Videos
|
Travel & Tourism

Amarnath yatra 2026 updates / ତୃତୀୟ ଦିନ ପାଇଁ ସ୍ଥଗିତ ରହିଲା ଅମରନାଥ ଯାତ୍ରା; ବାବା ବର୍ଫାନୀଙ୍କ ଦର୍ଶନ ଅପେକ୍ଷାରେ ହଜାର ହଜାର ତୀର୍ଥଯାତ୍ରୀ

Subhramjit Ray
Browse all articles by Subhramjit Ray
·4 hours ago·2 min read
ତୃତୀୟ ଦିନ ପାଇଁ ସ୍ଥଗିତ ରହିଲା ଅମରନାଥ ଯାତ୍ରା; ବାବା ବର୍ଫାନୀଙ୍କ ଦର୍ଶନ ଅପେକ୍ଷାରେ ହଜାର ହଜାର ତୀର୍ଥଯାତ୍ରୀ
Amarnath yatra 2026 updates

Key Points

ଖରାପ ପାଗ ଯୋଗୁଁ ଅମରନାଥ ଯାତ୍ରା ଲଗାତାର ତୃତୀୟ ଦିନ ପାଇଁ ସ୍ଥଗିତ ରହିଛି। ତୀର୍ଥଯାତ୍ରା ପାଇଁ ଆସିଥିବା ଅନେକ ତୀର୍ଥଯାତ୍ରୀ ବିଗତ ୨ ଦିନ ଧରି ପଞ୍ଜୀକରଣ ଆରମ୍ଭ ହେବାକୁ ଅପେକ୍ଷା କରିଛନ୍ତି।
Amarnath Yatra route heavy rain update: ଲଗାତାର ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି ଅମରନାଥ ଯାତ୍ରା। ପ୍ରତିକୂଳ ପାଗ ଏବଂ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଲଗାତାର ତୃତୀୟ ଦିନ ପାଇଁ ଏହି ଯାତ୍ରାକୁ ସ୍ଥଗିତ ରଖିଛି। ଯଦିଓ ଯାତ୍ରା ବନ୍ଦ କରାଯାଇଛି, ହେଲେ ତଥାପି ହଜାର ହଜାର ଭକ୍ତ ବାବା ବର୍ଫାନୀଙ୍କ ଦର୍ଶନ ଅପେକ୍ଷାରେ ରହିଛନ୍ତି।

ପଞ୍ଜୀକରଣ ଅପେକ୍ଷାରେ ତୀର୍ଥଯାତ୍ରୀ
ଯାତ୍ରା ପାଇଁ ଆସିଥିବା ଅନେକ ତୀର୍ଥଯାତ୍ରୀ ବିଗତ ୨ ଦିନ ଧରି ପଞ୍ଜୀକରଣ ଆରମ୍ଭ ହେବାକୁ ଅପେକ୍ଷା କରିଛନ୍ତି। ଜଣେ ତୀର୍ଥଯାତ୍ରୀ କହିଛନ୍ତି ଯେ ସେମାନଙ୍କର ଏପର୍ଯ୍ୟନ୍ତ ପଞ୍ଜୀକରଣ ହୋଇନାହିଁ। ସେ ଆହୁରି କହିଛନ୍ତି, "ଆମେ ବିଗତ ୨ ଦିନ ଧରି ପଞ୍ଜୀକରଣ ପାଇଁ ଅପେକ୍ଷା କରିଛୁ। ପ୍ରଶାସନ କହୁଛି ଯେ ପାଗ ଖରାପ ଅଛି ଏବଂ ପାଗ ସୁଧୁରିବା ମାତ୍ରେ ପଞ୍ଜୀକରଣ ପୁନର୍ବାର ଆରମ୍ଭ କରାଯିବ।"
  • ପ୍ରତିକୂଳ ପାଗ ଯୋଗୁଁ ପ୍ରଶାସନ ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଅସ୍ଥାୟୀ ଭାବରେ ଯାତ୍ରାକୁ ସ୍ଥଗିତ ରଖିଛି। ଅଧିକାଂଶ ତୀର୍ଥଯାତ୍ରୀ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ସେମାନେ କହିଛନ୍ତି ଯେ ପାର୍ବତ୍ୟାଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ଭୂସ୍ଖଳନ ଏବଂ ଅନ୍ୟାନ୍ୟ ଦୁର୍ଘଟଣା ଘଟିବାର ଆଶଙ୍କା ବୃଦ୍ଧି ପାଇଛି। ଯାହା ପ୍ରଶାସନର ନିଷ୍ପତ୍ତିକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଉଛି।


  • ଜଣେ ଭକ୍ତ କହିଛନ୍ତି, "ପ୍ରଶାସନ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ଯାତ୍ରାକୁ ସ୍ଥଗିତ ରଖିଛି। ଏଠାରେ ପାଗ ବହୁତ ଖରାପ ରହିଥିବା ବେଳେ ଭୂସ୍ଖଳନ ହେବାର ସମ୍ଭବନା ରହିଛି। ଯାହା ତୀର୍ଥଯାତ୍ରୀଙ୍କ ଜୀବନ ପାଇଁ ବିପଦ ସୃଷ୍ଟି କରୁଛି। ସମସ୍ତଙ୍କ ପାଇଁ ଏହି ନିଷ୍ପତ୍ତିକୁ ପାଳନ କରିବା ଗୁରୁତ୍ୱପୂର୍ଣ୍ଣ।"

    ଭକ୍ତ ଜଣଙ୍କ ଆହୁରି କହିଛନ୍ତି, "ଘରୁ ବାହାରିବା ପୂର୍ବରୁ, ପାଣିପାଗ ସ୍ଥିତି ଯାଞ୍ଚ କରନ୍ତୁ ଏବଂ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପାଳନ କରନ୍ତୁ। ଯଦି ବାବା ଚାହାଁନ୍ତି, ତାହେଲେ ଆମେ ନିଶ୍ଚିତ ଭାବରେ ଦର୍ଶନ କରିବୁ। ଯଦି ଆମକୁ ୫ କିମ୍ବା ୧୦ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼଼େ, ତାହେଲେ ଆମେ ଅପେକ୍ଷା କରିବାକୁ ପ୍ରସ୍ତୁତ।"

    ଏହା ସହ ପଢନ୍ତୁ: ରେକର୍ଡ଼ ଭାଙ୍ଗିଲା ଅମରନାଥ ଯାତ୍ରା; ୧୨ ଦିନରେ ପହଞ୍ଚିଲେ ୩ ଲକ୍ଷ ତୀର୍ଥଯାତ୍ରୀ

    ପ୍ରଶାସନର ନିଷ୍ପତ୍ତିକୁ ସମର୍ଥନ ଜଣାଇଲେ ଭକ୍ତ
    ଅନ୍ୟ ଜଣେ ଭକ୍ତ ମଧ୍ୟ ପ୍ରଶାସନର ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି ଯେ ସେମାନେ ବହୁତ ଉତ୍ସାହର ସହିତ ଅମରନାଥ ଯାତ୍ରାରେ ସାମିଲ ହୋଇଥିଲୁ ଏବଂ ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିଲୁ, ହେଲେ ସୁରକ୍ଷା ସର୍ବାଗ୍ରେ ରହିଛି। ସେ କହିଛନ୍ତି, "ସରକାର ହୁଏତ ଆମର ସୁରକ୍ଷା ପାଇଁ ଯାତ୍ରାକୁ ସ୍ଥଗିତ ରଖିଛନ୍ତି। ଯଦି ଏହା ଦ୍ୱାରା କୌଣସି ବଡ଼ ଧରଣର ଦୁର୍ଘଟଣାକୁ ଏଡାଇ ଦିଆ ଯାଇପାରେ, ତାହେଲେ ଏହା ସଠିକ୍ ନିଷ୍ପତ୍ତି।"

    ଯାତ୍ରାରେ ସାମିଲ ହୋଇଥିବା ଭକ୍ତ ଆଶା ପ୍ରକାଶ କରିଛନ୍ତି ଯେ ଯଥାଶୀଘ୍ର ପାଗରେ ପରିବର୍ତ୍ତନ ଆସିବ ଏବଂ ସେମାନେ ବାବା ବର୍ଫାନୀଙ୍କ ଦର୍ଶନ କରିବାର ସୁଯୋଗ ପାଇବେ। ଆମେ ଚାହୁଁଛୁ ଯେ ବାବା ଏକ ଚମତ୍କାର କରନ୍ତୁ। ଯାହା ଦ୍ୱାରା ବର୍ଷା ବନ୍ଦ ହୋଇଯିବ ଏବଂ ଏହା ଦ୍ୱାରା ତୀର୍ଥଯାତ୍ରା ପୁନର୍ବାର ଆରମ୍ଭ ହୋଇପାରିବ।

    ପ୍ରଶାସନ ତୀର୍ଥଯାତ୍ରୀଙ୍କ ପାଇଁ ରହିବା ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି। ହେଲେ ତଥାପି ଭକ୍ତଙ୍କୁ ତୀର୍ଥଯାତ୍ରା ଆରମ୍ଭ କରିବା ପୂର୍ବରୁ ପାଣିପାଗ ପରିସ୍ଥିତି ଏବଂ ପ୍ରଶାସନର ନିର୍ଦ୍ଦେଶାବଳୀ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଉଇଛିତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆପଣ ପୂର୍ବରୁ ଜାଣିଛନ୍ତି ଯେ ତୀର୍ଥଯାତ୍ରା ସ୍ଥଗିତ ରହିଛି, ତାହେଲେ ଘରେ ଅପେକ୍ଷା କରିବା ଶ୍ରେୟସ୍କର। କାରଣ ଭକ୍ତଙ୍କ ଭିଡ଼ ବଢିଲେ ସେମାନଙ୍କ ଲାଗି ପ୍ରଶାସନ ପକ୍ଷରୁ କରାଯାଇଥିବା ବ୍ୟବସ୍ଥା ଉପରେ ଅଯଥା ଚାପ ବଢିପାରେ।






    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
    Sponsored
    Amarnath Yatra Suspended for 3rd Day Due to Bad Weather; Devotees Wait | Argus News