Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଯାତ୍ରା ବେଳେ ଅନ୍ ଲାଇନ୍ ଅର୍ଡର କରୁଛନ୍ତି କି ଖାଦ୍ୟ? ତାହେଲେ ହୋଇଯାନ୍ତୁ ସାବଧାନ

National

IRCTC Latest Warning / ଯାତ୍ରା ବେଳେ ଅନ୍ ଲାଇନ୍ ଅର୍ଡର କରୁଛନ୍ତି କି ଖାଦ୍ୟ? ତାହେଲେ ହୋଇଯାନ୍ତୁ ସାବଧାନ

Subhramjit Ray
Browse all articles by Subhramjit Ray
·1 hour ago·3 min read
ଯାତ୍ରା ବେଳେ ଅନ୍ ଲାଇନ୍ ଅର୍ଡର କରୁଛନ୍ତି କି ଖାଦ୍ୟ? ତାହେଲେ ହୋଇଯାନ୍ତୁ ସାବଧାନ
IRCTC Latest Warning

Key Points

ରେଳଯାତ୍ରୀଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ IRCTC ଦାୟୀ। କୌଣସି ଯାତ୍ରୀ ଅବିଶ୍ୱସନୀୟ ୱେବସାଇଟ୍ ଏବଂ ଆପ୍ସରୁ ଖାଦ୍ୟ ଅର୍ଡର କରି ଅସୁସ୍ଥ ନ ହୁଅନ୍ତି କିମ୍ବା ଠକେଇର ଶିକାର ନ ହୁଅନ୍ତି।
IRCTC food order fraud: ଯଦି ଆପଣ ରେଳ ଯାତ୍ରା କରିବା ସମୟରେ କିଛି ୱେବସାଇଟ୍ କିମ୍ବା ଅନ ଲାଇନ୍ ଆପ୍ରୁ ଖାଦ୍ୟ ଅର୍ଡ଼ର କରୁଛନ୍ତି, ତାହେଲେ ହୋଇଯାନ୍ତୁ ସତର୍କ। ଏହା ଆପଣଙ୍କୁ ବହୁତ କ୍ଷତି ପହଞ୍ଚାଇ ପାରେ। ଏପରିକି ଆପଣ ଅସୁସ୍ଥ ହୋଇପାରନ୍ତି କିମ୍ବା ଅନଲାଇନ୍ ଠକେଇର ଶିକାର ମଧ୍ୟ ହୋଇପାରନ୍ତି। ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଅନ୍ୟ କାହା ପାଖକୁ ଯାଇପାରେ। ଏବେ ଆଇଆରସିଟିସି (IRCTC) ଏବେ ଏପରି ଆପ୍ସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏନେଇ କହୁଯାଇଛି ଯେ କିଛି ଘରୋଇ ୱେବସାଇଟ୍ ଏବଂ ଆପ୍ସ୍ ଏହାର ନାମ ଏବଂ ବ୍ରାଣ୍ଡ୍ ଅପବ୍ୟବହାର କରି ଯାତ୍ରୀଙ୍କୁ ଖାଦ୍ୟ ଯୋଗାଉବାର ଦାବି କରୁଥିଲେ। ହେଲେ ବାସ୍ତବରେ ସେହି ଆପ୍ସ୍ କିମ୍ବା ୱେବସାଇଟ୍ ଆଇଆରସିଟିସି ତାଲିକାରେ ମଧ୍ୟ ସାମିଲ ହୋଇନାହାଁନ୍ତି।

ସେମାନେ ଯାତ୍ରୀଙ୍କ ଠାରୁ PNR, ଇମେଲ୍ ଠିକଣା, ମୋବାଇଲ୍ ନମ୍ବର ଏବଂ ପେମେଣ୍ଟ ସମ୍ବନ୍ଧୀୟ ସୂଚନା ସଂଗ୍ରହ କରି ଅର୍ଡର ନେଉଥିଲେ। ବର୍ତ୍ତମାନ ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଏବଂ ଟୁରିଜିମ୍ କର୍ପୋରେସନ୍ (IRCTC) ବେଆଇନ ଇ-କ୍ୟାଟରିଂ (E-Catering) ୱେବସାଇଟ୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏବେ ଆଇଆରସିଟିସି ଅନେକ ଅନଧିକୃତ ୱେବସାଇଟ୍ ଏବଂ ଆପ୍ସ୍ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପ୍ରଥମେ ଚେତାବନୀ, ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ
ଅଧିକାରୀ କହିଛନ୍ତି ଯେ ଏପରି ଆପ୍ସ୍ ଏବଂ ଅନ୍ୟ ଅନ୍ ଲାଇନ୍ ପ୍ଲାଟଫର୍ମ ସମ୍ପର୍କରେ ଜଣାପଡ଼ିବା ପରେ, ବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ ହୋଇଛି। ପ୍ରଥମେ ସେମାନଙ୍କୁ ଏକ ଚେତାବନୀ ଦିଆଯାଇଥିଲା, ଆଉ ପରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। IRCTC ପ୍ରଥମେ ଫେବୃଆରୀ ୧୮ ତାରିଖରେ ବେଆଇନ ୱେବସାଇଟ୍ ଏବଂ ଆପ୍ସ୍ ପରିଚାଳକଙ୍କ ପାଖକୁ ଆଇନଗତ ନୋଟିସ ପଠାଇଥିଲା। ହେଲେ ଯେତେବେଳେ ଏହି ନୋଟିସ୍ ଉପରେ କୌଣସି ଜବାବ ଦିଆ ଯାଇନଥିଲା, ସେତେବେଳେ ପ୍ରଥମେ ମାର୍ଚ୍ଚ ୧୬ ତାରିଖରେ ପ୍ରଥମ ଏବଂ ଅପ୍ରେଲ ୧୧ ତାରିଖରେ ଦ୍ୱିତୀୟ ଅଭିଯୋଗ ଦାଖଲ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅବୈଧ ପରିଚାଳକଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ଏହା ସହ ପଢନ୍ତୁ: ଗ୍ୟାସ୍ ସଂକଟ ବେଳେ ଆଇଆରସିଟିସି ନେଲା ବଡ଼ ନିଷ୍ପତ୍ତି

ଯାତ୍ରୀଙ୍କ ପାଇଁ କ'ଣ ରହିଛି ବିପଦ?

ଜଣେ ବରିଷ୍ଠ IRCTC ଅଧିକାରୀ କହିଛନ୍ତି ଯେ ସାରା ଦେଶରେ କାର୍ଯ୍ୟରତ ଅବୈଧ ଇ-କ୍ୟାଟରିଂ ପ୍ଲାଟଫର୍ମ ବିରୋଧରେ ଏହି ଅଭିଯାନ ରେଳ ଯାତ୍ରୀଙ୍କ ସୁରକ୍ଷା, ସେମାନଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟର ଗୁଣବତ୍ତା ଏବଂ ସେମାନଙ୍କ ତଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆରମ୍ଭ କରାଯାଇଛି। ଏହାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଯାତ୍ରୀଙ୍କୁ ଦୁଇଟି ପ୍ରମୁଖ ବିପଦରୁ ରକ୍ଷା କରିବା। ପ୍ରଥମ ବିପଦ ହେଉଛି ଖାଦ୍ୟ ଗୁଣବତ୍ତା ଏବଂ ସ୍ୱାସ୍ଥ୍ୟ ଜନିତ ବିପଦ। ଏହି ଅନଧିକୃତ ପ୍ଲାଟଫର୍ମ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ମାନଦଣ୍ଡ ପାଳନ କରୁନଥିବା ରେସ୍ତୁରାଁ ଠାରୁ ଖାଦ୍ୟ ସଂଗ୍ରହ କରିଥାନ୍ତି। ଏହି ଖାଦ୍ୟ ଉପଯୁକ୍ତ ଭାବରେ ପ୍ରସ୍ତୁତ ହୋଇନପାରେ। ଖାଦ୍ୟ ବିତରଣ କରୁଥିବା ଏବଂ ଏହି ଖାଦ୍ୟକୁ ପ୍ରସ୍ତୁତ କରୁଥିବା କର୍ମଚାରୀଙ୍କ ବାଧ୍ୟତାମୂଳକ ସ୍ୱାସ୍ଥ୍ୟ ପରୀକ୍ଷା ହୋଇନଥାଏ। ଏପରି ଖାଦ୍ୟ ଖାଇବା ଦ୍ୱାରା ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିପାରେ।

ଅନଲାଇନ୍ ଠକେଇର ଶିକାର ହୋଇପାରନ୍ତି ଯାତ୍ରୀ

ଦ୍ୱିତୀୟ ବିପଦ ହେଉଛି ସାଇବର ଠକେଇ ଏବଂ ଆର୍ଥିକ ବିପଦ। ପ୍ରକୃତରେ ଅର୍ଡର ବୁକ୍ କରିବା ପାଇଁ ଯାତ୍ରୀଙ୍କୁ ସେମାନଙ୍କ PNR, ମୋବାଇଲ୍ ନମ୍ବର, ଇମେଲ୍ ଏବଂ ଦେୟ ପ୍ରଦାନ ସମ୍ପର୍କିତ ସୂଚନା ମଗାଯାଇଥାଏ। ଯାହା ଅନଲାଇନ୍ ଠକେଇ ଏବଂ ତଥ୍ୟ ଚୋରି ହେବାର ଆଶଙ୍କାକୁ ବୃଦ୍ଧି କରିଥାଏ। ଏହା ବ୍ୟତୀତ, ଖାଦ୍ୟ ବିତରଣ ନ ହେବା କିମ୍ବା ବାତିଲ ହେବା କ୍ଷେତ୍ରରେ କୌଣସି ଅଭିଯୋଗ କିମ୍ବା ଉତ୍ତରଦାୟୀ ହେବାର ବ୍ୟବସ୍ଥା ନାହିଁ। ଯାହା ଫଳରେ ଯାତ୍ରୀ ସିଧାସଳଖ ଆର୍ଥିକ କ୍ଷତି ସହିପାରନ୍ତି। ଏହି କାରଣରୁ ଯାତ୍ରୀଙ୍କୁ କେବଳ ସରକାରୀ ଇ-କ୍ୟାଟରିଂ ୱେବସାଇଟ୍, ଫୁଡ୍ ଅନ୍ ଟ୍ରାକ୍ ମୋବାଇଲ୍ ଆପ୍ କିମ୍ବା IRCTC ଦ୍ୱାରା ତାଲିକାଭୂକ୍ତ ଅଧିକୃତ ଖାଦ୍ୟ ପ୍ରଦାନକାରୀ ଏବଂ ବିକ୍ରେତାଙ୍କ ମାଧ୍ୟମରେ ଖାଦ୍ୟ ଅର୍ଡ଼ର କରିବାକୁ ପରାମର୍ଶ ଦିଆଯାଇଛି। ଏହା ସୁରକ୍ଷିତ ଦେୟ, ସ୍ୱଚ୍ଛ ଖାଦ୍ୟ ଏବଂ ସହଜ ଅଭିଯୋଗ ସମାଧାନ ସୁନିଶ୍ଚିତ କରିଥାଏ।

IRCTC ସହିତ ଜଡି଼ତ ପ୍ରମୁଖ ବ୍ରାଣ୍ଡ
ଅନେକ ପ୍ରମୁଖ ଖାଦ୍ୟ ବ୍ରାଣ୍ଡ IRCTC ଇ-କ୍ୟାଟରିଂ ନେଟୱାର୍କ ସହିତ ଜଡି଼ତ ହୋଇଛନ୍ତି। ଯେଉଁଥିରେ ଡୋମିନୋ'ସ୍, ପିଜା ହଟ୍, ମ୍ୟାକଡୋନାଲ୍ଡସ୍, କେଏଫସି, ହଲଦିରାମ, ବିକାନେରୱାଲା, ବେହରୋଜ୍ ବିରିୟାନି, ବିରିୟାନି ବାଇ କିଲୋ ଏବଂ ଫାସୋସ୍ ଭଳି ବ୍ରାଣ୍ଡ ଅନ୍ତର୍ଭୂକ୍ତ ରହିଛି।

ଏହା ସହ ପଢନ୍ତୁ: ଏଲପିଜି ସଂକଟ ବେଳେ ଯାତ୍ରୀଙ୍କ ପାଇଁ ରେଳବାଇର ବଡ଼ ନିଷ୍ପତ୍ତି

ଯାତ୍ରୀଙ୍କ ସିଟ୍‌ ପାଖରେ ପହଞ୍ଚାଯାଏ ଖାଦ୍ୟ
IRCTC କହିଛି ଯେ ୨୦୨୬ ଅପ୍ରେଲ ସୁଦ୍ଧା, ଏହାର ଇ-କ୍ୟାଟରିଂ ସେବା ୪ ଶହରୁ ଅଧିକ ରେଳ ଷ୍ଟେସନ୍‌ ଠାରେ କାର୍ଯ୍ୟକ୍ଷମ ଥିଲା। ଯାହା ୬୭୨୯ ପ୍ରତ୍ୟକ୍ଷ ବିକ୍ରେତା ଏବଂ ୧୩ ଜଣ ଅଧିକୃତ ଖାଦ୍ୟ ପ୍ରଦାନକାରୀଙ୍କ ମାଧ୍ୟମରେ ୫୬୦୪ ରୁ ଅଧିକ ବିକ୍ରେତାଙ୍କ ସହ ଯୋଡ଼ି ହୋଇଥିଲା। ଏହି ସେବା ସଂରକ୍ଷିତ ଟ୍ରେନ୍ ରେ ଯାତ୍ରୀଙ୍କ ସିଟ୍ ପର୍ଯ୍ୟନ୍ତ ଖାଦ୍ୟ ପହଞ୍ଚାଇଥାଏ। ଏହି ସେବା ମାଧ୍ୟମରେ ପ୍ରତିଦିନ ହାରାହାରି ୧ ଲକ୍ଷ ୫୫ ହଜାରରୁ ଅଧିକ ଖାଦ୍ୟ ଅର୍ଡର କରାଯାଇଥିଲା।

ଆଇଆରସିଟିସି ଏହି ୱେବସାଇଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି...
railrestro.com
railrestro.in
railmitra.com
travelkhana.com
trainscafe.com
dibrail.com
railfood.net
comesum.com
travelerfood.com
foodontrack.in
ecatering.app
khanaonline.in
trainway.in
railmeal.com
trainmenu.com



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored