Indian Railways New PRS System / ଟ୍ରେନ୍ ଟିକେଟ୍ ବୁକିଂ ହେବ ୫ ଗୁଣା ଦ୍ରୁତ, ୨୨୦୦ ଟ୍ରେନ୍ ପାଇଁ ନୂଆ PRS ସିଷ୍ଟମ୍
·53 mins ago·3 min read

Key Points
ଭାରତୀୟ ରେଳବାଇ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା (PRS)କୁ ଅପଗ୍ରେଡ୍ କରିଛି। ପ୍ରାୟ ୨୨୦୦ ଟ୍ରେନ୍ର ତଥ୍ୟ ନୂଆ କ୍ଲାଉଡ୍ ଆଧାରିତ ସିଷ୍ଟମ୍କୁ ସ୍ଥାନାନ୍ତର ହୋଇଛି। ଏହାଦ୍ୱାରା ଟିକେଟ୍ ବୁକିଂ ୫ ଗୁଣା ଦ୍ରୁତ ହେବା ସହ ତତ୍କାଳ ବୁକିଂ, ସିଟ୍ ଯାଞ୍ଚ ଓ ଅନଲାଇନ୍ ରିଜର୍ଭେସନ୍ ପ୍ରକ୍ରିୟା ଅଧିକ ସହଜ ହେବ।
ଦିଲ୍ଲୀ (16/11): ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥାରେ (PRS) ଏକ ବଡ଼ ପରିବର୍ତ୍ତନ କରିଛି ଭାରତୀୟ ରେଳବାଇ। ଏବେ ଯାତ୍ରୀ ଟିକେଟ୍ ବୁକିଂ କରିବା ସମୟରେ ଦେୟ ପ୍ରଦାନରେ ବିଫଳତା (Payment Failed), ସର୍ଭର କ୍ରାସ୍ (Server Crash) ଏବଂ ଟିକେଟ୍ ବୁକିଂ (Ticket Booking) ପାଇଁ ଲମ୍ବା ଲାଇନ୍ ଲଗାଇବାକୁ ପଡ଼ିବ ନାହିଁ। ଏଥିପାଇଁ ପ୍ରାୟ ୨ ହଜାରରୁ ଅଧିକ ପାଖାପାଖି ୨୨୦୦ ଟ୍ରେନ୍ ର ସମ୍ପୂର୍ଣ୍ଣ ସୂଚନା ଅପଡେଟ୍ ହୋଇଥିବା PRS (Passenger Reservation System) ପାଖକୁ ସ୍ଥାନାନ୍ତରିତ କରାଯାଇଛି। ଯାହା ଫଳରେ ଟ୍ରେନ ଟିକେଟ୍ ବୁକିଂ (Train Ticket Booking) ସହଜ ହୋଇଛି। ଏହି ସମସ୍ତ ଏକ୍ସପ୍ରେସ୍ ଏବଂ ମେଲ୍ ଟ୍ରେନ୍ ତଥ୍ୟ ସେଣ୍ଟର ଫର୍ ରେଲୱେ ଇନଫର୍ମେସନ ସିଷ୍ଟମ (CRIS) ର ପରବର୍ତ୍ତୀ ପିଢ଼ିର PRS ବ୍ୟବସ୍ଥାକୁ ସ୍ଥାନାନ୍ତରିତ କରାଯାଇଛି। ଯାହା IRCTC ୱେବସାଇଟ୍ ଏବଂ ବୁକିଂ କାଉଣ୍ଟର ଠାରେ ଟିକେଟ୍ ବୁକିଂ ପ୍ରକ୍ରିୟାକୁ ୫ ଗୁଣ ପର୍ଯ୍ୟନ୍ତ ଦ୍ରୁତ କରିବ।
୩୦ ବର୍ଷ ପୁରୁଣା ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ
ଭାରତୀୟ ରେଳବାଇର ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା (PRS) ଗତ ୨୦୧୦ ମସିହାରୁ ଏକ ପୁରୁଣା ସର୍ଭର (Old Server) ଏବଂ Open VMS Platforms ଅଧିନରେ କାର୍ଯ୍ୟ କରୁଛି। ଟିକେଟ୍ ପାଇଁ ବର୍ଦ୍ଧିତ ଦୈନିକ ଚାହିଦା ଏବଂ ପର୍ବପର୍ବାଣୀ ସମୟରେ ସାଇଟ୍ ଉପରେ ପଡୁଥିବା ବର୍ଦ୍ଧିତ ଲୋଡ୍ ଯୋଗୁଁ ଏହି ସଂରକ୍ଷଣ ବ୍ୟବସ୍ଥା ପ୍ରାୟତଃ ଧିର ହୋଇଯାଏ। ଯାହା ତତ୍କାଳ ବୁକିଂ ପ୍ରକ୍ରିୟାରେ ଅନେକ ସମସ୍ୟା ସୃଷ୍ଟି କରିଥାଏ। ନୂତନ ସଂରକ୍ଷଣ ବ୍ୟବସ୍ଥା ସର୍ବୋତ୍ତମ Cloud Native Platform ଉପରେ ଆଧାରିତ Micro Services ବ୍ୟବହାର କରିଥାଏ। ଯାହା ଟିକେଟ ବୁକିଂ ସାଇଟ୍ ଉପରେ ପଡୁଥିବା ବର୍ଦ୍ଧିତ ଲୋଡ୍ ସହିତ ନିଜର କ୍ଷମତା ବଢାଇ ପାରିବ।
ନୂତନ PRS ବ୍ୟବସ୍ଥାର ବୈଶିଷ୍ଟ୍ୟ
IRCTC ପ୍ରତି ମିନିଟ୍ ପିଛା ୧.୫ ଲକ୍ଷରୁ ଅଧିକ ଟିକେଟ ବୁକିଂ କରିଥାଏ। ପୁରୁଣା PRS ବ୍ୟବସ୍ଥା ପ୍ରତି ମିନିଟ ପିଛା କେବଳ ୩୨ ହଜାର ଟିକେଟ ବୁକ୍ କରି ପାରୁଥିଲା। ନୂତନ ସଂରକ୍ଷଣ ବ୍ୟବସ୍ଥା ପ୍ରତି ମିନିଟ ପିଛା ଦେଢ ଲକ୍ଷରୁ (୧,୫୦,୦୦୦) ଅଧିକ ଟିକେଟ ବୁକ୍ କରିବାର କ୍ଷମତା ରଖିଛି। ଯାହା ବୁକିଂ ଲୋଡ୍ (Booking Load) ହ୍ରାସ କରିବ। ଏହା ସହିତ ସାଧାରଣ ଲୋକ ମଧ୍ୟ ଜରୁରୀ ସମୟରେ ତୁରନ୍ତ ତତ୍କାଳ ଟିକେଟ ବୁକିଂ କରିପାରିବେ। ବର୍ତ୍ତମାନ, ମୋବାଇଲ୍ ମାଧ୍ୟମରେ ତତ୍କାଳ ଟିକେଟ ବୁକ୍ କରିବାରେ ପ୍ରାୟତଃ ବହୁତ ସମୟ ଲାଗୁଛି।
ଏହା ସହ ପଢନ୍ତୁ: ଅନଧିକୃତ ଇ-କ୍ୟାଟରିଂ ପ୍ଲାଟଫର୍ମ ବିରୋଧରେ ଆରମ୍ଭ ହୋଇଗଲା ଆଇଆରସିଟିସି ଆକ୍ସନ
ରେଳବାଇର Inquiry ବ୍ୟବସ୍ଥା ସହଜ ହେବ
ରିଜର୍ଭେସନ୍ (Reservation) ପାଇଁ ନୂତନ Cloud System ପ୍ରତି ମିନିଟ ପିଛା ୪୦ ଲକ୍ଷରୁ ଅଧିକ Live Inquiry କରିପାରିବ। ଯେତେବେଳେ ପୁରୁଣାା ବ୍ୟବସ୍ଥାର କ୍ଷମତା କେବଳ ୪ ଲକ୍ଷ ରହିଥିଲା। ଏହି ନୂତନ ପ୍ରକ୍ରିୟା ପ୍ରାୟ ୧୦ ଗୁଣ ଅଧିକ ପ୍ରକ୍ରିୟାକରଣ (Processing) କରିବାକୁ ସକ୍ଷମ ହେବ। ସଂରକ୍ଷଣ ବ୍ୟବସ୍ଥାରେ ନୂତନ Upgrade ପରେ, ରେଳ ଯାତ୍ରୀ ସେମାନଙ୍କ ଇଚ୍ଛା ଅନୁଯାୟୀ ସିଟ୍ ସହଜରେ ବାଛିପାରିବେ। IRCTC ୱେବସାଇଟ୍ ରେ ଶସ୍ତା ଭଡ଼ା ରହିଥିବା ଦିନର ଏକ ତାଲିକା ମଧ୍ୟ ପ୍ରଦର୍ଶିତ କରିବ। ଯାହା ଦ୍ୱାରା ଯାତ୍ରୀ କମ୍ ଭଡ଼ାରେ ଯାତ୍ରା କରିପାରିବେ। System ରେ ଆଧାର ଏବଂ OTP ଯାଞ୍ଚକୁ ମଧ୍ୟ ସୁଦୃଢ଼ କରାଯାଇଛି। ଯାହା ଦଲାଲ ଏବଂ ସ୍ୱୟଂଚାଳିତ ଟିକେଟ ବୁକିଂ Bot କୁ ଅବରୋଧ କରିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
IRCTC ର ନୂତନ ୱେବସାଇଟ୍ ବୁକିଂ ପ୍ରକ୍ରିୟା
IRCTC ର ନୂତନ ୱେବସାଇଟ୍ ବୁକିଂ ପ୍ରକ୍ରିୟାକୁ ମଧ୍ୟ ହ୍ରାସ କରିଥାଏ। ଯାହା ସାଧାରଣ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଟିକେଟ ବୁକିଂ କରିବା ସହଜ କରିଥାଏ। ଦେଶରେ ୧୯୮୬ ମସିହାରେ କମ୍ପ୍ୟୁଟରାଇଜଡ୍ ରେଳବାଇ ରିଜର୍ଭେସନ୍ (Computerized Railway Reservation) ଆରମ୍ଭ ହୋଇଥିଲା। ଗତସ ୨୦୦୨ ମସିହାରେ ଅନଲାଇନ୍ ଟିକେଟ ବୁକିଂ (Online Ticket Booking) ଆରମ୍ଭ ହୋଇଥିଲା। ଆଜି ୨୪ ବର୍ଷ ପରେ ୯୦ ପ୍ରତିଶତ ଟିକେଟ ଅନଲାଇନ୍ ମାଧ୍ୟମରେ ବୁକିଂ ହେଉଛି।