Public WiFi Safety / ମାଗଣା ୱାଇ-ଫାଇ ଲୋଭ ହୋଇପାରେ ଘାତକ; ଫୋନରେ ଖୋଲିଯିବ ଏହିସବୁ
·7 months ago·3 min read

Key Points
ସାର୍ବଜନୀନ ୱାଇ-ଫାଇ ବ୍ୟବହାର ହୋଇପାରେ କାଳ
ଚୁଟ୍କିରେ ଚୋରି ହୋଇଯିବ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ
ଆପଣଙ୍କ ଫୋନକୁ ହ୍ୟାକ୍ କରିପାରନ୍ତି ହ୍ୟାକର୍ସ
ଚୁଟ୍କିରେ ଚୋରି ହୋଇଯିବ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ
ଆପଣଙ୍କ ଫୋନକୁ ହ୍ୟାକ୍ କରିପାରନ୍ତି ହ୍ୟାକର୍ସ
ଭାରତରେ ଡିଜିଟାଲ ସୁବିଧା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଥିଲାଗି ଆଜି ବିମାନବନ୍ଦର, ରେଳ ଷ୍ଟେସନ, ମେଟ୍ରୋ, କାଫେ, ହୋଟେଲ, ମଲ୍ ଭଳି ସର୍ବସାଧାରଣ ସ୍ଥାନରେ ଅତି ସହଜରେ ମାଗଣା ୱାଇ-ଫାଇ ସେବା ମିଳିପାରୁଛି । ସୀମିତ ମୋବାଇଲ ଡାଟା ଥିବା ୟୁଜରଙ୍କ ଲାଗି ଏହା ବେଶ ଲାଭଦାୟକ ହୋଇଥାଏ । କିନ୍ତୁ ଧ୍ୟାନ ଦେବା କଥା ହେଉଛି ଯେ ଯେତେବେଳେ ଆପଣ ମାଗଣା ୱାଇ-ଫାଇ ସହିତ ଆପଣଙ୍କ ଫୋନକୁ ଯୋଡ଼ନ୍ତି, ସେତେବେଳେ ଆପଣ ଅଜାଣତରେ ବ୍ୟକ୍ତିଗତ ତଥ୍ୟକୁ ବିପଦରେ ପକାନ୍ତି । କାରଣ ପବ୍ଲିକ୍ ୱାଇ-ଫାଇ ସାଇବର ଠକଙ୍କ ଲାଗି ତଥ୍ୟ ଚୋରି କରିବା ପ୍ରକ୍ରିୟାକୁ ସହଜ କରିଥାଏ ।
ଏକ ଅସୁରକ୍ଷିତ ନେଟୱର୍କରେ ଆପଣଙ୍କର ବ୍ରାଉଜିଂ ପ୍ୟାଟର୍ଣ୍ଣ, ଆପ୍ ପାସୱାର୍ଡ, ଇମେଲ୍, ସୋସିଆଲ ମିଡିଆ ଆକାଉଣ୍ଟ, ବ୍ୟାଙ୍କିଂ ବିବରଣୀ ଏବଂ ଏପରିକି OTP ମଧ୍ୟ ଲିକ୍ ହୋଇପାରେ । ହ୍ୟାକରମାନେ କେତେକ ସମୟରେ ଚୁପଚାପ୍ ଆପଣଙ୍କ ଫୋନରେ ମାଲୱେର ପ୍ରବେଶ କରିପାରନ୍ତି, ଯାହା ବ୍ଯାକଗ୍ରାଉଣ୍ଡରେ ଚାଲିବା ଯୋଗୁଁ ଆପଣ ଜାଣିପାରିନଥାନ୍ତି । ଏହା ପରବର୍ତ୍ତୀ ସମୟରେ ଆପଣଙ୍କ ତଥ୍ୟ ଚୋରି କରି ଆପଣଙ୍କୁ କ୍ଷତି ପହଞ୍ଚାଇଥାଏ ।
- କିପରି ଅସୁରକ୍ଷିତ ପବ୍ଲିକ୍ Wi-Fi ?

- ନକଲି ୱାଇ-ଫାଇ ବନାନ୍ତି ହ୍ୟାକର୍ସ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କେମିତି ରହିବେ ସତର୍କ ?
ପବ୍ଲିକ୍ ୱାଇ-ଫାଇ ସୁବିଧାଜନକ ଏବଂ ଲାଭଦାୟକ ମନେହୁଏ, କିନ୍ତୁ ଟିକିଏ ଅସାବଧାନତା ଆପଣଙ୍କ ଗୋପନୀୟତା ଏବଂ ଆର୍ଥିକ କ୍ଷତି କରିପାରେ । ପ୍ରତ୍ୟେକ ଥର ପବ୍ଲିକ୍ ୱାଇ-ଫାଇ ସହ ନିଜ ମୋବାଇଲ ସଂଯୋଗ କରିବା ସମୟରେ ସତର୍କ ରୁହନ୍ତୁ ଏବଂ ଆପଣଙ୍କ ଡାଟାର ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ ।
ଏଥିସହ ପଢନ୍ତୁ: ଏଥର ଲଞ୍ଚ ହେବନି ଆଇଫୋନ ୧୮; ଖପ୍ପା ଆପଲ୍ ଲଭର
Related Topics
Explore more stories