Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs Australia / ମହିଳା ବିଶ୍ବକପ୍‌: ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, ଜାଣନ୍ତୁ କେବେ ଖେଳାଯିବ ଏହି ମ୍ୟାଚ୍

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ମହିଳା ବିଶ୍ବକପ୍‌: ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, ଜାଣନ୍ତୁ କେବେ ଖେଳାଯିବ ଏହି ମ୍ୟାଚ୍

Key Points

ଶେଷ ପର୍ଯ୍ୟାୟରେ ମହିଳା ବିଶ୍ବକପ୍ । ଆଇସିସି ଜାରି କଲା ସେମିଫାଇନାଲ ସୂଚୀ । ଦ୍ବିତୀୟ ସେମିରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ ।

। ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ଭାରତ ଚଳିତ ବିଶ୍ୱକପ୍ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଅକ୍ଟୋବର ୨୫, ଶନିବାର ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସେମିଫାଇନାଲ ଚିତ୍ରକୁ ଆହୁରି ସ୍ପଷ୍ଟ କରିଛି । ଏହି ମ୍ୟାଚ୍ ପରେ ICC ସେମିଫାଇନାଲ ସୂଚୀ ପ୍ରକାଶ କରିଛି । ଯାହା ନିଶ୍ଚିତ କରିଛି ଯେ ଭାରତ ମହିଳା ବିଶ୍ୱକପ୍ ସେମିଫାଇନାଲରେ ଅଷ୍ଟ୍ରେଲିଆ ସହ ଖେଳିବ ।

ବିଶ୍ୱକପ୍ ସେମିଫାଇନାଲ ସୂଚୀ?

ମହିଳା ବିଶ୍ୱକପ୍ ସେମିଫାଇନାଲର ପ୍ରଥମ ମ୍ୟାଚ୍ ଅକ୍ଟୋବର ୨୯ରେ ଖେଳାଯିବ । ଏହି ମ୍ୟାଚ୍‌ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଗୌହାଟିର ବାରସାପାରା କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ସେହିପରି ଦ୍ୱିତୀୟ ସେମିଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅକ୍ଟୋବର ୩୦ ତାରିଖରେ ଡିୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ଖେଳାଯିବ । ଉଭୟ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୩ଟାରେ ଆରମ୍ଭ ହେବ।

ପ୍ରଥମ ସେମିଫାଇନାଲ - ବୁଧବାର, ଅକ୍ଟୋବର ୨୯; ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା
ଦ୍ୱିତୀୟ ସେମିଫାଇନାଲ - ଗୁରୁବାର, ଅକ୍ଟୋବର ୩୦; ଭାରତ ବନାମ ଅଷ୍ଟ୍ରେଲିଆ


ଅଧିକ ପଢ଼ନ୍ତୁ: ଅବସରକୁ ନେଇ ବଡ଼ ଘୋଷଣା କଲେ ରୋହିତ-କୋହଲି; କହିଲେ, ଧନ୍ୟବାଦ ଅଷ୍ଟ୍ରେଲିଆ...


ଅଷ୍ଟ୍ରେଲିଆ ମହିଳା ବିଶ୍ୱକପ୍ ୨୦୨୫ ପଏଣ୍ଟ ଟେବୁଲରେ ୧୩ ପଏଣ୍ଟ ସହିତ ଶୀର୍ଷରେ ରହିଛି । ଆଇସିସି ନିୟମ ଅନୁଯାୟୀ, ପଏଣ୍ଟ ଟେବୁଲରେ ନମ୍ବର ୱାନ୍‌ ଦଳ ସେମିଫାଇନାଲରେ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ଥିବା ଦଳ ସହିତ ମୁକାବିଲା କରିବ । ଏହି ସମୟରେ ଭାରତ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ଅଛି । ତେଣୁ ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ ।


ସେହିପରି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟରେ ଇଂଲଣ୍ଡର ମଧ୍ୟ ଗୋଟିଏ ମ୍ୟାଚ୍ ବାକି ଅଛି । କିନ୍ତୁ ଯଦି ସେମାନେ ଏହି ମ୍ୟାଚ୍ ଜିତିଯାଆନ୍ତି, ତେବେ ସେମାନଙ୍କର ୧୧ ପଏଣ୍ଟ ହେବ । ଯାହା ସେମାନଙ୍କୁ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନକୁ ନେଇଯିବ । ICC ନିୟମ ଅନୁଯାୟୀ, ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଦଳ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳ ମଧ୍ୟରେ ଆଉ ଏକ ସେମିଫାଇନାଲ ମ୍ୟାଚ୍ ଖେଳାଯିବ । ତେଣୁ, ପ୍ରଥମ ସେମିଫାଇନାଲ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ମଧ୍ୟରେ ଏବଂ ଦ୍ୱିତୀୟ ସେମିଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Women’s World Cup 2025: India to Face Australia in Semifinal — Match Date & Venue | Argus News