକସନ୍ ବଦଳ" ଭଳି ନୂତନ ନିୟମ କାର୍ଯ୍ୟକାରୀ କରାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫିଲ୍ ହ୍ୟୁଗ୍ସ ଅଷ୍ଟ୍ରେଲିଆ ପାଇଁ ୨୬ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ସେ ୩ ଶତକ ଏବଂ ୭ ଅର୍ଦ୍ଧଶତକ ସହିତ ୧,୫୩୫ ରନ୍ କରିଥିଲେ। ୨୫ଟି ଦିନିକିଆରେ ସେ ୨ ଶତକ ଏବଂ ୪ ଅର୍ଦ୍ଧଶତକ ସହିତ ୮୨୬ ରନ୍ କରିଥିଲେ। ହ୍ୟୁଗ୍ସଙ୍କ ମୃତ୍ୟୁ ପରେ କ୍ରିକେଟ୍ ଅଷ୍ଟ୍ରେଲିଆ ତାଙ୍କ ସମ୍ମାନାର୍ଥେ ତାଙ୍କର ଜର୍ସି ନମ୍ବର ୬୪କୁ ଅବସର ଦେଇଥିଲା।

Related Topics

Explore more stories

Why November 27 Is Called Cricket’s ‘Black Day’ | Phil Hughes Tragedy | Argus News