Videos
|
Sports

U19 T20 World Cup 2027 / T20 ବିଶ୍ୱକପ୍ ୨୦୨୭ କାର୍ଯ୍ୟସୂଚୀ ଜାରି ! ଟାଇଟଲ୍ ବଞ୍ଚାଇବାକୁ ଓହ୍ଲାଇବ ଭାରତ, କେଉଁ ଗ୍ରୁପ୍‌ରେ ପାକିସ୍ତାନ ?

Santosh Kumar Sahoo
Browse all articles by Santosh Kumar Sahoo
·54 mins ago·2 min read
T20 ବିଶ୍ୱକପ୍ ୨୦୨୭ କାର୍ଯ୍ୟସୂଚୀ ଜାରି ! ଟାଇଟଲ୍ ବଞ୍ଚାଇବାକୁ ଓହ୍ଲାଇବ ଭାରତ, କେଉଁ ଗ୍ରୁପ୍‌ରେ ପାକିସ୍ତାନ ?
U19 T20 World Cup 2027

Key Points

T20 ବିଶ୍ୱକପ୍ 2027
ଭାରତର ମିଶନ୍ ଟାଇଟଲ୍ ଡିଫେନ୍ସ
ପାକିସ୍ତାନକୁ ମିଳିଲା କେଉଁ ଗ୍ରୁପ୍ ?
ଆଇସିସି ମହିଳା ଅଣ୍ଡର-୧୯ ଟି-୨୦ ବିଶ୍ୱକପ୍ ୨୦୨୭ର କାର୍ଯ୍ୟସୂଚୀ ଘୋଷଣା କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଯୁବ ମହିଳା କ୍ରିକେଟ୍ ଦଳ ସାମ୍ନାରେ ରହିବ ଟାଇଟଲ୍ ବଞ୍ଚାଇବାର ବଡ଼ ଚ୍ୟାଲେଞ୍ଜ । ଗତ ଦୁଇଟି ସଂସ୍କରଣରେ ଚାମ୍ପିଅନ୍ ହୋଇଥିବା ଭାରତ ଏଥର ମଧ୍ୟ କ୍ରମାଗତ ତୃତୀୟ ଥର ଟ୍ରଫି ଜିତି ଇତିହାସ ରଚିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ।

ଏଥରର ବିଶ୍ୱକପ୍ ଆହୁରି ରୋମାଞ୍ଚକର ହେବାକୁ ଯାଉଛି, କାରଣ ବାଂଲାଦେଶ ଓ ନେପାଳ ମିଳିତ ଭାବେ ଏହି ପ୍ରତିଯୋଗିତା ଆୟୋଜନ କରିବେ । ଜାନୁଆରୀ ୨୧ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଟ୍ରଫି ପାଇଁ ମଇଦାନକୁ ଓହ୍ଲାଇବେ ।

ଜାନୁଆରୀ ୨୨ରେ ଭାରତର ପ୍ରଥମ ମ୍ୟାଚ୍

ଭାରତୀୟ ଦଳ ଜାନୁଆରୀ ୨୨ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ । ନେପାଳର ରାଜଧାନୀ କାଠମାଣ୍ଡୁସ୍ଥିତ ଟିୟୁ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍ ଖେଳାଯିବ ।

ଭାରତ ଗ୍ରୁପ୍‌-ଏରେ ସ୍ଥାନ ପାଇଛି । ଏହି ଗ୍ରୁପ୍‌ରେ ଭାରତ ସହ ଆୟର୍ଲାଣ୍ଡ, ୱେଷ୍ଟଇଣ୍ଡିଜ୍ ଓ ଆୟୋଜକ ନେପାଳ ରହିଛି । ଗ୍ରୁପ୍ ପର୍ଯ୍ୟାୟର ମ୍ୟାଚ୍‌ଗୁଡ଼ିକ ଜାନୁଆରୀ ୨୬ ପର୍ଯ୍ୟନ୍ତ ଖେଳାଯିବ । ଏହାପରେ ଯୋଗ୍ୟତା ହାସଲ କରିଥିବା ଦଳଗୁଡ଼ିକ ସୁପର ସିକ୍ସ ପର୍ଯ୍ୟାୟକୁ ଯିବେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚାରିଟି ଗ୍ରୁପ୍‌ରେ ବିଭକ୍ତ ୧୬ଟି ଦଳ

ଏହି ବିଶ୍ୱକପ୍‌ରେ ମୋଟ ୧୬ଟି ଦଳକୁ ଚାରିଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି ।
- ଗ୍ରୁପ୍‌-ଏ: ଭାରତ, ଆୟର୍ଲାଣ୍ଡ, ୱେଷ୍ଟଇଣ୍ଡିଜ୍ ଓ ନେପାଳ
- ଗ୍ରୁପ୍‌-ବି: ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ସାମୋଆ
- ଗ୍ରୁପ୍‌-ସି: ଅଷ୍ଟ୍ରେଲିଆ, ବାଂଲାଦେଶ, ନାଇଜେରିଆ ଓ ସଂଯୁକ୍ତ ଆରବ ଏମିରେଟ୍ସ (UAE)
- ଗ୍ରୁପ୍‌-ଡି: ଇଂଲଣ୍ଡ, ଶ୍ରୀଲଙ୍କା, ଆମେରିକା ଓ ସ୍କଟଲାଣ୍ଡ
ଗ୍ରୁପ୍ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିବା ସହ ସୁପର ସିକ୍ସ ପର୍ଯ୍ୟାୟରେ ସ୍ଥାନ ପକ୍କା କରିବା ଦଳଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ।

ବାଂଲାଦେଶ ଓ ନେପାଳରେ ଖେଳାଯିବ ୪୧ଟି ମ୍ୟାଚ୍

ଏହି ପ୍ରତିଯୋଗିତାରେ ମୋଟ ୪୧ଟି ମ୍ୟାଚ୍ ଖେଳାଯିବ । ବାଂଲାଦେଶର ଚଟ୍ଟୋଗ୍ରାମ ଓ ସିଲହଟ୍ ସହ ନେପାଳର କାଠମାଣ୍ଡୁରେ ମ୍ୟାଚ୍ ଆୟୋଜନ କରାଯିବ । ଏଥିପାଇଁ ମୋଟ ଚାରିଟି ଷ୍ଟାଡିୟମ୍ ଚୟନ କରାଯାଇଛି । ଜାନୁଆରୀ ୨୧ ତାରିଖରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନ ଚାରିଟି ମ୍ୟାଚ୍ ଖେଳାଯିବ । ଏଥିରେ ଆୟୋଜକ ବାଂଲାଦେଶର ମୁକାବିଲା ୟୁଏଇ ସହ ହେବ ।

ଫେବୃଆରୀ ୪ରେ ସେମିଫାଇନାଲ୍, ୬ରେ ଫାଇନାଲ୍

ସୁପର ସିକ୍ସ ପର୍ଯ୍ୟାୟ ଶେଷ ହେବା ପରେ ଫେବୃଆରୀ ୪ ତାରିଖରେ ଦୁଇଟି ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ । ଫେବୃଆରୀ ୫ ତାରିଖକୁ ରିଜର୍ଭ ଡେ ଭାବେ ରଖାଯାଇଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଫେବୃଆରୀ ୬ ତାରିଖରେ ଅନୁଷ୍ଠିତ ହେବ । ଆବଶ୍ୟକ ପଡ଼ିଲେ ଫେବୃଆରୀ ୭ ତାରିଖରେ ରିଜର୍ଭ ଡେ ବ୍ୟବହାର କରାଯିବ ।

ତୃତୀୟ ଥର ଚାମ୍ପିଅନ୍ ହେବା ଲକ୍ଷ୍ୟରେ ଭାରତ

ଗତ ଦୁଇଟି ସଂସ୍କରଣରେ ଟ୍ରଫି ଜିତିଥିବା ଭାରତୀୟ ଦଳ ପାଇଁ ଏଥର ଆଉ ଏକ ଐତିହାସିକ ସଫଳତା ହାସଲ କରିବାର ସୁଯୋଗ ରହିଛି ।