Chrome High Risk / ମହାବିପଦରେ କ୍ରୋମ ୟୁଜର୍ସ; ସରକାର ଜାରି କଲେ ହାଇଆଲର୍ଟ, ରୁହନ୍ତୁ ସାବଧାନ
·2 hours ago·2 min read

Key Points
କ୍ରୋମ୍ ଆପ୍ କରିଦେବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି
ସରକାର ଜାରି କଲେ ଆଲର୍ଟ, ଏମିତି ରୁହନ୍ତୁ ସାବଧାନ

ଭାରତ ସରକାରଙ୍କ ସାଇବର ସିକ୍ୟୁରିଟି ଏଜେନ୍ସି CERT-In ପକ୍ଷରୁ କୋଟି କୋଟି କ୍ରୋମ୍ ୟୁଜରଙ୍କୁ ଏକ ବଡ଼ ଚେତାବନୀ ଜାରି କରାଯାଇଛି । ଯଦି ଆପଣ ବି କ୍ରୋମ ବ୍ରାଉଜର ବ୍ୟବହାର କରୁଛନ୍ତି ତେବେ ଏବେ ସାବଧାନ ରହିବା ଜରୁରୀ, ନଚେତ ଆପଣଙ୍କୁ ପଶ୍ଚାତାପ କରିବାକୁ ପଡ଼ିବ । ଏପରିକି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହୋଇପାରେ । କାରଣ ଏବେ ସାଇବର ଅପରାଧଙ୍କ ନଜରରେ ରହିଛି କ୍ରୋମ୍ । ସାଇବର ଠକମାନେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ମଧ୍ୟ ଚୋରି କରିପାରନ୍ତି ।
କମ୍ପ୍ୟୁଟର ଇମରଜେନ୍ସି ରେସପନ୍ସ ଟିମ (CERT-In) ଭାରତ ସରକାରଙ୍କ ଏକ ସାଇବର ସୁରକ୍ଷା ଏଜେନ୍ସି, ଯାହାକି ସାଇବର ଆକ୍ରମଣ ଓ ଅନଲାଇନ ବିପଦ ଉପରେ ନିରନ୍ତର ଭାବେ ନଜର ରଖିଥାଏ । ଏଜେନ୍ସିର କହିବାନୁଯାୟୀ, କ୍ରୋମ ବ୍ରାଉଜରରେ ଅନେକ ସିକ୍ୟୁରିଟି ବଗ୍ସ ଦେଖିବାକୁ ମିଳିଛି । ଏହି ଦୁର୍ବଳତାର ସୁଯୋଗ ନେଇ ହ୍ୟାକରମାନେ ଆପଣଙ୍କ କମ୍ପ୍ୟୁଟର କିମ୍ବା ମୋବାଇଲରେ ପ୍ରବେଶ କରିପାରନ୍ତି । ଏହି ବିପଦ ସେତେବେଳେ ବଢିଯାଏ, ଯେତେବେଳେ ଆପଣ କୌଣସି ଖରାପ ୱେବସାଇଟ୍ କିମ୍ବା ସନ୍ଦିଗ୍ଧ ଲିଙ୍କ ଉପରେ କ୍ଲିକ୍ କରୁଛନ୍ତି । ଥରେ ହ୍ୟାକରମାନେ ଆପଣଙ୍କ ଡିଭାଇସରେ ପ୍ରବେଶ କଲେ, ସେମାନେ ଆପଣଙ୍କ ତଥ୍ୟ ଓ ବ୍ୟାଙ୍କ ଆକାଉଣ୍ଟ ପର୍ଯ୍ୟନ୍ତ ପହଞ୍ଚିପାରନ୍ତି ।
ପଢନ୍ତୁ ଏହି ଖବର: ଅନଲାଇନରେ ନେଣଦେଣ କରୁଥିଲେ ସାବଧାନ, ଲୁଟ ହେଲାଣି ୭୧୧ କୋଟିରୁ ଅଧିକ ଟଙ୍କା
ଏଥିଲାଗି ଆପଣଙ୍କ ମୋବାଇଲରେ ଥିବା Google Play Storeକୁ ପ୍ରଥମେ ଯାଇ Updateକୁ ଯାଆନ୍ତୁ ଏବଂ କ୍ରୋମ୍ ବ୍ରାଉଜରକୁ ଅପଡେଟ୍ କରିନିଅନ୍ତୁ । ନୂଆ ଅପଡେଟରେ ପୁରୁଣା ସିକ୍ୟୁରିଟି ଦୁର୍ବଳତା ହଟିଯାଇଥାଏ । ଯଦି ଆପଣ ଏବେ ବି କ୍ରୋମର ପୁରୁଣା ଭର୍ସନକୁ ବ୍ୟବହାର କରୁଛନ୍ତି, ତେବେ ତୁରନ୍ତ ଅପଡେଟ୍ କରାଇନିଅନ୍ତୁ ଏବଂ ଆପଣଙ୍କ ସିରକ୍ଷାକୁ ସୁନିଶ୍ଚିତ କରନ୍ତୁ । ଏହାଦ୍ଵାରା ଆପଣ ବଡ଼ ଠକେଇରୁ ନିଜକୁ ରକ୍ଷା କରିପାରିବେ ।

- କେଉଁ ପ୍ରକାରର ବିପଦ ରହିଛି ?
- କେମିତି ରହିବେ ସୁରକ୍ଷିତ ?
ପଢନ୍ତୁ ଏହି ଖବର: ଅନଲାଇନରେ ନେଣଦେଣ କରୁଥିଲେ ସାବଧାନ, ଲୁଟ ହେଲାଣି ୭୧୧ କୋଟିରୁ ଅଧିକ ଟଙ୍କା
ଏଥିଲାଗି ଆପଣଙ୍କ ମୋବାଇଲରେ ଥିବା Google Play Storeକୁ ପ୍ରଥମେ ଯାଇ Updateକୁ ଯାଆନ୍ତୁ ଏବଂ କ୍ରୋମ୍ ବ୍ରାଉଜରକୁ ଅପଡେଟ୍ କରିନିଅନ୍ତୁ । ନୂଆ ଅପଡେଟରେ ପୁରୁଣା ସିକ୍ୟୁରିଟି ଦୁର୍ବଳତା ହଟିଯାଇଥାଏ । ଯଦି ଆପଣ ଏବେ ବି କ୍ରୋମର ପୁରୁଣା ଭର୍ସନକୁ ବ୍ୟବହାର କରୁଛନ୍ତି, ତେବେ ତୁରନ୍ତ ଅପଡେଟ୍ କରାଇନିଅନ୍ତୁ ଏବଂ ଆପଣଙ୍କ ସିରକ୍ଷାକୁ ସୁନିଶ୍ଚିତ କରନ୍ତୁ । ଏହାଦ୍ଵାରା ଆପଣ ବଡ଼ ଠକେଇରୁ ନିଜକୁ ରକ୍ଷା କରିପାରିବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories