Varanasi Express overcharging / ୧୪୦ ଟଙ୍କାରେ ବିକିଲେ ୮୦ ଟଙ୍କାର ଥାଳି; ଅଭିଯୋଗ ଆସିବା ପରେ ଜବାବ ରଖିଲା ରେଳବାଇ
·1 hour ago·3 min read

Key Points
IRCTC ମେନୁ କାର୍ଡ ଅନୁଯାୟୀ, ଏକ ନିରାମିଷ ଥାଳି, ଯାହାର ମୂଲ୍ୟ ରେଳ ଷ୍ଟେସନ ଠାରେ ୭୦ ଏବଂ ଟ୍ରେନ ଭିତରେ ୮୦ ଟଙ୍କା ହେବା ଉଚିତ, ତାହା ବାରାଣସୀ ଏକ୍ସପ୍ରେସ୍ ରେ ୧୪୦ ଟଙ୍କାରେ ବିକ୍ରି ହେଉଛି।
Indian Railways food overcharging: ୮୦ ଟଙ୍କାର ଥାଳିକୁ ୧୪୦ ଟଙ୍କାରେ ବିକ୍ରି କରିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଯାତ୍ରୀ-କର୍ମଚାରୀ। ଏହି ଘଟଣା ସାମ୍ନାକୁ ଆସିବା ପରେ ଏନେଇ ହୋଇଥିବା ଅଭିଯୋଗ ଉପରେ ଜବାବ ରଖିଛି ରେଳବାଇ। ୭ ଦେଶ ଭ୍ରମଣ କରିଥିବା ଜଣେ ଭାରତୀୟ ଟ୍ରାଭେଲ୍ ବ୍ଲଗର ସରଫରାଜ ଜୈନ ସମ୍ପ୍ରତି ଏକ X ଭିଡି଼ଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଦାବି କରିଛନ୍ତି ଯେ ତାଙ୍କୁ ବାରାଣସୀ ଏକ୍ସପ୍ରେସ୍ ରେ ୮୦ ଟଙ୍କା ମୂଲ୍ୟର ନିରାମିଷ ଥାଳି ପାଇଁ ୧୪୦ ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା। ଏନେଇ ସେ କହିଛନ୍ତି ଯେ ଯେତେବେଳେ ସେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ, ସେତେବେଳେ ରେଲୱେ କ୍ୟାଟରିଂ କର୍ମଚାରୀ ତାଙ୍କ ପାଖକୁ ଆସି ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଅଭିଯୋଗ କରିବା ସେ କେବଳ ୧୦ ଟଙ୍କା ଫେରାଇବା ସହ ତାଙ୍କୁ ଅଣଦେଖା କରିବା ଭଳି ଚାଲି ଯାଇଥିଲେ।
'ଯଦି ଆପଣ ଅଭିଯୋଗ କରିବାକୁ ଚାହାଁନ୍ତି, ତାହେଲେ କରନ୍ତୁ'
ଟ୍ରାଭେଲ୍ ବ୍ଲଗର ସରଫରାଜ ଜୈନ କହିଛନ୍ତି, "କେବଳ ମୁଁ ନୁହେଁ, ବରଂ ଅନେକ ଯାତ୍ରୀଙ୍କ ଠାରୁ ମଧ୍ୟ ୮୦ ଟଙ୍କାର ଥାଳି ପାଇଁ ୧୪୦ ଟଙ୍କା ନିଆ ଯାଇଥିଲା। ଅଧିକ ଦେୟ ପ୍ରଦାନ କରିବା ସତ୍ତ୍ୱେ, ଖାଦ୍ୟର ଗୁଣବତ୍ତା ଖରାପ ରହିବା ସହ ଏହାର ପରିମାଣ କମ୍ ଥିଲା। ଯେତେବେଳେ ମୁଁ ବିକ୍ରେତାଙ୍କୁ ବିଲ୍ ମାଗିଥିଲି ଏବଂ ଅଧିକ ଦେୟ ପ୍ରଦାନ କରିବାକୁ ନେଇ ପ୍ରତିବାଦ କରିଥିଲି, ସେତେବେଳେ କ୍ୟାଟରିଂ କର୍ମଚାରୀ ଚାଲିଯିବା ସହ କହିଥିଲେ ଯେ, "ଯଦି ଆପଣ ଅଭିଯୋଗ କରିବାକୁ ଚାହାଁନ୍ତି, ତାହେଲେ କରିପାରନ୍ତି।" ଏହା ଏକ ଗୁରୁତର ଅନିୟମିତତା ଏବଂ ଏହାର ତଦନ୍ତ କରାଯିବା ଆବଶ୍ୟକ ବୋଲି ସେ ବ୍ଲଗର ଜୈନ କହିଥିଲେ।
ଏହା ସହ ପଢନ୍ତୁ: କାହିଁକି ୩୦% ଯାତ୍ରୀ ପ୍ରିମିୟମ୍ ଟ୍ରେନ୍ ରେ ଖାଉନାହାଁନ୍ତି ଆଇଆରସିଟିସି ଖାଦ୍ୟ? ପ୍ରକୃତ କାରଣ ନିଜେ କହିଲେ ଅଧ୍ୟକ୍ଷ
ମୋ ପାଖରେ ସମସ୍ତ ପ୍ରମାଣ ରହିଛି...
ଜୈନ ଏବେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ X ରେ ଏହି ଘଟଣାର ଏକ ଭିଡି଼ଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ରେଳବାଇ ଅଧିକାରୀଙ୍କୁ ୧୪୬୨୪ ବାରାଣସୀ ଏକ୍ସପ୍ରେସ୍ ରେ ରେ ହୋଇଥିବା ଠକେଇର ତଦନ୍ତ କରିବାକୁ ଦାବି କରାଯାଇଛି। ଭିଡି଼ଓରେ ଅଭିଯୁକ୍ତ ବିକ୍ରେତାଙ୍କ ମୁହଁ ସ୍ପଷ୍ଟ ଭାବରେ ଦେଖାଯାଉଛି। ସେ ୧୪୦ ଟଙ୍କା ପାଇଁ ଦାବି କରୁଥିବାର ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ବ୍ଲଗର ଜୈନ ବିକ୍ରେତାଙ୍କ ବିଲିଂ ରେକର୍ଡ଼ର ତଦନ୍ତ, ଖାଦ୍ୟର ଗୁଣବତ୍ତା ଏବଂ ପରିମାଣ ଯାଞ୍ଚ ଏବଂ କର୍ମଚାରୀଙ୍କ ଦ୍ୱାରା ଯାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଜୈନ କହିଛନ୍ତି ଯେ ତାଙ୍କ ପାଖରେ ଘଟଣା ସମ୍ବନ୍ଧୀୟ ସମସ୍ତ ପ୍ରମାଣ ରହିଛି। ଆବଶ୍ୟକ ହେଲେ ସେ ଏହାକୁ ଉପସ୍ଥାପନ କରିପାରିବେ।
ଅଭିଯୋଗ ଆସିବା ପରେ ଜବାବ ରଖିଲା ରେଳବାଇ
ଏହି ଭିଡିଓ ସାମ୍ନାକୁ ଆସିବା ପରେ, IRCTC ଏହାର ଜବାବ ରଖିଛି। ଏନେଇ କୁହାଯାଇଛି ଯେ, "ଆପଣଙ୍କର (ଟ୍ରାଭେଲ୍ ବ୍ଲଗର ସରଫରାଜ ଜୈନ) ଅଭିଯୋଗ RailMadad ରେ ପଞ୍ଜୀକୃତ ହୋଇଛି ଏବଂ ଅଭିଯୋଗ ନମ୍ବର ଆପଣଙ୍କ ମୋବାଇଲ୍ ନମ୍ବରକୁ SMS ମାଧ୍ୟମରେ ପଠାଯାଇଛି। ଆପଣ ଏହି ଲିଙ୍କ୍ ମାଧ୍ୟମରେ ଆପଣଙ୍କ ଅଭିଯୋଗକୁ ଟ୍ରାକ୍ କରିପାରିବେ। ଏହାକୁ ତଦନ୍ତ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଉଛି।"
କ'ଣ କହୁଛି ରେଳବାଇ ନିୟମ?
ଭାରତୀୟ ରେଳବାଇର ଏକ ସ୍ପଷ୍ଟ ନିୟମ ଅଛି ଯେ ଯଦି କୌଣସି ବିକ୍ରେତା ଆପଣଙ୍କୁ ଏକ ବୈଧ କମ୍ପ୍ୟୁଟରାଇଜଡ୍ ବିଲ୍ ପ୍ରଦାନ କରିବାକୁ ମନା କରନ୍ତି, ତାହେଲେ ଆପଣଙ୍କର ପେମେଣ୍ଟ ବନ୍ଦ କରିବାର ଅଧିକାର ଅଛି। IRCTC Menu Card ଅନୁଯାୟୀ, ଟ୍ରେନ୍ ରେ ଏକ ନିରାମିଷ ଥାଳିର ସ୍ଥିର ମୂଲ୍ୟ ହେଉଛି ୮୦ ଟଙ୍କା। ରେଳବାଇ ନିୟମ ଅନୁଯାୟୀ, ଯଦି ଏପରି ଗୁରୁତର ଅନିୟମିତତା ପ୍ରମାଣିତ ହୁଏ, ତାହେଲେ ସମ୍ପୃକ୍ତ ଠିକାଦାରଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇ ପାରିବ କିମ୍ବା ବାରମ୍ବାର ଅଭିଯୋଗ ଆସିଲେ ତାଙ୍କୁ କଳା ତାଲିକାଭୁକ୍ତ (Black List) କରାଯାଇପାରିବ।

ट्रेन 14624 S G VARANASI EXP में catering staff द्वारा यात्रियों से ₹80 की Standard Thali के बदले ₹140 वसूले गए। मुझसे भी ₹140 लिए गए और कई अन्य यात्रियों से भी यही राशि वसूली गई।
— Sarfaraz Zain (@SarfarazZain01) August 17, 2026
इसके बावजूद खाने की quality खराब थी और निर्धारित quantity भी पूरी नहीं थी। जब मैंने बिल मांगा और… pic.twitter.com/ZcdhAlYFmQ
ଅଭିଯୋଗ ଆସିବା ପରେ ଜବାବ ରଖିଲା ରେଳବାଇ
ଏହି ଭିଡିଓ ସାମ୍ନାକୁ ଆସିବା ପରେ, IRCTC ଏହାର ଜବାବ ରଖିଛି। ଏନେଇ କୁହାଯାଇଛି ଯେ, "ଆପଣଙ୍କର (ଟ୍ରାଭେଲ୍ ବ୍ଲଗର ସରଫରାଜ ଜୈନ) ଅଭିଯୋଗ RailMadad ରେ ପଞ୍ଜୀକୃତ ହୋଇଛି ଏବଂ ଅଭିଯୋଗ ନମ୍ବର ଆପଣଙ୍କ ମୋବାଇଲ୍ ନମ୍ବରକୁ SMS ମାଧ୍ୟମରେ ପଠାଯାଇଛି। ଆପଣ ଏହି ଲିଙ୍କ୍ ମାଧ୍ୟମରେ ଆପଣଙ୍କ ଅଭିଯୋଗକୁ ଟ୍ରାକ୍ କରିପାରିବେ। ଏହାକୁ ତଦନ୍ତ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଉଛି।"
କ'ଣ କହୁଛି ରେଳବାଇ ନିୟମ?
ଭାରତୀୟ ରେଳବାଇର ଏକ ସ୍ପଷ୍ଟ ନିୟମ ଅଛି ଯେ ଯଦି କୌଣସି ବିକ୍ରେତା ଆପଣଙ୍କୁ ଏକ ବୈଧ କମ୍ପ୍ୟୁଟରାଇଜଡ୍ ବିଲ୍ ପ୍ରଦାନ କରିବାକୁ ମନା କରନ୍ତି, ତାହେଲେ ଆପଣଙ୍କର ପେମେଣ୍ଟ ବନ୍ଦ କରିବାର ଅଧିକାର ଅଛି। IRCTC Menu Card ଅନୁଯାୟୀ, ଟ୍ରେନ୍ ରେ ଏକ ନିରାମିଷ ଥାଳିର ସ୍ଥିର ମୂଲ୍ୟ ହେଉଛି ୮୦ ଟଙ୍କା। ରେଳବାଇ ନିୟମ ଅନୁଯାୟୀ, ଯଦି ଏପରି ଗୁରୁତର ଅନିୟମିତତା ପ୍ରମାଣିତ ହୁଏ, ତାହେଲେ ସମ୍ପୃକ୍ତ ଠିକାଦାରଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇ ପାରିବ କିମ୍ବା ବାରମ୍ବାର ଅଭିଯୋଗ ଆସିଲେ ତାଙ୍କୁ କଳା ତାଲିକାଭୁକ୍ତ (Black List) କରାଯାଇପାରିବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories