Rohit Virat World Cup Future / ୨୦୨୭ ବିଶ୍ବକପ୍ ଖେଳିବେ କି ରୋହିତ-ବିରାଟ ? ପାକିସ୍ତାନୀ ଖେଳାଳିଙ୍କ ବୟାନ ଭାଇରାଲ୍
·1 month ago·2 min read

Key Points
୨୦୨୭ ୱାର୍ଲ୍ଡ କପ୍ରେ ରୋହିତ-ବିରାଟ ?
ପାକ୍ ଖେଳାଳିଙ୍କ ମନ୍ତବ୍ୟ ଚର୍ଚ୍ଚାରେ
ଭାଇରାଲ୍ ହେଉଛି ଏହି ବୟାନ
ପାକ୍ ଖେଳାଳିଙ୍କ ମନ୍ତବ୍ୟ ଚର୍ଚ୍ଚାରେ
ଭାଇରାଲ୍ ହେଉଛି ଏହି ବୟାନ
୨୦୨୭ ବିଶ୍ୱକପ୍କୁ ନେଇ ଭାରତୀୟ କ୍ରିକେଟ୍ର ଦୁଇ ଷ୍ଟାର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ପାକିସ୍ତାନର ଜଣେ କ୍ରିକେଟ୍ ଲେଜେଣ୍ଡଙ୍କ ବୟାନ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ବୟସ ନୁହେଁ, ଫିଟନେସ୍ ଓ ପ୍ରଦର୍ଶନ ହିଁ ଜଣେ ଖେଳାଳିଙ୍କ ସବୁଠାରୁ ବଡ଼ ପରିଚୟ ବୋଲି କହି ଜହିର ଅବ୍ବାସ ରୋହିତ ଓ ବିରାଟଙ୍କ ପକ୍ଷରେ ଦୃଢ଼ ସମର୍ଥନ ଜଣାଇଛନ୍ତି । ତାଙ୍କ ଏହି ମତାମତ ଏବେ କ୍ରିକେଟ୍ ଜଗତରେ ନୂଆ ଚର୍ଚ୍ଚାର ଆରମ୍ଭ କରିଛି ।
୨୦୨୭ ଦିନିକିଆ ବିଶ୍ୱକପ୍କୁ ନେଇ ରୋହିତ ଓ ବିରାଟ କୋହଲିଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପାକିସ୍ତାନର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଜହିର ଅବ୍ବାସଙ୍କ ବୟାନ ବେଶ୍ ଭାଇରାଲ ହେଉଛି । ବୟସ ନୁହେଁ, ଫିଟନେସ୍ ଓ ପ୍ରଦର୍ଶନ ହିଁ ଜଣେ କ୍ରିକେଟରଙ୍କ ପାଇଁ ସବୁଠାରୁ ବଡ଼ ମାପକାଠି ବୋଲି ସେ କହିଛନ୍ତି ।
ଏକ ଟେଲିଭିଜନ ସାକ୍ଷାତକାରରେ ଜହିର ଅବ୍ବାସ କହିଛନ୍ତି ଯେ, ରୋହିତ ଶର୍ମା ଓ ବିରାଟ କୋହଲି ପରି ଅଭିଜ୍ଞ ଖେଳାଳିଙ୍କୁ କେବଳ ବୟସ ଆଧାରରେ ବିଚାର କରିବା ଠିକ୍ ନୁହେଁ । ଯଦି କୌଣସି ଖେଳାଳି ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ ନିୟମିତ ଭାବେ ରନ୍ କରୁଛନ୍ତି, ତେବେ ତାଙ୍କ ପାଇଁ ଦଳରେ ସ୍ଥାନ ସବୁବେଳେ ରହିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।
ଅଧିକ ପଢ଼ନ୍ତୁ: ୧୫୦ ବର୍ଷରେ ପ୍ରଥମ ଥର...୫ ଓଭର-୫ ମେଡେନ୍- ୫ ଓ୍ବିକେଟ୍, ଏମିତି ରେକର୍ଡ ଦେଖିନଥିଲା କ୍ରିକେଟ୍ ଦୁନିଆ
ବିରାଟ କୋହଲିଙ୍କ ଫିଟନେସ୍ର ଭୂୟସୀ ପ୍ରଶଂସା କରି ଜହିର କହିଛନ୍ତି ଯେ, ବିରାଟ ଏବେ ମଧ୍ୟ ଶ୍ରେଷ୍ଠ ଶାରୀରିକ ସ୍ଥିତିରେ ଅଛନ୍ତି ଏବଂ ଆହୁରି ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର କ୍ଷମତା ରଖିଛନ୍ତି। ସେପଟେ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସା କରିଥିଲେ ମଧ୍ୟ ତାଙ୍କୁ ଫିଟନେସ୍ ଉପରେ ଆଉ ଟିକେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ମତରେ, ଯଦି ରୋହିତ ସମ୍ପୂର୍ଣ୍ଣ ଫିଟ୍ ରୁହନ୍ତି, ତେବେ ୨୦୨୭ ବିଶ୍ୱକପ୍ରେ ମଧ୍ୟ ସହଜରେ ଭାରତ ପାଇଁ ଖେଳିପାରିବେ ।
ଜହିର ଅବ୍ବାସଙ୍କ କହିବା ଅନୁଯାୟୀ, ରୋହିତ ଓ ବିରାଟଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ଉପସ୍ଥିତି ଭାରତୀୟ ଦଳ ପାଇଁ ବଡ଼ ଟୁର୍ଣ୍ଣାମେଣ୍ଟରେ ବହୁତ ଲାଭଦାୟକ ହେବ। ଚାପପୂର୍ଣ୍ଣ ପରିସ୍ଥିତିରେ ମ୍ୟାଚ୍ ଜିତାଇବାର ଅଭିଜ୍ଞତା ଏବଂ ସାମର୍ଥ୍ୟ ଆଜି ମଧ୍ୟ ଉଭୟଙ୍କ ପାଖରେ ରହିଛି, ଯାହା ଭାରତ ପାଇଁ ବଡ଼ ଶକ୍ତି ସାବ୍ୟସ୍ତ ହୋଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ୨୦୨୭ ଦିନିକିଆ ବିଶ୍ୱକପ୍ର ଆୟୋଜନ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆ ମିଳିତ ଭାବେ କରିବେ। ଟୁର୍ଣ୍ଣାମେଣ୍ଟକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର ଧରିଥିବା ବେଳେ, ଜହିର ଅବ୍ବାସଙ୍କ ଏହି ବୟାନ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନୂଆ ବିତର୍କର ସୃଷ୍ଟି କରିଛି ।
Related Topics
Explore more stories