WhatsApp Wedding Card Scam / ହ୍ବାଟ୍ସଆପ୍ରେ ଆସୁଥିବା ବିବାହ କାର୍ଡରେ କରନ୍ତୁନି କ୍ଲିକ୍, ଆକାଉଣ୍ଟରୁ ଗାଏବ ହୋଇଯିବ ଟଙ୍କା
·7 months ago·2 min read

Key Points
ହ୍ବାଟ୍ସଆପ୍ରେ ଆପଣଙ୍କ ପାଖକୁ ଆସୁଛି କି ବିବାହ କାର୍ଡ । ତେବେ ଏଥିରେ କରନ୍ତୁନି କ୍ଲିକ୍ । ନହେଲେ ଆକାଉଣ୍ଟରୁ ଗାଏବ ହୋଇଯିବ ଟଙ୍କା ।
ଏବେ ଜାରି ରହିଛି ବିବାହ ଋତୁ । ଆଉ ଡିଜିଟାଲ ଯୁଗରେ ଏବେ ସୋସିଆଲ ମିଡିଆରେ ବିବାହ କାର୍ଡ ସମସ୍ତେ ପଠାଉଛନ୍ତି । ଆଜିକାଲି ହ୍ୱାଟ୍ସଆପ୍ ମାଧ୍ୟମରେ ବିବାହ କାର୍ଡ ପଠାଇ ବାହାଘରକୁ ନିମନ୍ତ୍ରଣ କରିବା ଏକ ଫ୍ୟାସନ ପାଲଟି ସାରିଲାଣି । କିନ୍ତୁ ଏହି ଜରିଆରେ ସାଇବର ଠକ ଠକେଇ କରିବାକୁ ପଛାଉ ନାହାନ୍ତି ।
ଆଜିକାଲି ଇଣ୍ଟରନେଟ୍ ଏବଂ ମୋବାଇଲ ମାଧ୍ୟମରେ ବଢ଼ିବାରେ ଲାଗିଛି ଠକେଇ । ଦିନକୁ ଦିନ ସାଇବର ଫ୍ରଡ୍ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଠକମାନେ ବିଭିନ୍ନ ଉପାୟରେ ଲୋକଙ୍କୁ ନିଜର ଶିକାର କରୁଛନ୍ତି । ସମ୍ପ୍ରତି ଏକ ନୂତନ ଠକେଇ ମାମଲା ସାମ୍ନାକୁ ଆସିଛି । ଏଥିରେ ଠକମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ଲୋକଙ୍କୁ ବିବାହ କାର୍ଡ ପଠାଉଛନ୍ତି। ଆଉ ଆପଣ ସେହି କାର୍ଡକୁ କ୍ଲିକ୍ କଲା ମାତ୍ରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯିବ ।
ଏହି ନୂତନ ହ୍ୱାଟ୍ସଆପ୍ ବିବାହ କାର୍ଡ ଠକେଇ କିପରି କାମ କରେ?
ସାଇବର ଠକମାନେ ପ୍ରଥମେ ଆପଣଙ୍କୁ ଏକ ଅଜଣା ନମ୍ବରରୁ ଏକ ଆକର୍ଷଣୀୟ ବିବାହ କାର୍ଡ ପଠାନ୍ତି । ଏହି କାର୍ଡଟି ପ୍ରାୟତଃ ଏକ ଲିଙ୍କ୍ କିମ୍ବା PDF ଫାଇଲ୍ ଥାଏ । ତେବେ ହ୍ବାଟ୍ସଆପ୍ରେ କାର୍ଡ ସହ ଏକ ମେସେଜ ମଧ୍ୟ ଲେଖାଯାଇଥାଏ । ଯେମିତି କି ଦୟାକରି ଆମ ବିବାହକୁ ଆସିବେ, ଦୟାକରି କାର୍ଡ ଖୋଲନ୍ତୁ, କିମ୍ବା ପରିବାର ନିମନ୍ତ୍ରଣ । ଆଉ ଏହା ଦେଖିବା ପରେ ଲୋକମାନେ କୌଣସି ଚିନ୍ତା ନ କରି ସେଥିରେ କ୍ଲିକ୍ କରନ୍ତି ।
ଆଉ ଆପଣ ଲିଙ୍କ୍ କିମ୍ବା ପିଡିଏଫ୍ ଖୋଲିବା ମାତ୍ରେ ଆପଣଙ୍କ ଫୋନରେ ମାଲୱେର୍ ଇନ୍ଷ୍ଟାଲ ହୋଇପାରେ । ଏହି ସଫ୍ଟୱେର୍ ଚୁପଚାପ୍ ଆପଣଙ୍କ ଫୋନର ଡାଟା ଚୋରି କରିନିଏ । ଯେଉଁଥିରେ OTP, ବ୍ୟାଙ୍କିଂ ଆପ୍ ଡାଟା ଏବଂ ପାସୱାର୍ଡ ଭଳି ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଥାଏ । ଅନେକ କ୍ଷେତ୍ରରେ ଏହା ଆପଣଙ୍କ ଫୋନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ମଧ୍ୟ ନେଇପାରେ।
ଏହି ଠକେଇର ବିପଦ କାହିଁକି ବୃଦ୍ଧି ପାଉଛି?
ସାଧାରଣତଃ ଲୋକମାନେ ବିବାହ କାର୍ଡ ଉପରେ କ୍ଲିକ୍ କରନ୍ତି । ଏମିତିକି ସାଇବର ଠକମାନେ କାର୍ଡକୁ ଏତେ ବାସ୍ତବବାଦୀ ଭାବରେ ଡିଜାଇନ୍ କରନ୍ତି ଯେ ଜଣେ ସାଧାରଣ ବ୍ୟବହାରକାରୀ ମଧ୍ୟ ଏହାକୁ ଅସଲି ବିବାହ ନିମନ୍ତ୍ରଣ ଭାବେ ଭୁଲ କରିପାରନ୍ତି । ଏହି କାରଣରୁ ଏହି ବିବାହ କାର୍ଡ ଠକେଇ ଦ୍ରୁତ ଗତିରେ ବ୍ୟାପି ଚାଲିଛି ଏବଂ ହଜାର ହଜାର ଲୋକ ମଧ୍ୟ ଏହାର ଶିକାର ହେଉଛନ୍ତି ।
ଏହି ବିପଦପୂର୍ଣ୍ଣ ଠକେଇରୁ କିପରି ରକ୍ଷା ପାଇବେ?
ସତର୍କତା ହେଉଛି ଗୁରୁତ୍ୱପୂର୍ଣ୍ଣ । କୌଣସି ଅଜଣା ନମ୍ବରରୁ କୌଣସି PDF, ଲିଙ୍କ୍ କିମ୍ବା ୱେବସାଇଟ୍ ଯାଞ୍ଚ ନକରି କେବେବି ଖୋଲନ୍ତୁ ନାହିଁ । ଯଦି ମେସେଜ୍ ଆପଣଙ୍କ ଜଣାଶୁଣା ବ୍ୟକ୍ତିଙ୍କଠାରୁ ଆସିଛି ବୋଲି ମନେହୁଏ, ତେବେ ପ୍ରଥମେ ଏହାକୁ ନିଶ୍ଚିତ କରିବା ପାଇଁ କଲ୍ କରନ୍ତୁ । ଆପଣଙ୍କ ଫୋନରେ ଆଣ୍ଟିଭାଇରସ୍ ସଫ୍ଟୱେର୍ ଇନ୍ଷ୍ଟାଲ କରନ୍ତୁ ଏବଂ କେବେ ବି ଆପଣଙ୍କ ବ୍ୟାଙ୍କ OTP, ପାସୱାର୍ଡ କିମ୍ବା ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନା କାହା ସହିତ ସେୟାର କରନ୍ତୁ ନାହିଁ ।
ଯଦି ଆପଣ ଭୁଲବଶତଃ କୌଣସି ଲିଙ୍କ୍ ଉପରେ କ୍ଲିକ୍ କରନ୍ତି, ତେବେ ତୁରନ୍ତ ଆପଣଙ୍କର ଅନଲାଇନ୍ ବ୍ୟାଙ୍କିଂ ପରିବର୍ତ୍ତନ କରନ୍ତୁ । ସମସ୍ତ ପାସୱାର୍ଡ ଅପଡେଟ୍ କରନ୍ତୁ ଏବଂ ଆପଣଙ୍କ ଫୋନ୍ ସୁରକ୍ଷା ଯାଞ୍ଚ କରନ୍ତୁ । ଆବଶ୍ୟକ ହେଲେ ୧୯୩୦ରେ ସାଇବର ହେଲ୍ପଲାଇନ୍କୁ ରିପୋର୍ଟ କରନ୍ତୁ ।

ଅଧିକ ପଢ଼ନ୍ତୁ: 'ମାନବ ବୁଦ୍ଧିମତା-କୃତ୍ରିମ ବୁଦ୍ଧିମତା ମିଶିଲେ ହେବ ବିକଶିତ ଭାରତ'

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories