T20 New Captain / ନା ଶ୍ରେୟାସ, ନା ସଞ୍ଜୁ, ନା ହାର୍ଦ୍ଦିକ; କିଏ ହେବେ ଭାରତର ନୂଆ T20 କ୍ୟାପ୍ଟେନ
·1 hour ago·2 min read

Key Points
କିଏ ହେବେ ଭାରତର ଟି-୨୦ ଅଧିନାୟକ ?
ଶ୍ରେୟାସ, ସଞ୍ଜୁ, ହାର୍ଦ୍ଦିକ ବାଦ୍ ପଡ଼ିଲେ
ଶ୍ରେୟାସ, ସଞ୍ଜୁ, ହାର୍ଦ୍ଦିକ ବାଦ୍ ପଡ଼ିଲେ
ଟି-୨୦ ବିଶ୍ଵକପ୍ ୨୦୨୬ ପରେ ଏବେ ଟିମ ଇଣ୍ଡିଆ ଏକ ନୂଆ ଆରମ୍ଭ କରିବାକୁ ଯାଉଛି । ଏବେ ସୂର୍ଯ୍ୟ କୁମାର ଯାଦବଙ୍କ ସ୍ଥାନରେ ଅନ୍ୟ କୌଣସି କ୍ରିକେଟରଙ୍କୁ ଅଧିନାୟକ ପଦ ଦିଆଯିବ । ଶ୍ରେୟାସ ଆୟର ଓ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ହେବାର ଦୌଡ଼ରେ ଥିଲେ, କିନ୍ତୁ ଏବେ ଆଉ ଏକ ନାଁକୁ ତାଲିକାରେ ସାମିଲ କରାଯାଇଛି । ଏବେ ସୂର୍ଯ୍ୟ କୁମାର ଟି-୨୦ ଅଧିନାୟକ ଅଛନ୍ତି, କିନ୍ତୁ ସେ ଆଇପିଏଲରେ ଖରାପ ପ୍ରଦର୍ଶନ କରିଥିବାରୁ ତାଙ୍କ ହାତରୁ ଅଧିନାୟକ ପଦ ଛଡ଼ାଇ ନିଆଯିବ ବୋଲି ଚର୍ଚ୍ଚା ହେଉଛି ।
ଭାରତୀୟ ଟିମ ଏବେଠାରୁ ୨୦୨୮ ଟି-୨୦ ବିଶ୍ଵକପ୍ ଲାଗି ପ୍ରସ୍ତୁତି ଆରମ୍ଭ କରୁଛି । ଏହି ଗୁରୁତ୍ଵପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ ଧ୍ୟାନରେ ରଖି ଭାରତର ଟି-୨୦ ଟିମରେ ପରିବର୍ତ୍ତନ କରାଯାଉଛି । କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ଭାରତର ପରବର୍ତ୍ତୀ ଟି-୨୦ ଅଧିନାୟକ ଦୌଡ଼ରେ ସବୁଠୁ ଆଗରେ ଥିଲେ ଶ୍ରେୟାସ ଆୟର । ଏହା ବ୍ୟତୀତ ସଞ୍ଜୁ ସାମସନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ମଧ୍ୟ ସାମିଲ ଥିଲା । ହେଲେ ଏବେ ଶ୍ରେୟାସ ଆୟରଙ୍କ ନାଁ ଏଥିରି ଯୋଡ଼ି ହୋଇଛି ।
ପଢନ୍ତୁ ଏହି ଖବର: ମୁମ୍ବାଇ ଇଣ୍ଡିଆନ୍ସକୁ ଅନଫଲୋ କଲେ କି ହାର୍ଦ୍ଦିକ ପାଣ୍ଡ୍ୟା ? ଜଣାପଡ଼ିଲା ସତ
ତେବେ ଏହା ସମ୍ପୂର୍ଣ୍ଣ ଭାବେ ଚୟନକର୍ତ୍ତାଙ୍କ ଉପରେ ନିର୍ଭର କରେ । ଏହା ମଧ୍ୟ କୁହାଯାଉଛି ଯେ ସୂର୍ଯ୍ୟ କୁମାର ଯାଦବଙ୍କ ହାତରେ ଆଘାତ ଅଛି, କିନ୍ତୁ ଏଯାବତ ସେ ଏହାକୁ ସାର୍ବଜନୀନ କରିନାହାନ୍ତି । ବିସିସିଆଇ ଟି-୨୦ ଫର୍ମାଟ ଲାଗି ସର୍ବପ୍ରଥମେ ଶୁଭମନ ଗିଲଙ୍କୁ ନଜରରେ ରଖିଥିଲା, କିନ୍ତୁ ଖରାପ ଫର୍ମ ପାଇଁ ସେ ହଟିଥିଲେ । ଏବେ ଇଶାନ କିଶାନଙ୍କୁ ବଡ଼ ଦାୟିତ୍ଵ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

- ଅଧିନାୟକ ଦୌଡ଼ରେ କିଏ ଆଗରେ ?
- ଏମାନଙ୍କୁ ଟିମରେ ମିଳିବ କି ସ୍ଥାନ ?
ପଢନ୍ତୁ ଏହି ଖବର: ମୁମ୍ବାଇ ଇଣ୍ଡିଆନ୍ସକୁ ଅନଫଲୋ କଲେ କି ହାର୍ଦ୍ଦିକ ପାଣ୍ଡ୍ୟା ? ଜଣାପଡ଼ିଲା ସତ
ତେବେ ଏହା ସମ୍ପୂର୍ଣ୍ଣ ଭାବେ ଚୟନକର୍ତ୍ତାଙ୍କ ଉପରେ ନିର୍ଭର କରେ । ଏହା ମଧ୍ୟ କୁହାଯାଉଛି ଯେ ସୂର୍ଯ୍ୟ କୁମାର ଯାଦବଙ୍କ ହାତରେ ଆଘାତ ଅଛି, କିନ୍ତୁ ଏଯାବତ ସେ ଏହାକୁ ସାର୍ବଜନୀନ କରିନାହାନ୍ତି । ବିସିସିଆଇ ଟି-୨୦ ଫର୍ମାଟ ଲାଗି ସର୍ବପ୍ରଥମେ ଶୁଭମନ ଗିଲଙ୍କୁ ନଜରରେ ରଖିଥିଲା, କିନ୍ତୁ ଖରାପ ଫର୍ମ ପାଇଁ ସେ ହଟିଥିଲେ । ଏବେ ଇଶାନ କିଶାନଙ୍କୁ ବଡ଼ ଦାୟିତ୍ଵ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories