Cricket / '୧୨ ବଲ୍ରେ ୫୦ ରନ୍ କରିପାରୁନ...'; ଅଭିଷେକ ଶର୍ମାଙ୍କୁ ନେଇ ଯୁବରାଜଙ୍କ ପୋଷ୍ଟ ଭାଇରାଲ୍
·5 months ago·2 min read

Key Points
ଓପନର୍ ଅଭେଷକ ଶର୍ମା ସମସ୍ତଙ୍କ ମନ ଜିଣିଛନ୍ତି । ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ରେକର୍ଡ ଅତିକ୍ରମରୁ ଅଳ୍ପକେ ରହି ଯାଇଛନ୍ତି ଅଭିଷେକ ।
ମୁମ୍ବାଇ: ଗୌହାଟି ତୃତୀୟ ଟି-ଟ୍ଵେଣ୍ଟିରେ ଭାରତ ଦମଦାର ବିଜୟୀ ହୋଇଛି । ନ୍ୟୁଜିଲାଣ୍ଡ ହାରିଥିବା ବେଳେ ଓପନର୍ ଅଭେଷକ ଶର୍ମା ସମସ୍ତଙ୍କ ମନ ଜିଣିଛନ୍ତି । ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ରେକର୍ଡ ଅତିକ୍ରମରୁ ଅଳ୍ପକେ ରହି ଯାଇଛନ୍ତି ଅଭିଷେକ । ଏହା ପରେ ସୋସିଆଲ୍ ମିଡିଆରେ ଯାହା ହୋଇଛି, ତାହା ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି ।
ବରସାପାରା ଷ୍ଟାଡିୟମ୍ରେ ଅଭିଷେକ ଶର୍ମା ମାତ୍ର ୧୪ ବଲ୍ରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହା ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟିରେ କୌଣସି ଭାରତୀୟ ବ୍ଯାଟ୍ସମ୍ୟାନଙ୍କ ଦ୍ଵିତୀୟ ଦ୍ରୁତତମ ଅର୍ଦ୍ଧଶତକ । ୨୦୦୭ରେ ଟି-ଟ୍ଵେଣ୍ଟି ବିଶ୍ଵକପ୍ରେ ଇଂଲଣ୍ଡ ବିପକ୍ଷରେ ୧୨ ବଲ୍ରେ ଅର୍ଦ୍ଧଶତକ କରିଥିଲେ ଯୁବରାଜ ସିଂହ । ସେବେଠୁ ସେ ଶୀର୍ଷରେ ଅଛନ୍ତି ।
ଏଥିସହ ପଢ଼ନ୍ତୁ: ସ୍ଵାଧୀନତା ପରେ ପ୍ରଥମଥର ଜାତୀୟ ପତାକା ଉଡ଼ାଇଲେ ୪୧ଟି ଗାଁର ଗ୍ରାମବାସୀ
ଏବେ ଅଭିଷେକ ତାଙ୍କ ମେଣ୍ଟର ଯୁବରାଜଙ୍କ ରେକର୍ଡ ଭାଙ୍ଗିବାରୁ ଅଳ୍ପକେ ରହି ଯାଇଛନ୍ତି । କିନ୍ତୁ ଅଭିଷେକଙ୍କ ବିସ୍ଫୋରକ ପାଳି ଭାରତକୁ କେବଳ ୧୦ ଓଭର୍ରେ ବିଜୟ ଭେଟି ଦେଇଛି । ତୃତୀୟ ଟି-ଟ୍ଵେଣ୍ଟିରେ ଭାରତ, ନ୍ୟୁଜିଲାଣ୍ଡକୁ ୮ ୱିକେଟ୍ରେ ହରାଇବା ସହ ୫ ଟିକିଆ ସିରିଜ୍ରେ ୩-୦ରେ ଆଗୁଆ ରହିଛି ।
ମ୍ୟାଚ୍ ପରେ ଯୁବରାଜ ସିଂହ ସୋସିଆଲ୍ ମିଡିଆ ଏକ୍ସରେ ଅଭିଷେକ ଶର୍ମାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛା ଜଣାଇବା ସହ ଯୁବରାଜ ନିଜ ରେକର୍ଡକୁ ମନେ ପକାଇ ଦେଇଛନ୍ତି । ଆଉ ଉକ୍ତ ପୋଷ୍ଟ କ୍ରିକେଟ୍ ଫ୍ୟାନ୍ଙ୍କୁ ଅଭିଷେକ ଶର୍ମାଙ୍କୁ ଟ୍ରୋଲ୍ କରୁଥିବା ଭଳି ଲାଗୁଛି ।
ଏଥିସହ ପଢ଼ନ୍ତୁ: ତ୍ରିରଙ୍ଗାର ମହତ୍ତ୍ଵ ଓ ଇତିହାସ; ଭାରତର ଜାତୀୟ ପତାକା ଦିଏ କେଉଁ ବାର୍ତ୍ତା ?
ଅଭିଷେକ ଶର୍ମାଙ୍କୁ ଟ୍ୟାଗ୍ କରି ଯୁବରାଜ ସିଂହ ଲେଖିଛନ୍ତି, "ଏବେ ବି ୧୨ ବଲ୍ରେ ୫୦ ମାରି ପାରୁନ... ଭଲ ଖେଳିଲ, ଏମିତି ଖେଳୁଥାଅ ।" ଯୁବରାଜଙ୍କ ଏହି ପୋଷ୍ଟ ଦେଖୁ ଦେଖୁ ଭାଇରାଲ୍ ହୋଇ ଯାଇଛି । ପୋଷ୍ଟରେ ଫ୍ୟାନ୍ସ ଗୁରୁ-ଶିଷ୍ୟଙ୍କ ସମ୍ପର୍କକୁ ଦେଖିଛନ୍ତି । ଅନେକ ଲେଖିଛନ୍ତି, ଯୁବରାଜଙ୍କ ଆକ୍ରମଣାତ୍ମକ ବ୍ୟାଟିଂରେ ଅଭିଷେକ ପ୍ରଭାବିତ ।
ତେବେ ମ୍ୟାଚ୍ ପରେ ଅଭିଷେକ ସଫା ସଫା କହିଥିଲେ, ମୋ ପାଇଁ ରେକର୍ଡ ପ୍ରାଥମିକତା ନୁହେଁ । ବରଂ ଦଳ ପାଇଁ ଭଲ ଖେଳିବା ଜରୁରୀ । ଦଳ ମୋ ଠାରୁ ଏହା ଚାହୁଁଛି ମୁଁ ଖୋଲା ଭାବେ ଖେଳେ ଏବଂ ମୁଁ ସେହି ପ୍ରୟାସ କରୁଛି । ଏହା ସହଜ ନୁହେଁ ତଥାପି ମଜଭୁତ ମାନସିକ ସ୍ଥିତି ଓ ଡ୍ରେସିଂ ରୁମ୍ ମାହୋଲ ଉପରେ ନିର୍ଭର କରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories