Videos
|
Technology

iPhone 18 India Sale / ରିତେଶଙ୍କଠୁ ନେହା ଧୁପିଆ; ନୂଆ iPhone 18 Pro କିଣିଲେ ଏହି ବଲିଉଡ ସେଲିବ୍ରିଟି

Debashree Debasmita Sahoo
Browse all articles by Debashree Debasmita Sahoo
·57 mins ago·3 min read
ରିତେଶଙ୍କଠୁ ନେହା ଧୁପିଆ; ନୂଆ iPhone 18 Pro କିଣିଲେ ଏହି ବଲିଉଡ ସେଲିବ୍ରିଟି
iPhone 18 India Sale

Key Points

ଆଜିଠୁ ଆରମ୍ଭ ହୋଇଛି ନୂଆ ଆଇଫୋନ ବିକ୍ରି
ମୁମ୍ବାଇର ଶୋ'ରୁମରେ ଲାଗିଛି ଲମ୍ବା ଲାଇନ୍
ତେବେ ବଲିଉଡରେ ବି ରହିଛି ଆଇଫୋନର କ୍ରେଜ୍
ସେଲ୍ ଆରମ୍ଭ ହେବାମାତ୍ରେ କିଣିଛନ୍ତି ଏହି ସେଲିବ୍ରିଟି
ମୁମ୍ବାଇ: ବଲିଉଡ ତାରକାମାନେ ସବୁବେଳେ ବିଳାସପୂର୍ଣ୍ଣ ଜୀବନ ବିତାନ୍ତି । ମହଙ୍ଗା କାରଠୁ ଆରମ୍ଭ କରି ପୋଷାକ, ଜୋତା, ଘଣ୍ଟା, ବ୍ୟାଗ୍‍ ଆଦି ବ୍ୟବହାର କରନ୍ତି । ତେବେ ସଦାସର୍ବଦା ଲଗ୍‌ଜରୀକୁ ପ୍ରାଥମିକତା ଦେଉଥିବା ବଲିଉଡ ଷ୍ଟାର ଆଇଫୋନର ବି ଦିୱାନା । ଅଧିକାଂଶ ସେଲିବ୍ରିଟି ଆଇଫୋନ ବ୍ୟବହାର କରୁଥିବା ନଜିର ରହିଛି । ତେବେ ଆଜିଠୁ ଭାରତରେ ସେପ୍ଟେମ୍ବର ୯ ତାରିଖରେ ଲଞ୍ଚ ହୋଇଥିବା ନୂଆ ଆଇଫୋନ୍ ସିରିଜ୍ iPhone 18 ପ୍ରୋ ଏବଂ ପ୍ରୋ ମ୍ୟାକ୍ସର ବିକ୍ରି ଆରମ୍ଭ ହୋଇଛି । ଅନେକ ବଲିଉଡ ସେଲିବ୍ରିଟି ଆଜି ଏହି ଆଇଫୋନ କିଣିଥିବା ଦେଖିବାକୁ ମିଳିଛି ।

  • ଆଜିଠୁ ଆରମ୍ଭ ହେଲା ସେଲ୍
ଭାରତରେ ଆପଲ୍‌ର ଲାଟେଷ୍ଟ ଆଇଫୋନ୍ ମଡେଲ iPhone 18 Pro ଓ iPhone 18 Pro Maxର ସେଲ୍ ଆରମ୍ଭ ହୋଇସାରିଛି । ସେଲ୍ ଆରମ୍ଭ ହେବାମାତ୍ରେ ଏହି ସେଟ୍ ଅନେକ ସେଲିବ୍ରିଟିଙ୍କ ହାତରେ ଦେଖିବାକୁ ମିଳିଛି । ରିତେଶ ଦେଶମୁଖ ଗୁରୁବାର ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଲାଟେଷ୍ଟ ଆଇଫୋନ ୧୮ ପ୍ରୋର ଝଲକ ଦେଖାଇଥିଲେ । ସେ ଗ୍ଲେସିଅର ବ୍ଲୁ ରଙ୍ଗର ଆଇଫୋନ ୧୮ ପ୍ରୋ ମ୍ୟାକ୍ସ ସହିତ ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ ଓ କ୍ୟାପସନରେ ଲେଖିଥିଲେ, "ମେରେ ୱାଲା ବ୍ଲୁ" ।

  • ଏହି ସେଲିବ୍ରିଟି କିଣିଲେ ନୂଆ ଆଇଫୋନ୍
ରିତେଶ ଦେଶମୁଖଙ୍କ ପତ୍ନୀ ତଥା ଅଭିନେତ୍ରୀ ଜେନେଲିଆ ଦେଶମୁଖ ମଧ୍ୟ ନୂଆ ଆଇଫୋନ ୧୮ ପ୍ରୋ ସିରିଜର ବରଗଣ୍ଡି ରଙ୍ଗର ଆଇଫୋନ ଧରିଥିବା ଦେଖିବାକୁ ମିଳିଛି । ଜେନେଲିଆଙ୍କ ବ୍ୟତୀତ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ବରଗଣ୍ଡି ରଙ୍ଗର ଆଇଫୋନକୁ ବେଶ ପସନ୍ଦ କରିଛନ୍ତି ଓ ନୂଆ ଆଇଫୋନ କିଣି ସୋସିଆଲ ମିଡିଆରେ ଏହି ଫୋନ ସହିତ ନିଜର ଫଟୋ ପୋଷ୍ଟ କରିଛନ୍ତି । ଅନ୍ୟ ସେଲିବ୍ରିଟିଙ୍କ ମଧ୍ୟରେ ନେହା ଧୁପିଆ, କରିଶ୍ମା ତନ୍ନା, ତୃପ୍ତି ଡିମରି, ଭିକି କୌଶଲ ମଧ୍ୟ ନୂଆ ଆଇଫୋନ ସହ ନଜର ଆସିଛନ୍ତି ।

  • ଆଇଫୋନ ୧୮ ଲଞ୍ଚ ଇଭେଣ୍ଟରେ ସେଲିବ୍ରିଟି
ସେପ୍ଟେମ୍ବର ପ୍ରାରମ୍ଭରେ ଆୟୋଜିତ ଲଞ୍ଚ ଇଭେଣ୍ଟରେ କିଛି ବଲିଉଡ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା । ସେଥିମଧ୍ୟରେ ଥିଲେ ଏପି ଢିଲୋଁ ଏବଂ ତୃପ୍ତି ଡିମ୍ରି । ଉଭୟ ଆପଲ୍ ସିଇଓ ଜନ୍ ଟର୍ଣ୍ଣସଙ୍କୁ ଭେଟିଥିଲେ । କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା, ଯେଉଁଥିରେ ଉଭୟ ତାଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା ।

ପଢନ୍ତୁ ଏହି ଖବର: ପ୍ରଥମ ଫୋଲ୍ଡେବଲ୍ ଆଇଫୋନ ଲଞ୍ଚ କଲା ଆପଲ୍‌; ମାରୁତି କାରଠୁ ବି ମହଙ୍ଗା

ଅନ୍ୟପଟେ ଆଜି (ସେପ୍ଟେମ୍ବର ୧୮)ଠୁ ଭାରତରେ ଆଇଫୋନ ବିକ୍ରି ଆରମ୍ଭ ହୋଇସାରିଥିବାବେଳେ ମୁମ୍ବାଇର ବିକେସିରେ ଥିବା ଆଇଫୋନ ଷ୍ଟୋରରେ ଅନେକ ଗ୍ରାହକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଏଥର ନୂଆ ଆଇଫୋନର ଦାମ ବହୁତ ଅଧିକ ରହିଥିଲେ ମଧ୍ଯ ଏହାକୁ ଗ୍ରାହକଙ୍କୁ ପ୍ରଭାବିତ କରିପାରିନାହିଁ । ଷ୍ଟୋର ଆଗରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମିଛି । ଅନେକ ଲୋକ ବହୁ ଦୂରରୁ ଆସି ନୂଆ ଆଇଫୋନ ୧୮ ପ୍ରୋ ମ୍ୟାକ୍ସ କିଣିଛନ୍ତି । ଏଠାରେ କହିରଖୁଛୁ କି, ଆପଲ୍ iPhone 18 Pro (256GB)ର ଦାମ ୧,୬୪,୯୦୦ ଟଙ୍କା ଅଛି । ସେହିପରି iPhone 18 Pro Maxର ପ୍ରାରମ୍ଭିକ ମୂଲ୍ୟ ରହିଛି ୧,୭୯,୯୦୦ ଟଙ୍କା । ଉଭୟ ହ୍ୟାଣ୍ଡସେଟ୍ ବ୍ଲାକ୍‍, ସିଲଭର୍‍, ଗ୍ଲେସିଅର ଏବଂ ବରଗଣ୍ଡି ରଙ୍ଗରେ ଉପଲବ୍ଧ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: