Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Vaibhav Message / ମହିଳା ଟି୨୦ ବିଶ୍ଵକପ୍; ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ସ୍ଵତନ୍ତ୍ର ମେସେଜ୍ ଦେଲେ ବୈଭବ

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ମହିଳା ଟି୨୦ ବିଶ୍ଵକପ୍; ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ସ୍ଵତନ୍ତ୍ର ମେସେଜ୍ ଦେଲେ ବୈଭବ
Vaibhav Sooryavanshi

Key Points

ଆଉ କିଛି ସମୟରେ ଆରମ୍ବ ହେବ ମ୍ୟାଚ୍
ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ଭେଟିବ ଭାରତ
ମ୍ୟାଚ୍ ପୂର୍ବରୁ ମହିଳା ଟିମକୁ ବୈଭବଙ୍କ ଖାସ୍ ବାର୍ତ୍ତା
୨୦୨୬ ମହିଳା ବିଶ୍ୱକପ୍ ଆରମ୍ଭ ହୋଇଛି । ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରେ ଆଜି ଏହାର ପ୍ରଥମ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ । ଭାରତୀୟ ମହିଳା ଦଳର ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ହେବ । ବର୍ମିଂହାମର ଏଜବାଷ୍ଟନରେ ଦୁଇ ଦଳ ମୁହାଁମୁହିଁ ହେବେ । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତିବା ପାଇଁ ଆଶା ରଖିଛି । ଟିମ୍ ଇଣ୍ଡିଆର ମହିଳା ବିଶ୍ୱକପ୍ ୨୦୨୬ ଡେବ୍ୟୁ ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କ ଏକ ବିଶେଷ ବାର୍ତ୍ତା ସାମ୍ନାକୁ ଆସିଛି ।

  • କଣ ଖାସ୍ ମେସେଜ୍ ପଠାଇଲେ ବୈଭବ ?
ବର୍ଷ ବର୍ଷ ଧରି ଅପେକ୍ଷା କରିବା ପରେ ଭାରତୀୟ ମହିଳା ଦଳ ୨୦୨୫ ମହିଳା ODI ବିଶ୍ୱକପ୍ ଜିତିଥିଲା ଏବଂ ଏବେ ଦଳ ଟି୨୦ ଫର୍ମାଟରେ ମଧ୍ୟ ଚାମ୍ପିଆନ୍ ହେବାକୁ ଆଶା ରଖିଛନ୍ତି । ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବାକୁ ଥିବାବେଳେ ଭାରତର ଷ୍ଟାର୍ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଷ୍ଟୋରୀ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଭାରତୀୟ ମହିଳା ଦଳର ଏକ ଫଟୋ ସହିତ ଏକ ବିଶେଷ ବାର୍ତ୍ତା ସେୟାର କରିଛନ୍ତି । ୧୫ ବର୍ଷୀୟ ଯୁବ ବ୍ୟାଟସମ୍ୟାନ୍ ଟିମ୍ ଇଣ୍ଡିଆକୁ ମ୍ୟାଚ୍ ପାଇଁ ଶୁଭକାମନା ଜଣାଇଛନ୍ତି ।

  • ମହିଳା T20 ବିଶ୍ୱକପ୍ ପାଇଁ ଭାରତୀୟ ଦଳ
ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା, ଶେଫଲି ବର୍ମା, ଜେମିମା ରୋଡ୍ରିଗ୍ସ, ଭାରତୀ ଫୁଲମାଲି, ଦୀପ୍ତି ଶର୍ମା, ରିଚା ଘୋଷ, ଶ୍ରୀ ଚରଣି, ୟାସ୍ତିକା ଭାଟିଆ, ନନ୍ଦିନୀ ଶର୍ମା, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂ, କ୍ରାନ୍ତି ଗୌଡ, ଶ୍ରେୟଙ୍କା ପାଟିଲ, ରାଧା ଯାଦବ।
ପଢନ୍ତୁ ଏହି ଖବର: ଆଜି ଭାରତ Vs ପାକିସ୍ତାନ ମହାଲଢେଇ; ଇଣ୍ଡିଆ ପାଇଁ ଏମାନେ ସାଜିପାରନ୍ତି କାଳ !



  • ଖୁବଶୀଘ୍ର ଟିମ ଇଣ୍ଡିଆ ଡେବ୍ୟୁ କରିବେ ବୈଭବ ସୂର୍ଯ୍ୟବଂଶୀ
ଭାରତୀୟ ମହିଳା ଦଳ ୨୦୨୬ ଟି-୨୦ ବିଶ୍ୱକପ୍ ଜିତିବା ଲକ୍ଷ୍ୟ ରଖିଥିବାବେଳେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଲକ୍ଷ୍ୟ ରହିଛି ଭାରତୀୟ ପୁରୁଷ ଟି-୨୦ ଦଳରେ ନିଜର ସ୍ଥାନକୁ ସୁରକ୍ଷିତ କରିବା । ୨୦୨୬ ଆଇପିଏଲରେ ୧୫ ବର୍ଷୀୟ ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ ଚୟନକର୍ତ୍ତାମାନଙ୍କୁ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍ ପାଇଁ ତାଙ୍କୁ ଚୟନ କରିବାକୁ ବାଧ୍ୟ କରିଥିଲା । ଏବେ ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ଦଳ ପାଇଁ ଡେବ୍ୟୁ କରି ଚମତ୍କାର ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ । ତାଙ୍କୁ କେବେ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧି ଖେଳିବାର ସୁଯୋଗ ମିଳିବ ତାହା ଦେଖିବାକୁ ବାକି ରହିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vaibhav Sooryavanshi Sends Special Message to Team India Ahead of Women's T20 World Cup 2026 Clash Against Pakistan | Argus News