Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଘରର ସିସିଟିଭି ହୋଇପାରେ ଗୁଇନ୍ଦାଗିରିର ମାଧ୍ୟମ; କ୍ୟାମେରା ହ୍ୟାକିଂ ରୋକିବା ପାଇଁ କରିବେ କ'ଣ?

Technology

CCTV Camera Safety / ଘରର ସିସିଟିଭି ହୋଇପାରେ ଗୁଇନ୍ଦାଗିରିର ମାଧ୍ୟମ; କ୍ୟାମେରା ହ୍ୟାକିଂ ରୋକିବା ପାଇଁ କରିବେ କ'ଣ?

Subhramjit Ray
Browse all articles by Subhramjit Ray
·1 hour ago·2 min read
ଘରର ସିସିଟିଭି ହୋଇପାରେ ଗୁଇନ୍ଦାଗିରିର ମାଧ୍ୟମ; କ୍ୟାମେରା ହ୍ୟାକିଂ ରୋକିବା ପାଇଁ କରିବେ କ'ଣ?
CCTV Camera Safety

Key Points

ଜବଲପୁରରେ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ସୁରକ୍ଷା ଉଦ୍ଦେଶ୍ୟରେ ନୁହେଁ ବରଂ ଗୁଇନ୍ଦାଗିରି ପାଇଁ ସିସିଟିଭି କ୍ୟାମେରା ବ୍ୟବହାର କରାଯାଉଥିଲା। ଏହାର ମୁଖ୍ୟ କାରଣ ପାସୱାର୍ଡ ପରିବର୍ତ୍ତନ ନହେବା ବୋଲି କୁହାଯାଉଛି। ସିସିଟିଭି ଲଗାଇବା ପରେ, ଏହାର ପାସୱାର୍ଡ ଏବଂ ୟୁଜରନେମ୍ ପରିବର୍ତ୍ତନ କରିବା ଆବଶ୍ୟକ।
How to stop CCTV camera hacking: ଅଧିକାଂଶ ଲୋକ ନିଜ ଘର, ଅଫିସ ଏବଂ ଦୋକାନର ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ବ୍ୟବହାର କରିଥାନ୍ତି। ହେଲେ ଯଦି ଏହି ସିସିଟିଭି କ୍ୟାମେରା ଆପଣଙ୍କ ଗୋପନୀୟତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରେ ତାହେଲେ କ'ଣ ହେବ? ନିକଟରେ ମଧ୍ୟ ପ୍ରଦେଶର ଜବଲପୁର ଠାରେ ଘଟଣା ଘଟିଥିଲା। ଯେଉଁଠାରେ କ୍ୟାମେରା ଲଗାଇଥିବା ବ୍ୟକ୍ତି (CCTV Camera Installer) ଜଣେ ମହିଳା ଡାକ୍ତରଙ୍କ ଲାଇଭ୍ ଫିଡ୍ (CCTV Camera Live Feed) ଦେଖୁଥିଲେ। ଏହାର ମୁଖ୍ୟ କାରଣ ପାସୱାର୍ଡ ନ ବଦଳାଇବା ବୋଲି କୁହାଯାଉଛି। ହେଲେ ନିଜର ଗୋପନୀୟତା ବଜାୟ ରଖିବା ପାଇଁ କିପରି ଆପଣ ନିଜେ ଲଗାଇଥିବା ସିସିଟିଭି କ୍ୟାମେରା ହ୍ୟାକ୍ ହେବାରୁ କିପରି ରୋକିବେ।

ଜବଲପୁର ମାମଲା କ'ଣ?
ଜବଲପୁରର ଆଦର୍ଶ ନଗରରେ ରହୁଥିବା ଜଣେ ମହିଳା ଡାକ୍ତରଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରା ବ୍ୟବହାର କରି ଗୁଇନ୍ଦାଗିରି କରିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୀର୍ଘ ସମୟ ଧରି କ୍ୟାମେରା ଡିଫଲ୍ଟ ପାସୱାର୍ଡ (Camerta Default Password) ପରିବର୍ତ୍ତନ ନହେବା ଯୋଗୁଁ, ସିସିଟିଭି କ୍ୟାମେରା ଲଗାଇଥିବା ବ୍ୟକ୍ତି ଜଣକ ନିଜ ମୋବାଇଲ୍ ଫୋନ୍ ବ୍ୟବହାର ଘରର ଲାଇଭ୍ ଫିଡ୍ ଷ୍ଟ୍ରିମିଂ (Live Feed Streaming) କରୁଥିଲେ। ଡାକ୍ତର ଜଣଙ୍କ ସେତେବେଳେ ଏକଥା ଜାଣିପାରିଲେ ଯେତେବେଳେ ସେ କ୍ୟାମେରାରେ ପିଲାଙ୍କ କାନ୍ଦ ଏବଂ ସନ୍ଦେହଜନକ ଶବ୍ଦ ଶୁଣିବାକୁ ଲାଗିଲେ। ସନ୍ଦେହଜନକ ଭାବରେ ସେ କ୍ୟାମେରାକୁ ଘୋଡାଇ ଦେବା ସହ ପୋଲିସ ଏବଂ ସାଇବର ସେଲ ପାଖରେ ଅଭିଯୋଗ ଦାୟର କରିଥିଲେ। ତଦନ୍ତ ସମୟରେ ପାସୱାର୍ଡ଼ରେ ଭୁଲ ରହିଥିବାର ଜଣାପଡି଼ବା ପରେ, ଡାକ୍ତର ତୁରନ୍ତ ପାସୱାର୍ଡ ପରିବର୍ତ୍ତନ କରିଥିଲେ। ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଲୋକଙ୍କୁ ସେମାନଙ୍କର ସିସିଟିଭି ପାସୱାର୍ଡକୁ ଦୃଢ଼ ରଖିବା ଏବଂ ବାରମ୍ବାର ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲେ।

ଏହା ସହ ପଢନ୍ତୁ: ସିସିଟିଭି ପରେ ଦେଶରେ ବ୍ୟାନ୍ ହେବ ଚୀନୀ କ୍ୟାମେରା; ସୁରକ୍ଷା ପାଇଁ ବଦଳିଲା ନିୟମ

ସିସିଟିଭି ହ୍ୟାକିଂ ହେବାକୁ କିପରି ରୋକିବେ?
୧. ଯଦି ଆପଣଙ୍କ ସିସିଟିଭି କ୍ୟାମେରା କୌଣସି ଲୋକ କିମ୍ବା ସଂସ୍ଥା ଦ୍ୱାରା ସ୍ଥାପିତ ହୋଇଛି ଏବଂ ସେ ଏହାର ପାସୱାର୍ଡ ସେଟ୍ କରିଛନ୍ତି, ତାହେଲେ ଏହାକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ। ଏହା ସହିତ କେବେହେଲେ ୧୨୩୪୫୬୭୮୯ କିମ୍ବା ୦୦୦୦୦୦୦ ଭଳି ସାଧାରଣ ପାସୱାର୍ଡ଼ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ।

୨. କେବେ ହେଲେ ସମାନ ୟୁଜରନେମ୍ ଏବଂ ପାସୱାର୍ଡ଼ (CCTV Camera Username & Password) ବ୍ୟବହାର କରନ୍ତୁ ନାହିଁ। ଆପଣଙ୍କ କ୍ୟାମେରା ପାସୱାର୍ଡ ବାରମ୍ବାର ପରିବର୍ତ୍ତନ କରନ୍ତୁ। ହ୍ୟାକର୍ସ ପୁରୁଣା ୟୁଜରନେମ୍ ଏବଂ ପାସୱାର୍ଡ ସହଜରେ ହ୍ୟାକ୍ କରିପାରନ୍ତି।

୩. ଆପଣଙ୍କ କ୍ୟାମେରାକୁ ହ୍ୟାକିଂରୁ (CCTV Camera Hacking) ରକ୍ଷା କରିବା ପାଇଁ ସବୁବେଳେ two-factor authentication ପ୍ରକ୍ରିୟା ବ୍ୟବହାର କରନ୍ତୁ। ଏପରି ଯଦି କେହି ଆପଣଙ୍କ ଆକାଉଣ୍ଟ ଆକ୍ସେସ (Account Access) କରିବାକୁ ଚେଷ୍ଟା କରନ୍ତି, ତାହେଲେ ଆପଣଙ୍କୁ ପ୍ରଥମେ ଆପଣଙ୍କର ପରିଚୟ ଯାଞ୍ଚ କରିବାକୁ ପଡିବ।

୪. ସର୍ବଦା ଆପଣଙ୍କ କ୍ୟାମେରା ସଫ୍ଟୱେର୍ ନିୟମିତ ଭାବରେ ଅପଡେଟ୍ (CCTV Camera Software Update) କରନ୍ତୁ। ଆପଣ ନିଜେ ଏହାକୁ ଅପଡେଟ୍ ମଧ୍ୟ କରିପାରିବେ। ଏହା ସିଷ୍ଟମ୍ ଏବଂ ସଫ୍ଟୱେର୍ ମଧ୍ୟରୁ ପୁରୁଣା ବଗ୍ (Bug In CCTV Camera System & Software) ହଟାଇ ସୁରକ୍ଷାକୁ ସୁଦୃଢ଼ ​​କରିଥାଏ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored