Virat Kohli Retirement News / ବିରାଟ କୋହଲି କ’ଣ ୨୦୨୭ ବିଶ୍ୱକପ୍ ଖେଳିବେ? ପିଲାଦିନର ପ୍ରଶିକ୍ଷକ ରାଜକୁମାର ଶର୍ମା କଲେ ବଡ଼ ଖୁଲାସା
·6 months ago·3 min read

Key Points
ବିରାଟ କଣ ୨୦୨୭ ବିଶ୍ବକପ ଖେଳିବେ?
କୋହଲିଙ୍କ ପିଲାଦିନର କୋଚ ରାଜକୁମାର ଶର୍ମା ସାକ୍ଷାତକାରରେ ଦେଲେ ବଡ଼ ଉତ୍ତର

ଭାରତୀୟ ଷ୍ଟାର କ୍ରିକେଟର୍ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ଏହି ମ୍ୟାଚରେ ଦିଲ୍ଲୀ ମାତ୍ର ୩୮ତମ ଓଭରରେ ୨୯୯ ରନର ଲକ୍ଷ୍ୟକୁ ପିଛା କରିଥିଲା। ବିରାଟ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି, ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଦିନିକିଆ ସିରିଜରେ ଦୁଇଟି ଶତକ ଏବଂ ଏକ ଅର୍ଦ୍ଧଶତକ ସ୍କୋର କରିଥିଲେ।
ତାଙ୍କର ଚମତ୍କାର ଫର୍ମ ସତ୍ତ୍ୱେ, ଗୋଟିଏ ପ୍ରଶ୍ନ ଲଗାତାର ଉଠାଯାଉଛି: କ’ଣ ବିରାଟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ? ଏବେ ବିରାଟ କୋହଲିଙ୍କ ପିଲାଦିନର କୋଚ ରାଜକୁମାର ଶର୍ମା ଏକ ସାକ୍ଷାତକାରରେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ରାଜକୁମାର କହିଛନ୍ତି, ବିରାଟ ୨୦୨୭ ବିଶ୍ୱକପ ଖେଳିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ଏହାସହ ପଢ଼ନ୍ତୁ: କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କଲେ ରୋହିତ, ଉତ୍ତରାଖଣ୍ଡ ବିପକ୍ଷରେ ଖୋଲିପାରିଲେନି ଖାତା
ଜବରଦସ୍ତ ଫର୍ମରେ କୋହଲି
ରାଜକୁମାର କହିଛନ୍ତି, ସେ ଚମତ୍କାର ଫର୍ମରେ ଅଛନ୍ତି। ସେ ଭଲ ବ୍ୟାଟିଂ କରି ଦିଲ୍ଲୀର ବିଜୟ ସୁନିଶ୍ଚିତ କରିଥିଲେ। ସେ ଦୀର୍ଘ ସମୟ ପରେ ଘରୋଇ କ୍ରିକେଟକୁ ଫେରିଛନ୍ତି, ତଥାପି ସେ ଭଲ ପ୍ରଦର୍ଶନ କରିଛନ୍ତି। ସେ ବର୍ତ୍ତମାନ ଭାରତୀୟ ଦଳରେ ସବୁଠାରୁ ସ୍ଥିର ପ୍ରଦର୍ଶନକାରୀ ଏବଂ ବିଶ୍ୱକପ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ବିରାଟଙ୍କ ଶାନଦାର କମବ୍ୟାକ
ଦିଲ୍ଲୀ ପାଇଁ ୧୩୧ ରନର ଇନିଂସ ଖେଳି ବିରାଟ କୋହଲି ତାଙ୍କ ଲିଷ୍ଟ ଏ କ୍ୟାରିୟରର ୫୮ତମ ଶତକ ହାସଲ କରିଥିଲେ। ଏହା ଦିଲ୍ଲୀ ପାଇଁ ଲିଷ୍ଟ ଏ କ୍ରିକେଟରେ ତାଙ୍କର ପଞ୍ଚମ ଶତକ ଥିଲା। ସେହି ମ୍ୟାଚରେ ବିରାଟ ତାଙ୍କ ଲିଷ୍ଟ ଏ କ୍ୟାରିୟରରେ ୧୬,୦୦୦ ରନ ମଧ୍ୟ ପୂରଣ କରିଥିଲେ। ବିରାଟ ଏବେ ଲିଷ୍ଟ ଏ କ୍ରିକେଟରେ ୩୩୦ ଇନିଂସରେ ୧୬,୧୩୦ ରନ କରିଛନ୍ତି। ଭାରତ ପାଇଁ ଏହି ଫର୍ମାଟରେ ସର୍ବାଧିକ ରନ କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଅଛି ୨୧,୯୯୯ ରନ।
ଏହାସହ ପଢ଼ନ୍ତୁ: ଗୁଜରାଟ ବିପକ୍ଷରେ ହେଇପାରିଲାନି ବିରାଟଙ୍କ ଶତକ, ଏମିତି ହେଲେ ଆଉଟ୍
ଘରୋଇ କ୍ରିକେଟରେ ବି କୋହଲିଙ୍କ ଜଲଓ୍ବା
ଭାରତର ଷ୍ଟାର କ୍ରିକେଟର କିଙ୍ଗ କୋହଲି ଦୀର୍ଘ ୧୦ ବର୍ଷ ପରେ ବିଜୟ ହଜାରେ ଟ୍ରଫି ଖେଳୁଛନ୍ତି। ଆଉ ଏହି ମ୍ୟାଚରେ କୋହଲିଙ୍କ ଦବଦବାର ଜାରି ରହିଛି। ବିରାଟ କୋହଲି ଡିସେମ୍ବର ୨୬ରେ ବିଜୟ ହଜାରେ ଟ୍ରଫିରେ ତାଙ୍କର ପରବର୍ତ୍ତୀ ମ୍ୟାଚ ଖେଳି ଆଜି ୨୯ ବଲରେ ଅର୍ଦ୍ଧଶତକ କରିଛନ୍ତି। ଗୁଜରାଟରେ ଦେଖିବାକୁ ମିଳିଲା ବିରାଟଙ୍କ ଅର୍ଦ୍ଧଶତକ। ଆଉ ତାପରେ ସେ ଆଉଟ୍ ହୋଇଗଲେ। ଆନ୍ଧ୍ର ପରେ ଏବେ ଗୁଜୁରାଟ ବିପକ୍ଷରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି ଆଉଟ୍ ହୋଇଛନ୍ତି ରନ୍ ମେସିନ୍ । ସବୁଠାରୁ ବଡ କଥା ହେଲା ଯେ, ଅର୍ଧଶତକର ୯୦ ପ୍ରତିଶତ ରନ୍ କେବଳ ଛକା ଏବଂ ଚଉକାରୁ ଆସିଛି ।
ନୂଆ ଅନ୍ଦାଜରେ ବିରାଟ କୋହଲି
ବିଜୟ ହଜାର ଟ୍ରଫିରେ ବିସ୍ଫୋରକ ବ୍ୟାଟିଂ । ପୂର୍ବରୁ କରିନଥିବା କାରନାମା ଏବେ ଦେଖାଉଛନ୍ତି ବିରାଟ୍ । ସର୍ଟ୍ ରନ୍ ଅପେକ୍ଷା ଛକା ଏବଂ ଚଉକାରେ ଡିଲ୍ କରୁଛନ୍ତି । ବିଜୟ ହଜାରେ ଟ୍ରଫିର ପ୍ରଥମ ମୁକାବିଲାରେ ଆନ୍ଧ୍ର ବିପକ୍ଷରେ ଶତକ ହାସଲ କରିଥିଲେ ରନ୍ ମେସିନ୍ । ୧୦୧ ବଲରୁ ସେ ୧୩୧ ରନ୍ କରିଥିଲେ।
ଏହାସହ ପଢ଼ନ୍ତୁ: କୋହଲିଙ୍କ ପାଇଁ ପାଗଳ ଫ୍ୟାନ୍ସ, ମାନିଲେନି ବନ୍ଧ ବାଡ ଚଢ଼ିଗଲେ ଗଛରେ
ଭଲ ଲୟରେ ଅଛନ୍ତି କୋହଲି
ରାଜକୁମାର ଶର୍ମା ଆଉ ମଧ୍ୟ କହିଛନ୍ତି କୋହଲି ନିଜର ଅନ୍ତର୍ଜାତୀୟ ଫର୍ମ ଘରୋଇ କ୍ରିକେଟରେ ବଜାୟ ରଖିଛନ୍ତି। ସବୁଠାରୁ ଭଳ ଫର୍ମରେ ଏବେ ବିରାଟ ଅଛନ୍ତି। କିଛି ଦିନ ତଳେ ସେ ବ୍ୟାକ ଟୁ ବ୍ୟାକ ଶତକ କରିଥିଲେ। ଘରୋଇ କ୍ରିକେଟରେ ମଧ୍ୟ ସେହି ଜଲଓ୍ବା ଜାରି ରହିଛି। ଆଜି ଶାନଦାର ପ୍ରଦର୍ଶନ କରି ଦିଲ୍ଲୀକୁ ମ୍ୟାଚ ଜିତାଇଛନ୍ତି। ୧୦ ବର୍ଷ ପରେ ଘରୋଇ କ୍ରିକେଟ ଖେଳୁଥିବାରୁ ଫ୍ୟାନ୍ସ ମାନେ ମଧ୍ୟ ବହୁ ଖୁସି ହୋଇଯାଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories