Videos
|
Travel & Tourism

IRCTC Meal Service / କାହିଁକି ୩୦% ଯାତ୍ରୀ ପ୍ରିମିୟମ୍ ଟ୍ରେନ୍ ରେ ଖାଉନାହାଁନ୍ତି ଆଇଆରସିଟିସି ଖାଦ୍ୟ? ପ୍ରକୃତ କାରଣ ନିଜେ କହିଲେ ଅଧ୍ୟକ୍ଷ

Subhramjit Ray
Browse all articles by Subhramjit Ray
·1 hour ago·3 min read
କାହିଁକି ୩୦% ଯାତ୍ରୀ ପ୍ରିମିୟମ୍  ଟ୍ରେନ୍ ରେ ଖାଉନାହାଁନ୍ତି ଆଇଆରସିଟିସି ଖାଦ୍ୟ? ପ୍ରକୃତ କାରଣ ନିଜେ କହିଲେ ଅଧ୍ୟକ୍ଷ
IRCTC Meal Service

Key Points

ବନ୍ଦେ ଭାରତ, ରାଜଧାନୀ ଏବଂ ଅନ୍ୟାନ୍ୟ ପ୍ରିମିୟମ୍ ଟ୍ରେନ୍ ରେ IRCTC ଖାଦ୍ୟ ଗ୍ରହଣ ନ କରିବା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। IRCTC କହିବା ଅନୁଯାୟୀ, ପ୍ରାୟ ୨୫ ପ୍ରତିଶତରୁ ୩୦% ଯାତ୍ରୀ ଏବେ ବୁକିଂ ସମୟରେ IRCTC ଖାଦ୍ୟ ଗ୍ରହଣ କରିବାରୁ ଦୂରେଇ ଯାଉଛନ୍ତି।
IRCTC Prepaid Booking on Food: ଯଦି ଆପଣ ବନ୍ଦେ ଭାରତ, ରାଜଧାନୀ କିମ୍ବା ଅନ୍ୟ ପ୍ରିମିୟମ୍ ଟ୍ରେନ୍ ଯୋଗେ ଯାତ୍ରା କରୁଛନ୍ତି, ତାହେଲେ ଆପଣ ଟିକେଟ ବୁକିଂ କରିବା ସମୟରେ ଆପଣଙ୍କ ପାଖରେ ଏରକ ବିକଳ୍ପ ଉପଲବ୍ଦ ରହିଥାଏ। ଯାହା ମାଧ୍ୟମରେ ଆପଣ ଖାଦ୍ୟ ଚୟନ ନେବେ ନା ନାହିଁ ତାହା ଚୟନ କରିପାରିବେ। ଅନେକ ଲୋକ ସେମାନଙ୍କର ବୁକିଂ ସହିତ ଭୋଜନ ବିକଳ୍ ମଧ୍ୟ ଚୟନ କରିଥାନ୍ତି। ହେଲେ ବର୍ତ୍ତମାନ ଆଇଆରସିଟିସି (IRCTC) ପକ୍ଷରୁ ପ୍ରଦାନ କରାଯାଉଥିବା ଖାଦ୍ୟ ଅର୍ଡର କରୁନଥିବା ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। IRCTC ଅନୁଯାୟୀ, ବୁକିଂ ସମୟରେ ପ୍ରାୟ ୨୫ ପ୍ରତିଶତରୁ ୩୦% ଯାତ୍ରୀ ଖାଦ୍ୟ ଅର୍ଡ଼ର କରିବା ଛାଡି଼ ଦେଉଛନ୍ତି।

IRCTC ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ରାହୁଲ ହିମାଲୟନଙ୍କ ଅନୁଯାୟୀ, ପ୍ରିପେଡ୍ ବୁକିଂ (Prepaid Booking) ମାମଲାରେ ପ୍ରାୟ ୨୫ ପ୍ରତିଶତରୁ ୩୦% ଯାତ୍ରୀ କ୍ୟାଟରିଂ ସେବା ଛାଡି ଦେଉଛନ୍ତି। ଯାହାର ଅର୍ଥ ହେଉଛି ଏହି ଯାତ୍ରୀ ବୁକିଂ ସମୟରେ ଖାଦ୍ୟ ଅର୍ଡ଼ର କରୁନାହାଁନ୍ତି।

IRCTC ଅଧ୍ୟକ୍ଷଙ୍କ କହିବା ଅନୁସାରେ ପୂର୍ବରୁ, କ୍ୟାଟରିଂ ସେବା ସାଧାରଣତଃ ଯାତ୍ରୀଙ୍କ ଲାଗି ଉପଲବ୍ଧ ଥିଲା। ଅନେକ ଯାତ୍ରୀ ଏବେ ଟଙ୍କା ସଞ୍ଚୟ କରିବା ଏବଂ ସେମାନଙ୍କର ପସନ୍ଦର ଖାଦ୍ୟ ପାଇଁ କ୍ୟାଟରିଂ ଶୁଳ୍କ ଦେବା ଛାଡି ଦେଉଛନ୍ତି। ହେଲେ ତଥାପି ସେ ସ୍ପଷ୍ଟ କରିଛନ୍ତି ଯେ ଯେଉଁ ୨୫ ପ୍ରତିଶତରୁ ୩୦% ଯାତ୍ରୀ ଖାଦ୍ୟ ଅର୍ଡ଼ର କରିବା ଛାଡି଼ ଦେଉଥିବାର କୁହାଯାଉଛି, ସେହି ସଂଖ୍ୟା କେବଳ ଏକ ଆକଳନ। ଏହାକୁ ନିଶ୍ଚିତ କରାଯିବା ବାକି ରହିଛି। ପ୍ରାରମ୍ଭରେ ସେ ଏହି ସଂଖ୍ୟା ପ୍ରାୟ ୧୫ ପ୍ରତିଶତରୁ ୩୦% ରହିଥିବାର ବୋଲି କହୁଥିଲେ। ହେଲେ ପ୍ରିପେଡ୍ ବୁକିଂ ବିଷୟରେ ପଚରାଯିବାରୁ, ସେ ୨୫ ପ୍ରତିଶତରୁ ୩୦% ଯାତ୍ରୀଙ୍କ କଥା କହିଥିଲେ।

ଏହା ସହ ପଢନ୍ତୁ: ଟ୍ରେନ୍ ବିଳମ୍ବ ହେଲେ ଯାତ୍ରୀଙ୍କୁ ମିଳିବ ମାଗଣା ଭୋଜନ; ଜାଣନ୍ତୁ ଏନେଇ କ'ଣ କହୁଛି ରେଳବାଇ ନିୟମ

ଖାଦ୍ୟକୁ ନେଇ ବିଭିନ୍ନ ପ୍ରକାରର ଅଭିଯୋଗ
IRCTC ଅନୁଯାୟୀ, କମ୍ପାନୀ ଦୈନିକ ପ୍ରାୟ ୧୮ ଲକ୍ଷ ମିଲ୍ ଯୋଗାଇଥାଏ। ଏହା ତୁଳନାରେ, ଦୈନିକ କେବଳ ୩୦୦ ରୁ ୫୦୦ ଅଭିଯୋଗ ଆସିଥାଏ। କମ୍ପାନୀ କହିଛି ଯେ ଏହି ଅଭିଯୋଗ ମଧ୍ୟରୁ ଅନେକ ଖାଦ୍ୟର ଗୁଣବତ୍ତା ସହିତ ଜଡି଼ତ ନୁହେଁ। ଯେଉଁଥିରେ ଅତିରିକ୍ତ ପାଣି, ପିଲାଙ୍କ ପାଇଁ କ୍ଷୀର କିମ୍ବା କର୍ମଚାରୀଙ୍କ ଆଚରଣ ଭଳି ଅଭିଯୋଗ ମଧ୍ୟ ଅନ୍ତର୍ଭୂକ୍ତ ରହିଛି। IRCTC ବାର୍ଷିକ ପ୍ରାୟ ୫୮ କୋଟି ମିଲ୍ ଯୋଗାଇଥାଏ। କମ୍ପାନୀ ଅନୁଯାୟୀ, ଯୋଗାଣ ହେଉଥିବା ମୋଟ ଖାଦ୍ୟ ସଂଖ୍ୟା ତୁଳନାରେ ପ୍ରତିଦିନ ପ୍ରାପ୍ତ ଅଭିଯୋଗ ସଂଖ୍ୟା ବହୁତ କମ୍।

ଏବେ ଇ-କେଟରିଂ ମାଧ୍ୟମରେ ସେମାନଙ୍କର ପ୍ରିୟ ଖାଦ୍ୟ ଅର୍ଡ଼ର କରିପାରିବେ ଯାତ୍ରୀ
ଯାତ୍ରୀଙ୍କୁ ଅଧିକ ବିକଳ୍ପ ପ୍ରଦାନ କରିବା ପାଇଁ ଆଇଆରସିଟିସି ଇ-କ୍ୟାଟରିଂ (IRCTC eCatering) ଉପରେ ମଧ୍ୟ ଧ୍ୟାନ ଦେଉଛି। କମ୍ପାନୀ କହିବା ଅନୁଯାୟୀ, ଇ-କ୍ୟାଟରିଂ ମାଧ୍ୟମରେ ପ୍ରାପ୍ତ ଦୈନିକ ଅର୍ଡର ପ୍ରାୟ ୧.୨୫ ଲକ୍ଷରୁ ବୃଦ୍ଧି ପାଇ ୧.୬ ଲକ୍ଷରୁ ଅଧିକ ହୋଇଛି।

ଟ୍ରେନ୍ ରେ QR କୋଡ୍ ବ୍ୟବହାର କରି ଖାଦ୍ୟ ଅର୍ଡର କରିହେବ
ଏହା ବ୍ୟତୀତ IRCTCର ନୂତନ ଇ-ପାଣ୍ଟ୍ରି ମଡେଲ୍ ୫୦ ରୁ ଅଧିକ ଟ୍ରେନ୍ ରେ କାର୍ଯ୍ୟକାରୀ କରାଯାଇଛି। ଏହାକୁ ପ୍ରାୟ ୧୦୦ ଟ୍ରେନ୍କୁ ବିସ୍ତାର କରିବାର ଯୋଜନା ରହିଛି। ଇ-ପାଣ୍ଟ୍ରି ମଡେଲ୍ ଅଧିନରେ, ଯାତ୍ରୀ ଏକ ମୋବାଇଲ୍ ଆପ୍ କିମ୍ବା QR କୋଡ୍ ମାଧ୍ୟମରେ ବିଭିନ୍ନ ବିକ୍ରେତାଙ୍କ ଠାରୁ ଖାଦ୍ୟ ଅର୍ଡର କରିପାରିବେ। ଯାହାର ଲକ୍ଷ୍ୟ ହେଉଛି ଯାତ୍ରୀଙ୍କୁ ସେମାନଙ୍କର ପସନ୍ଦର ଖାଦ୍ୟ ଚୟନ କରିବା ପାଇଁ ଅଧିକ ସୁବିଧା ପ୍ରଦାନ କରିବା।

ଏହା ସହ ପଢନ୍ତୁ: ଯାତ୍ରା ବେଳେ ଅନ୍ ଲାଇନ୍ ଅର୍ଡର କରୁଛନ୍ତି କି ଖାଦ୍ୟ? ତାହେଲେ ହୋଇଯାନ୍ତୁ ସାବଧାନ

ବ୍ରାଣ୍ଡେଡ୍ ଖାଦ୍ୟ କମ୍ପାନୀକୁ ଆଣିବା ପାଇଁ ହୋଇଛି ପ୍ରସ୍ତୁତି
IRCTC କହିଛି ଯେ ଖାଦ୍ୟର ଗୁଣବତ୍ତା ଉନ୍ନତ କରିବା ଏକ ପ୍ରମୁଖ ପ୍ରସଙ୍ଗ ରହିଛି। ଏଥିପାଇଁ, କମ୍ପାନୀ ରେଳ ମନ୍ତ୍ରଣାଳୟ ସହିତ ବ୍ରାଣ୍ଡେଡ୍ କ୍ୟାଟରିଂ ସେବା ପ୍ରଦାନକାରୀଙ୍କୁ ସାମିଲ କରିବା ପାଇଁ କାମ କରୁଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: