Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Womens World Cup Final / ମହିଳା ବିଶ୍ବକପ୍ ଫାଇନାଲ: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ବ୍ୟାଟିଂ କରିବ ଭାରତ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ମହିଳା ବିଶ୍ବକପ୍ ଫାଇନାଲ: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ବ୍ୟାଟିଂ କରିବ ଭାରତ

Key Points

ମହିଳା ବିଶ୍ବକପ୍‌ ଫାଇନାଲ । ଟସ୍ ଜିତିଲା ଦକ୍ଷିଣ ଆଫ୍ରିକା । ବ୍ୟାଟିଂ କରିବ ଭାରତ ।
ସୁପର ସଣ୍ଢେରେ ସୁପର ମୁକାବିଲା । ମହିଳା କ୍ରିକେଟରେ ବିଶ୍ବ ଦେଖିବ ନୂଆ ଚାମ୍ପିଅନ୍‌ । ଆଜି ଆଇସିସି ମହିଳା ଦିନିକିଆ ବିଶ୍ବକପ୍‌ରେ ଫାଇନାଲ ମ୍ୟାଚ୍ ଖେଳାଯାଉଛି । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି ଫାଇନାଲ ଫାଇଟ୍‌ । ନଭି ମୁମ୍ବାଇର ଡି ଓ୍ବାଇ ପାଟିଲ ଷ୍ଟାଡିୟମରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯାଉଛି । ଏହି ବଡ଼ ମ୍ୟାଚ୍‌ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ଅର୍ଥାତ ଏହି ହାଇଭୋଲଟେଜ୍ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବ ଭାରତ ।


ମହିଳା ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଇଂଲଣ୍ଡକୁ ୧­୨୫ ରନ୍‌ରେ ପରାସ୍ତ କରିଥିଲା ଦକ୍ଷିଣ ଆଫ୍ରିକା । ଏହି ବିଜୟ ସହ ପ୍ରଥମ ଦଳ ଭାବେ ଦକ୍ଷିଣ ଆଫ୍ରିକା ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ।

ଅଧିକ ପଢ଼ନ୍ତୁ: କପିଲ ଓ ଧୋନିଙ୍କ ପରେ ଇତିହାସ ରଚିବେ ହରମନ, ଆଜି ଭାରତ ଜିତିବ ତୃତୀୟ ବିଶ୍ବକପ୍‌ !

ସେହିପରି ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ଭାରତ-ଅଷ୍ଟ୍ରେଲିଆ । ଏହି ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୩୩୮ ରନ୍‌ର ବିଶାଳ ଟାର୍ଗେଟ ରଖିଥିଲା ଅଷ୍ଟ୍ରେଲିଆ । କିନ୍ତୁ ଏହି ଟାର୍ଗେଟକୁ ଭାରତ ୯ଟି ବଲ୍‌ ବାକି ଥାଇ ପୂରଣ କରିଥିଲା । ଏହି ବିଜୟ ସହ ଭାରତ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା । ସେମିଫାଇନାଲ ମ୍ୟାଚ୍‌ରେ ଜେମିମା ରୋଡ୍ରିଗ୍ସ ବିଜୟର ସାରଥୀ ସାଜିଥିଲେ । ତେବେ ଆଜିର ଫାଇନାଲ ମ୍ୟାଚ୍‌ରେ ମଧ୍ୟ ଭାରତ ସେହି ପ୍ରଦର୍ଶନ ଜାରି ରଖିବ ବୋଲି ଆଶା ରଖିଛନ୍ତି ସମସ୍ତ କ୍ରିକେଟ ପ୍ରେମୀ ।

୨୦୨୫ ମହିଳା ବିଶ୍ୱକପର ଏକ ଲିଗ୍ ପର୍ଯ୍ୟାୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟିମ୍ ଇଣ୍ଡିଆକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ୨୫୧ ରନ୍ କରିଥିଲା । ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ମାତ୍ର ୮୧ ରନ୍‌ରେ ୫ ଓ୍ବିକେଟ ହରାଇଥିଲା । ଆଉ ଏହା ପରେ ଆଶା କରାଯାଉଥିଲା କି ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପରାଜୟ ବରଣ କରିବ । କିନ୍ତୁ ଦକ୍ଷିଣ ଆଫ୍ରିକାର ନାଡିନ୍ ଡି କ୍ଲାର୍କଙ୍କ ଏକ ଧମାକାଦାର ଇନିଂସ ପାଇଁ ଦକ୍ଷିଣ ଆଫ୍ରିକା ଅସମ୍ଭବକୁ ସମ୍ଭବ କରିଥିଲା ଏବଂ ସେହି ମ୍ୟାଚ୍‌କୁ ୩ ଓ୍ବିକେଟରେ ନିଜ ନାମରେ କରିଥିଲା । ଆଉ ଆଜିର ଫାଇନାଲ ମ୍ୟାଚ୍‌ରେ ଭାରତ ଲିଗ୍‌ ମ୍ୟାଚ୍‌ର ପରାଜୟର ବଦଲା ନେବାକୁ ଚେଷ୍ଟା କରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India vs South Africa Women’s World Cup Final —South Africa Opts to Bowl | Argus News