Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Technology

Power Bank / Emiratesର ନୂଆ ନିୟମ, ବିମାନରେ କରିପାରିବେନି ଲାପଟପ୍‍, ଫୋନ୍ ଚାର୍ଜିଂ

Sushanta Sahoo
Browse all articles by Sushanta Sahoo
·9 months ago·2 min read
Emiratesର ନୂଆ ନିୟମ, ବିମାନରେ କରିପାରିବେନି ଲାପଟପ୍‍, ଫୋନ୍ ଚାର୍ଜିଂ

Key Points

ବିମାନରେ ପାୱାର ବ୍ୟାଙ୍କର ବ୍ୟବହାର ଯୋଗୁଁ ସ୍ଵୟଂ ଆକ୍ସିଲେରେଟିଂ ସ୍ଥିତି ସୃଷ୍ଟି ହୋଇପାରେ, ଯାହାକୁ ଥର୍ମାଲ୍ ରନୱେ କୁହାଯାଏ । ଯେଉଁଠି, ବ୍ୟାଟେରି ସେଲ୍ ଭିତରେ ଉତ୍ପନ୍ନ ତାପ, ତାର ଗମରକୁ ନଷ୍ଟ କରିବାର କ୍ଷମତା ଠାରୁ ଅଧିକ ହୋଇଯାଏ । ଫଳରେ ତାପମାତ୍ରା ତୀବ୍ର ହେବା ସହ ଅନିୟନ୍ତ୍ରିତ ହୋଇପଡ଼େ ।

ନୂଆଦିଲ୍ଲୀ: ବିମାନ ଯାତ୍ରୀ ଧ୍ୟାନ ଦିଅନ୍ତୁ । ଅକ୍ଟୋବର ପହିଲା ଅର୍ଥାତ୍ ଆଜିଠାରୁ ଏମିରେଟ୍ସ ବିମାନ ନୂଆ ନିୟମ ଲାଗୁ କରିଛି । ଏଣିକି ଏମିରେଟ୍ସ ବିମାନରେ ଯାତ୍ରା କଲେ ଆପଣ ନିର୍ଦ୍ଦିଷ୍ଟ ପାୱାର ବ୍ୟାଙ୍କ ନେବା ଲାଗି ଅନୁମିତ ମିଳିବ ନାହିଁ । ଖାଲି ପାୱାର ବ୍ଯାଙ୍କ ନୁହେଁ ଏପରିକି ଫୋନ୍ ଓ ଲାପଟପ୍‌କୁ ଚାର୍ଜ କରିପାରିବେ ନାହିଁ ।


ବିମାନ ଯାତ୍ରା ବେଳେ ଆପଣ ଏମିରେଟ୍ସରରେ ପାୱାର ବ୍ୟାଙ୍କ ଚାର୍ଜିଂ କରିପାରିବେ ନାହିଁ । ନୂଆ ଏମିରେଟ୍ସ, ନିୟମ ଅନୁସାରେ, ଜଣେ ଯାତ୍ରୀ ବିମାନ ଯାତ୍ରା ବେଳେ କେବଳ ଗୋଟିଏ ମାତ୍ର ପାୱାର ବ୍ଯାଙ୍କ ସାଥୀରେ ନେଇ କରି ଯିବାକୁ ଅନୁମତି ମିଳିବ ।


ତେବେ ବିମାନ ଯାତ୍ରା ସମୟରେ ଆପଣ କୌଣସି ପ୍ରକାରର ପାୱାର ବ୍ୟବହାର କରିପାରିବେ ନାହିଁ । ଏହି ନିୟମ ୨୦୨୫ ଅକ୍ଟୋବର ୧ ତାରିଖ ଅର୍ଥାତ୍ ଆଜିଠାରୁ ଲାଗୁ ହୋଇଛି । ଏନେଇ ଅଗଷ୍ଟ ମାସରେ ଏମିରେଟ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା ।


ଏଥିସହ ପଢ଼ନ୍ତୁ: ଭାରତର ଧନୀ ନମ୍ବର ୧ ମୁକେଶ ଅମ୍ବାନୀ, ଶାହରୁଖଙ୍କ ନୂଆ ରେକର୍ଡ


ଏମିରେଟ୍ସ ଅନୁସାରେ, "ବିମାନ ଯାତ୍ରୀ କେବଳ ଗୋଟିଏ ପାୱାର ବ୍ୟାଙ୍କ ସାଥୀରେ ନେଇ ପାରିବେ । ଏଥିପାଇଁ କେତକ ସର୍ତ୍ତ ମାନିବାକୁ ପଡ଼ିବ । ଏୟାରକ୍ରାଫ୍ଟ କ୍ୟାବିନ୍ ଭିତରେ ପାୱାର ବ୍ୟାଙ୍କ ବ୍ୟବହାର କରିବେ ନାହିଁ । ନା ପାୱାର ବ୍ୟାଙ୍କ ଚାର୍ଜ କରିପାରିବେ ନା ତା' ସହାୟତାରେ ଅନ୍ୟ କିଛି ଉପକରଣକୁ ଚାର୍ଜିଂ କରି ହେବ ।"


ପାୱାର ବ୍ୟାଙ୍କକୁ କାହିଁକି ନା ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଗଷ୍ଟରେ ଏମିରେଟ୍ସ ପକ୍ଷରୁ ପାୱାର ବ୍ୟାଙ୍କ ଉପରେ କଟକଣା ଲଗାଇବାକୁ ଘୋଷଣା କରାଯାଇଥିଲା । ଯେଉଁଥିରେ କମ୍ପାନୀ ସୁରକ୍ଷା ଜନିତ କାରଣ ଦର୍ଶାଇଥିଲା । କମ୍ପାନୀ କହିଥିଲା, "ବିଗତ କିଛି ବର୍ଷ ମଧ୍ୟରେ ବିମାନରେ ପାୱାର ବ୍ୟାଙ୍କର ବ୍ୟବହାର ବେଶ୍ ବୃଦ୍ଧି ପାଇଛି । ଯାହା ଫଳରେ ବିମାନରେ ଲିଥିୟମ୍ ବ୍ୟାଟେରି ସମ୍ପର୍କିତ ଦୁର୍ଘଟଣା ବ୍ୟାପକ ଭାବେ ନଜର ଆସୁଛି ।"


ଏୟାର ଲାଇନ୍ କହିଛି, ପାୱାର ବ୍ୟାଙ୍କର ବ୍ୟବହାର ଯୋଗୁଁ ସ୍ଵୟଂ ଆକ୍ସିଲେରେଟିଂ ସ୍ଥିତି ସୃଷ୍ଟି ହୋଇପାରେ, ଯାହାକୁ ଥର୍ମାଲ୍ ରନୱେ କୁହାଯାଏ । ଯେଉଁଠି, ବ୍ୟାଟେରି ସେଲ୍ ଭିତରେ ଉତ୍ପନ୍ନ ତାପ, ତାର ଗମରକୁ ନଷ୍ଟ କରିବାର କ୍ଷମତା ଠାରୁ ଅଧିକ ହୋଇଯାଏ । ଫଳରେ ତାପମାତ୍ରା ତୀବ୍ର ହେବା ସହ ଅନିୟନ୍ତ୍ରିତ ହୋଇପଡ଼େ ।


ଏଥିସହ ପଢ଼ନ୍ତୁ: ମୋଦି ଦେଲେ ଖୁସି ଖବର: କେନ୍ଦ୍ରୀୟ କର୍ମଚାରଙ୍କ DA 3% ବୃଦ୍ଧି


ଏଭଳି ହେବା ବିପଜ୍ଜନକ ହେବା ସହ ନିଆଁ ଲାଗିବା, ବିସ୍ଫୋରଣ ଏବଂ ଟକ୍ସିସ୍ ଗ୍ୟାସ୍ ସୃଷ୍ଟି କରିବାରେ ସହାୟକ ହୋଇପାରେ । ଏ ସବୁ ସମ୍ଭାବ୍ୟ ବିପଦକୁ ଦେଖି ଏମିରେଟ୍ସ ବଡ଼ ନିଷ୍ପତ୍ତି ନେଇଛି । ଏଣିକି ଯାତ୍ରୀ କେବଳ ଗୋଟିଏ ପାୱାର ବ୍ୟାଙ୍କ ନେଇପାରିବେ ।


ଘଣ୍ଟାକୁ ୧୦୦ ୱାଟ୍ କିମ୍ବା ୨୭୦୦ mAH ପାୱାର ଦେଉଥିବା ପାୱାର ବ୍ୟାଙ୍କ ନେବାକୁ ଅନୁମତି ମିଳିବ । ନେଉଥିବା ପାୱାର ବ୍ୟାଙ୍କରେ ତା'ର କ୍ଷମତା ଉଲ୍ଲେଖ ଥିବା ଜରୁରୀ । ମୁଣ୍ଡ ଉପରେ ଥିବା କ୍ୟାବିନରେ ପାୱାର ବ୍ୟାଙ୍କ ରଖିବା ପରିବର୍ତ୍ତେ ସିଟ୍ ପକେଟ୍ କିମ୍ବା ନିଜ ସିଟ୍‌ ଆଗରେ ଏକ ବ୍ୟାଗରେ ପାୱାର ବ୍ୟାଗ ରଖି ପାରିବେ ।

Related Topics

Explore more stories

Sponsored
Power Bank | Emirates Implements New Rules: Power Bank Restrictions on Flights from October 1, 2025 | Argus News | Argus News