Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Sreesanth Slap Controversy / ହରଭଜନ-ଶ୍ରୀସାନ୍ତ ଚାପୁଡ଼ାକାଣ୍ଡ; ଯେବେ ଦୋହଲିଯାଇଥିଲା ଇଣ୍ଡିଆ ଟିମ୍...

Debashree Debasmita Sahoo
Browse all articles by Debashree Debasmita Sahoo
·3 weeks ago·4 min read
ହରଭଜନ-ଶ୍ରୀସାନ୍ତ ଚାପୁଡ଼ାକାଣ୍ଡ; ଯେବେ ଦୋହଲିଯାଇଥିଲା ଇଣ୍ଡିଆ ଟିମ୍...
Sreesanth Slap Controversy

Key Points

୧୮ବର୍ଷ ପରେ ପୁଣି ଚାପୁଡ଼ାକାଣ୍ଡକୁ ନେଇ ଚର୍ଚ୍ଚା
ଶ୍ରୀସାନ୍ତଙ୍କୁ ପଡ଼ିଆ ମଝିରେ ଚାପୁଡ଼ା ମାରିଥିଲେ ହରଭଜନ
ଏବେ ସେଦିନର କାହାଣୀ ଖୋଲି କହିଦେଲେ ଶ୍ରୀସାନ୍ତ
୧୮ ବର୍ଷ ପୂର୍ବେ ଆଇପିଏଲ୍ ଆରମ୍ଭ ହେବା ଦିନଠାରୁ ପ୍ରତିବର୍ଷ କିଛି ନା କିଛି ବିବାଦ ଦେଖାଦିଏ । କିନ୍ତୁ ୨୦୦୮ରେ ଆଇପିଏଲର ପ୍ରଥମ ସିଜିନରେ ଘଟିଥିବା ଭଜ୍ଜୀ-ଶ୍ରୀସାନ୍ତ ଚାପୁଡ଼ାକାଣ୍ଡ ସବୁଠି ଚର୍ଚ୍ଚିତ ହୋଇଥିଲା । ଆଜି ୧୮ ବର୍ଷ ପରେ ଏହି ବିବାଦ ପୁଣି ଥରେ ସାମ୍ନାକୁ ଆସିଛି । କିଛି ଦିନ ପୂର୍ବରୁ ଆଇପିଏଲର ପ୍ରଥମ ଅଧ୍ୟକ୍ଷ ଲଳିତ ମୋଦି ଏହି ଘଟଣାର ଭିଡିଓ ଲିକ୍ କରି ହରଭଜନ ସିଂ ଓ ଶ୍ରୀସାନ୍ତଙ୍କ ମଧ୍ୟରେ ବିବାଦକୁ ସମ୍ପୂର୍ଣ୍ଣ ଭାବରେ ପ୍ରକାଶ କରିଥିଲେ ।

ବଡ଼ କଥା ହେଉଛି, ଏଥର ଶ୍ରୀସାନ୍ତ ନିଜେ ନିକଟରେ ଏକ ସାକ୍ଷାତକାରରେ ଏ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଛନ୍ତି । ଶ୍ରୀସାନ୍ତଙ୍କ ବୟାନ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଅନେକ ବର୍ଷ ବିତିଯାଇଥିଲେ ସୁଦ୍ଧା ସେଦିନ ଘଟଣା ସେ ଆଜି ବି ଭୁଲିନାହାନ୍ତି । ସାକ୍ଷାତକାରରେ ଯେତେବେଳେ ଶ୍ରୀସାନ୍ତ ଏବଂ ହରଭଜନ ସିଂହଙ୍କ ବକ୍ସିଂ ଗ୍ଲୋଭ୍ସ ପିନ୍ଧିଥିବା ଏକ ପୁରୁଣା ଫଟୋ ସ୍କ୍ରିନରେ ଦେଖାଯାଇଥିଲା ଏବଂ ଶ୍ରୀସାନ୍ତଙ୍କୁ ଉତ୍ତର ଦେବାକୁ କୁହାଯାଇଥିଲା, ସେ ତିଳେ ମାତ୍ର ସମୟ ବ୍ୟୟ ନକରି ଖୋଲାଖୋଲି ଅନ୍ କ୍ୟାମେରା ଚ୍ୟାଲେଞ୍ଜ ଦେଇଥିଲେ ।

  • ଭଜ୍ଜୀଙ୍କ ସହ ରିଙ୍ଗରେ ଲଢିବାକୁ ଚାହାଁନ୍ତି ଶ୍ରୀସାନ୍ତ
ଶ୍ରୀସାନ୍ତ କହିଛନ୍ତି ଯେ ସେ ଏହି ପୁରୁଣା ବିବାଦକୁ ସବୁଦିନ ପାଇଁ ବିରାମ ଲଗାଇବା ଲାଗି ବକ୍ସିଂ ରିଙ୍ଗରେ ପ୍ରବେଶ କରି ହରଭଜନ ସିଂହଙ୍କ ସହିତ ଲଢ଼ିବାକୁ ପ୍ରସ୍ତୁତ । ଶ୍ରୀସାନ୍ତଙ୍କ ଏହି ସ୍ପଷ୍ଟ ବୟାନ ଏବେ ସୋସିଆଲ ମିଡିଆରୁ କ୍ରୀଡା ଜଗତ ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଛି । ଶ୍ରୀସାନ୍ତଙ୍କ ଭଜ୍ଜୀଙ୍କ ଏକ ବିଜ୍ଞାପନକୁ ନେଇ ଖୁସି ନଥିବା କହିଛନ୍ତି । ଫ୍ଲିପକାର୍ଟର ଏକ ବିଜ୍ଞାପନରେ, ଭଜ୍ଜୀ କହିଥିଲେ, "ଠିକ୍ ଭାବେ ଚାପୁଡ଼ା ମାରୁ, ସବୁକିଛି ଠିକ୍ ହୋଇଯିବ।" ଏହି ଘଟଣା ସେହି ଚାପୁଡ଼ାକାଣ୍ଡକୁ ଇଙ୍ଗିତ କରିଥିଲା।


ସାକ୍ଷାତକାରରେ ଶ୍ରୀସାନ୍ତା କହିଥିଲେ ଯେ ଭଜ୍ଜୀଙ୍କ ଯଦି ସାହାସ ଅଛି ସେ ରିଙ୍ଗ ଗ୍ଲୋଭସ୍ ପିନ୍ଧି ଆସନ୍ତୁ । ଏହା ଏକ ଖୋଲା ଚ୍ୟାଲେଞ୍ଜ ବୋଲି ଶ୍ରୀସାନ୍ତ କହିଥିଲେ । ଶ୍ରୀସାନ୍ତ ଏତିକିରେ ସୀମିତ ରହିଲେ ନାହିଁ। ସେ ତାଙ୍କର ଚ୍ୟାଲେଞ୍ଜକୁ ଆହୁରି ଦୃଢ଼ କରି କହିଥିଲେ ଯେ ହରଭଜନଙ୍କୁ ବିଜ୍ଞାପନ କିମ୍ବା ସାର୍ବଜନୀନ ଉପହାସ ବଦଳରେ ପ୍ରକୃତ ଲଢ଼େଇରେ ସାମ୍ନା କରିବା ଉଚିତ । ସେ ଏହାକୁ ଆତ୍ମସମ୍ମାନର ବିଷୟ ବୋଲି କହିଥିଲେ ଏବଂ କହିଥିଲେ ଯେ ସେ ରିଙ୍ଗରେ ହରଭଜନଙ୍କ ସାମ୍ନା କରିବାକୁ ପ୍ରସ୍ତୁତ।

  • ଶ୍ରୀସାନ୍ତ ଝିଅ କଥା ଶୁଣି କାନ୍ଦିଥିଲେ ଭଜ୍ଜୀ
ପୂର୍ବରୁ ହରଭଜନ ସିଂହ ୨୦୦୮ ଚାପୁଡ଼ାକାଣ୍ଡ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଏହା ପାଇଁ ସେ ଏବେ ବି ଲଜ୍ଜିତ ଏବଂ ଶ୍ରୀସାନ୍ତଙ୍କୁ ୨୦୦ ଥର କ୍ଷମା ମାଗିଥିବା କହିଥିଲେ। ସେ କହିଛନ୍ତି ଯେ ଯଦି ସେ ତାଙ୍କ ଜୀବନର ଗୋଟିଏ ଘଟଣାକୁ ବଦଳାଇ ପାରିଥାନ୍ତେ, ତେବେ ଏହା ୧୮ ବର୍ଷ ପୂର୍ବର ସେହି ଘଟଣା ହୋଇଥାନ୍ତା । ଭଜ୍ଜୀ ଅଶ୍ୱିନଙ୍କ ୟୁଟ୍ୟୁବ୍ ଶୋ 'କୁଟ୍ଟି ଷ୍ଟୋରିଜ୍'‌ରେ କହିଥିଲେ ଯେ ସେ ଶ୍ରୀସାନ୍ତଙ୍କ ଝିଅ ସାନଭିକାଙ୍କ ସହ ଏକଦା ସେ କଥା ହେଉଥିଲେ। ତା'ପରେ ଶ୍ରୀସାନ୍ତଙ୍କ ଝିଅ ସାନଭିକା କହିଥିଲେ ଯେ ସେ ତାଙ୍କ ସହ କଥା ହେବାକୁ ଚାହୁନାହାନ୍ତି କାରଣ ସେ ତାଙ୍କ ବାପାଙ୍କୁ ଚାପୁଡ଼ା ମାରିଥିଲେ । ଭଜ୍ଜୀ କହିଥିଲେ, "ମୋର ହୃଦୟ ଭାଙ୍ଗିଗଲା, ମୋ ଆଖିରେ ଲୁହ ଆସିଗଲା । ମୁଁ ଭାବୁଥିଲି- ମୁଁ ଏହି ଝିଅ ଉପରେ କ'ଣ ଛାପ ଛାଡିଛି ? ସେ ମୋତେ କେବଳ ସେହି ବ୍ୟକ୍ତି ଭାବରେ ଦେଖେ ଯିଏ ତାଙ୍କ ବାପାଙ୍କୁ ମାରିଥିଲା ।"

  • ସେଦିନ କଣ ଘଟିଥିଲା ?
୨୦୦୮ ମସିହାରେ ପ୍ରଥମ IPL ସିଜିନ୍ । ୨୫ ଏପ୍ରିଲରେ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ କିଙ୍ଗସ୍ ଏକାଦଶ ପଞ୍ଜାବ ମଧ୍ୟରେ ମ୍ୟାଚ୍ ପରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାଣ୍ଡ-ଇନ୍ ଅଧିନାୟକ ହରଭଜନ ସିଂହ ହାତ ମିଳାଇବା ସମୟରେ ଶ୍ରୀସାନ୍ତଙ୍କୁ ପଛପଟୁ ଚାପୁଡ଼ା ମାରିଥିଲେ । ଟିଭି କ୍ୟାମେରା ବନ୍ଦ ଥିଲା, ତେଣୁ ଶ୍ରୀସାନ୍ତଙ୍କ କାନ୍ଦିବାର ଏକ ଫଟୋ ସାମ୍ନାକୁ ଆସିଥିଲା, ଯାହା ଭାଇରାଲ ହୋଇଥିଲା ।

ଲଳିତ ମୋଦି ନିକଟରେ ଏକ ପୋଡକାଷ୍ଟରେ କହିଥିଲେ ଯେ ଆଇପିଏଲର TRP ବୃଦ୍ଧି କରିବା ପାଇଁ ଜାଣିଶୁଣି ଏହା ସୃଷ୍ଟି କରାଯାଥିଲା । ସେ ଏହି କଥା ଲୁଚାଇବାକୁ ଚାହୁଁଥିଲେ କାରଣ, ଭଜ୍ଜୀ ତାଙ୍କର ବନ୍ଧୁ ଥିଲେ । ବହୁବର୍ଷ ପରେ ପୁଣି ସେହି କଥା ଉଠିବା ପରେ ଚାରିଆଡୁ ଲଳିତ ମୋଦିଙ୍କୁ ସମାଲୋଚନା କରାଯାଇଛି ।

ଶ୍ରୀସାନ୍ତଙ୍କ ପତ୍ନୀ ଭୁବନେଶ୍ୱରୀ ଇନଷ୍ଟାଗ୍ରାମରେ କ୍ରୋଧିତ ହୋଇ କହିଛନ୍ତି, "ଲଜ୍ୟା ଲାଗୁଛି ଲଳିତ ମୋଦି । ଶସ୍ତା ପ୍ରଚାର ପାଇଁ ତୁମେ ୨୦୦୮ର ସେହି ବିବାଦୀୟ ଘଟଣାକୁ ପୁଣି ଉଠାଇଛ । ଦୁହେଁ (ଶ୍ରୀସାନ୍ତ ଏବଂ ଭଜ୍ଜୀ) ବାପା ହୋଇସାରିଛନ୍ତି, ଉଭୟଙ୍କ ସ୍କୁଲ ଯାଉଥିବା ପିଲା ଅଛନ୍ତି। ତୁମେ ପୁରୁଣା କ୍ଷତକୁ ପୁଣି ଖୋଲି ଦେଉଛ। ଏହା ଅତ୍ୟନ୍ତ ଲଜ୍ଜାଜନକ, ଅମାନବୀୟ ଆଚରଣ ।"

ପଢନ୍ତୁ ଏହି ଖବର: 'ଖେଳାଳିଙ୍କୁ ଭାଇ ପରି ବୁଝିପାରୁଥିବା କୋଚ୍ ଦରକାର; ଧୋନିଙ୍କୁ ଆଣ...

ସେପଟେ ହରଭଜନ ସିଂହ ମଧ୍ୟ ଗଣମାଧ୍ୟମ ସମ୍ମୁଖକୁ ଆସି କହିଛନ୍ତି, "ଭିଡିଓ ଲିକ୍ କରିବା ଭୁଲ ଥିଲା । ଏଥିରେ ନିଶ୍ଚୟ କୌଣସି ସ୍ୱାର୍ଥପର ଉଦ୍ଦେଶ୍ୟ ଥିଲା । ଲୋକମାନେ ୧୮ ବର୍ଷ ପୂର୍ବେ ଘଟିଥିବା ଘଟଣା ଭୁଲି ଯାଇଥିଲେ ଏବଂ ଏବେ ଆପଣ ସେମାନଙ୍କୁ ପୁଣି ମନେ ପକାଇ ଦେଉଛନ୍ ତି। ମୁଁ ଭୁଲ କରିଛି, ମୁଁ ଲଜ୍ଜିତ । ମୁଁ ଭଗବାନ ଗଣେଶଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛି । କିନ୍ତୁ ଭିଡିଓ ଲିକ୍ କରିବା ଭୁଲ ଥିଲା ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sreesanth-Harbhajan ‘Slapgate’ Revisited: Why the 18-Year-Old Cricket Controversy Is Making Headlines Again | Argus News