Videos
|
Sports

Cricket News / IPL 2027ରେ ଖେଳିବେ କି ମହେନ୍ଦ୍ର ସିଂହ ଧୋନି ? CSK CEO ଦେଲେ ବଡ଼ ଅପଡେଟ୍

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
IPL 2027ରେ ଖେଳିବେ କି ମହେନ୍ଦ୍ର ସିଂହ ଧୋନି ? CSK CEO ଦେଲେ ବଡ଼ ଅପଡେଟ୍
MS Dhoni

Key Points

ପୁଣି ହଳଦିଆ ଜର୍ସିରେ ନଜର ଆସିବେ କି ମାହି ?
ଧୋନିଙ୍କୁ ନେଇ ବଡ଼ ଖବର
CSK CEO କଲେ ବଡ଼ ଖୁଲାସା
IPL ୨୦୨୭ ରେ ପୁଣି ମଇଦାନକୁ ଫେରିବେ କି ମହେନ୍ଦ୍ର ସିଂ ଧୋନି ? ପୁଣି ଥରେ ହଳଦିଆ ଜର୍ସିରେ ନଜର ଆସିବେ କି ମାହି ? ଏସବୁ ପ୍ରଶ୍ନ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ କାଶୀ ବିଶ୍ବନାଥନ ଧୋନିଙ୍କ ଭବିଷ୍ୟତକୁ ନେଇ ଏକ ବଡ଼ ସଙ୍କେତ ଦେଇଛନ୍ତି । ଧୋନି CSK ପାଇଁ ଆଉ ଗୋଟିଏ ସିଜିନ୍ ଖେଳିପାରନ୍ତି ବୋଲି ସେ ଆଶା ପ୍ରକାଶ କରିଛନ୍ତି । ତେବେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ନିଜେ ଧୋନି ।

ଧୋନିଙ୍କ ଭବିଷ୍ୟତ ନିଷ୍ପତ୍ତି ତାଙ୍କ ହାତରେ

ଚେନ୍ନାଇରେ ସ୍ଥାନୀୟ ଗଣମାଧ୍ୟମ ସହ କଥା ହେବା ସମୟରେ CSK CEO କାଶୀ ବିଶ୍ୱନାଥନଙ୍କୁ IPL 2027ରେ ଧୋନିଙ୍କ ଖେଳିବା ନେଇ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ ଯେ ଏହି ପ୍ରଶ୍ନ ଧୋନିଙ୍କୁ ପଚାରିବା ଉଚିତ । ଧୋନି ଚେନ୍ନାଇ ଆସିବା ପରେ ନିଜ ନିଷ୍ପତ୍ତି ବିଷୟରେ ଜଣାଇବେ । ବିଶ୍ୱନାଥନ ଆହୁରି କହିଛନ୍ତି ଯେ ଧୋନିଙ୍କ ଆଉ ଗୋଟିଏ ସିଜିନ୍ ଖେଳିବାର ସମ୍ଭାବନା ରହିଛି । ସେ ଏବେ ମଧ୍ୟ ଜଣେ ଖେଳାଳି ବୋଲି ସ୍ପଷ୍ଟ କରିଛନ୍ତି । ତେବେ ଧୋନିଙ୍କ ଅବସର କିମ୍ବା ଆଗାମୀ ସିଜିନ୍‌ରେ ଖେଳିବା ନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ଘୋଷଣା ହୋଇନାହିଁ ।

IPL 2026ରେ ଗୋଟିଏ ବି ମ୍ୟାଚ୍ ଖେଳିନଥିଲେ ଧୋନି

IPL 2026ରେ ଧୋନି CSK ଦଳର ଅଂଶ ଥିଲେ ମଧ୍ୟ ଆହତ ସମସ୍ୟା ଯୋଗୁଁ ଗୋଟିଏ ବି ମ୍ୟାଚ୍ ଖେଳିପାରିନଥିଲେ । ଏହା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଥିଲା । ଅନ୍ୟପଟେ, ଚେନ୍ନାଇ ଦଳର ପ୍ରଦର୍ଶନ ମଧ୍ୟ ବିଶେଷ ଭଲ ରହିନଥିଲା ଏବଂ ଦଳ ପ୍ଲେଅଫ୍‌ରେ ସ୍ଥାନ ପାଇପାରିନଥିଲା ।

ଏଥି ସହ ପଢନ୍ତୁ:  CSKରେ ଧୋନି ଚାହୁଁଥିଲେ ୨୫% ଅଂଶଧନ ? ଆକାଶ ଚୋପ୍ରା କହିଲେ ବଡ଼ କଥା 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
IPLରେ ଧୋନିଙ୍କ ରେକର୍ଡ

ମହେନ୍ଦ୍ର ସିଂହ ଧୋନି IPLର ଅନ୍ୟତମ ସଫଳ ଖେଳାଳି । ସେ ନିଜ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଅନେକ ସଫଳତା ଦେଇଛନ୍ତି । IPLରେ ତାଙ୍କ ନାମରେ ୨୭୮ଟି ମ୍ୟାଚ୍‌ରୁ ୫,୪୩୯ ରନ୍ ରହିଛି ।

CSKରେ ମଧ୍ୟ ହୋଇଛି ବଡ଼ ପରିବର୍ତ୍ତନ

ଆଗାମୀ IPL ସିଜିନ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଛି । ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନରେ ଜାହିର ଖାନ୍‌ଙ୍କୁ ଦଳର ମୁଖ୍ୟ କୋଚ୍ କରାଯାଇଛି । ନୂଆ କୋଚ୍‌ ଆସିବା ପରେ ଦଳରେ ଆଉ କ'ଣ ପରିବର୍ତ୍ତନ ହେଉଛି ତା'ଉପରେ ରହିଛି ସମସ୍ତଙ୍କ ନଜର ।

Related Topics

Explore more stories