Ayodhya Ram Mandir / ବଦଳିବ ରାମ ମନ୍ଦିର ପରିଚାଳନା; ଲାଗୁ ହେବ ନୂଆ ବ୍ୟବସ୍ଥା
·2 weeks ago·3 min read

Key Points
ଅଯୋଧ୍ୟାର ରାମ ମନ୍ଦିରରେ କର୍ମଚାରୀଙ୍କ ଉପସ୍ଥିତି ଏବଂ କାର୍ଯ୍ୟଶୈଳୀ ଉପରେ ନଜର ରଖିବା ପାଇଁ ଏକ Face Reading ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ମନ୍ଦିର ଟ୍ରଷ୍ଟ ପ୍ରବେଶ-ପ୍ରସ୍ଥାନ ରେକର୍ଡିଂ, ସିସିଟିଭି ନଜର ରଖିବା ଏବଂ ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି।
Ayodhya Ram Mandir new security system: ଅଯୋଧ୍ୟା ସ୍ଥିତ ରାମ ମନ୍ଦିରର ପରିଚାଳନା ବ୍ୟବସ୍ଥା। ମନ୍ଦିର ପରିସର ଏବଂ ଏହାର ବିଭିନ୍ନ ସେବା କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ତଦାରଖ ବ୍ୟବସ୍ଥାକୁ ଆହୁରି ମଜବୁତ କରାଯାଉଛି। ନୂତନ ବ୍ୟବସ୍ଥା ଅନୁଯାୟୀ, ଏଠାରେ କାର୍ଯ୍ୟରତ ପ୍ରତ୍ୟେକ କର୍ମଚାରୀଙ୍କ Face Reading ମାଧ୍ୟମରେ ଉପସ୍ଥିତି ରେକର୍ଡ କରାଯିବ। କାର୍ଯ୍ୟ ସରିବା ପରେ ମନ୍ଦିର ପରିସର ଛାଡିବା ସମୟରେ ପୁନର୍ବାର Face Reading ବାଧ୍ୟତାମୂଳକ ଭାବରେ କରାଯିବ। ଏହା ସହିତ, ସମଗ୍ର ମନ୍ଦିର ପରିସରରେ ସ୍ଥାପିତ ସିସିଟିଭି କ୍ୟାମେରା ମାଧ୍ୟମରେ କର୍ମଚାରୀଙ୍କ କାର୍ଯ୍ୟକଳାପ ଉପରେ ନିରନ୍ତର ସତର୍କ ନଜର ରଖାଯିବ। ନୂଆ ବ୍ୟବସ୍ଥା ଲାଗୁ କରିବାର ଉଦ୍ଦେଶ୍ୟ ହେଉଛି ମନ୍ଦିରରେ ଶୃଙ୍ଖଳା ବଜାୟ ରଖିବା, ପରିଚାଳନା ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ଏବଂ ସେବା ବ୍ୟବସ୍ଥାକୁ ଉନ୍ନତ କରିବା। ଏକଥା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।
ପ୍ରବେଶ ଏବଂ ପ୍ରସ୍ଥାନ ଉଭୟ ସମୟରେ କରାଯିବ Face Reading
ନୂତନ ବ୍ୟବସ୍ଥା ଅନୁଯାୟୀ, ଯେତେବେଳେ ଜଣେ କର୍ମଚାରୀ ମନ୍ଦିର ପରିସର କିମ୍ବା ଏହାର ଯେକୌଣସି ସେବା କେନ୍ଦ୍ରରେ ପ୍ରବେଶ କରିବେ, ସେତେବେଳେ ପ୍ରଥମେ ତାଙ୍କର Face Reading କରାଯିବ। ଏପରି କରିବା ଉଦ୍ଦେଶ୍ୟରେ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ମେସିନ୍ ଲଗାଯାଇଛି। କର୍ମଚାରୀ ସେମାନଙ୍କର କାର୍ଯ୍ୟ ସମାପ୍ତ କରିବା ପରେ ପ୍ରସ୍ଥାନ କରିବା ସମୟରେ ମଧ୍ୟ ସମାନ ପ୍ରକ୍ରିୟା ପାଳନ କରିବେ ଅର୍ଥାତ ପୁନର୍ବାର ତାଙ୍କର Face Reading କରାଯିବ। ଏହା ବ୍ୟତୀତ ଯିବା-ଆସିବା ସମୟ ମଧ୍ୟ ଏକ ରେଜିଷ୍ଟରରେ ରେକର୍ଡ଼ କରାଯିବ। ଯାହା ଫଳରେ କର୍ମଚାରୀଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରାଯାଇ ପାରିବ।
ଏହା ସହ ପଢନ୍ତୁ: ରାମ ମନ୍ଦିରରେ ଲାଗୁ ହେଲା ନୂଆ ଡ୍ରେସ୍ କୋଡ୍; ପୀତ ବସ୍ତ୍ରରେ ନଜର ଆସିବେ ପୁରୋହିତ-ଅର୍ଚ୍ଚକ
ସିସି ଟିଭି କ୍ୟାମେରା ମାଧ୍ୟମରେ ରଖାଯିବ ନଜର
ଟ୍ରଷ୍ଟ କର୍ମଚାରୀଙ୍କ ଉପରେ ନିୟମିତ ଭାବରେ ନଜର ରଖିବା ପାଇଁ ଏକ ବ୍ୟାପକ ସିସିଟିଭି ନେଟୱାର୍କ (CCTV Network) ସ୍ଥାପନ କରିଛି। ସମଗ୍ର ରାମ ମନ୍ଦିର ପରିସରରେ, ରାମଘାଟ କର୍ମଶାଳା, ତୀର୍ଥଯାତ୍ରା ସୁବିଧା କେନ୍ଦ୍ର, ତୀର୍ଥଯାତ୍ରା ସେବା କେନ୍ଦ୍ର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କ୍ୟାମେରା ଲଗାଯାଇଛି। ଏହି କ୍ୟାମେରା କର୍ମଚାରୀଙ୍କ ଉପସ୍ଥିତି, ସେମାନଙ୍କ କାର୍ଯ୍ୟଶୈଳୀ ଏବଂ ଡ୍ୟୁଟି ସମୟରେ ସେମାନଙ୍କର ସମସ୍ତ କାର୍ଯ୍ୟକଳାପର ଡିଜିଟାଲ୍ ରେକର୍ଡ ବଜାୟ ରଖିବ। ଟ୍ରଷ୍ଟ କହିବା ଅନୁସାରେ ଏହା ଦ୍ୱାରା କାର୍ଯ୍ୟ ବ୍ୟବସ୍ଥାକୁ ଆହୁରି ଅଧିକ ପ୍ରଭାବଶାଳୀ ଏବଂ ଉତ୍ତରଦାୟୀ କରାଯାଇ ପାରିବ।
ବିଳମ୍ବ ଏବଂ ଅନୁପସ୍ଥିତି ବିରୋଧରେ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ
ନୂତନ ବ୍ୟବସ୍ଥା ଅନୁଯାୟୀ, ନିୟମିତ ଭାବରେ ବିଳମ୍ବରେ ପହଞ୍ଚୁଥିବା କିମ୍ବା କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା କର୍ମଚାରୀଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯିବ। ଟ୍ରଷ୍ଟ ଏଥିପାଇଁ ଏକ ସ୍ପଷ୍ଟ ପ୍ରକ୍ରିୟା ସ୍ଥାପନ କରିଛି। ଯଦି ଜଣେ କର୍ମଚାରୀ ବାରମ୍ବାର ବିଳମ୍ବ କରନ୍ତି କିମ୍ବା ତାଙ୍କୁ ନ୍ୟସ୍ତ କରାଯାଇଥିବା ଦାୟିତ୍ୱ ଏଡାଇବାକୁ ଚେଷ୍ଟା କରନ୍ତି, ତାହେଲେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ। ସମ୍ପୃକ୍ତ କର୍ମଚାରୀଙ୍କ ଠାରୁ ଏକ ଲିଖିତ ସ୍ପଷ୍ଟୀକରଣ ମଧ୍ୟ ମଗାଯିବ ଏବଂ ଆବଶ୍ୟକ ହେଲେ ଆହୁରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ରାମ ମନ୍ଦିରରେ ଆରତୀ-ଦର୍ଶନ ପାଇଁ କିପରି-କେବେ ମିଳିବ ପାସ୍? କ'ଣ ରହିଛି ପ୍ରକ୍ରିୟା
ରାମ ମନ୍ଦିରରେ କାର୍ଯ୍ୟରତ ଅଛନ୍ତି ହଜାରରୁ ଅଧିକ କର୍ମଚାରୀ
ବର୍ତ୍ତମାନ ହଜାରରୁ ଅଧିକ କର୍ମଚାରୀ ରାମ ମନ୍ଦିର ଏବଂ ଏହା ସହିତ ଜଡି଼ତ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଏଥିରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସହ ଜଡ଼ିତ ୨୫୦ ରୁ ଅଧିକ କର୍ମଚାରୀ ସାମିଲ ଅଛନ୍ତି, ଯେଉଁମାନେ ବିଭିନ୍ନ ୟୁନିଟ୍ ଅଧିନରେ କାର୍ଯ୍ୟ କରୁଛନ୍ତି। ଏହା ସହିତ ଘରୋଇ ସଂସ୍ଥାର ୩ ଶହରୁ ଅଧିକ ସୁରକ୍ଷା କର୍ମୀ ମନ୍ଦିର ପରିସରରେ ନିୟୋଜିତ ହୋଇଛନ୍ତି। ଅନେକ ଅବସରପ୍ରାପ୍ତ ସାମରିକ କର୍ମଚାରୀ ମଧ୍ୟ ସୁରକ୍ଷା ଏବଂ ପରିଚାଳନା ଦାୟିତ୍ୱ ନିର୍ବାହ କରୁଛନ୍ତି।

Related Topics
Explore more stories