Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚମତ୍କାର ଘଟଣା ! ଏକେବେଳେ ୩ ଶିଶୁ; ଚର୍ଚ୍ଚାରେ କାଞ୍ଚନଙ୍କ ନର୍ମାଲ ଡେଲିଭରି

Viral stories

Medical Miracle / ଚମତ୍କାର ଘଟଣା ! ଏକେବେଳେ ୩ ଶିଶୁ; ଚର୍ଚ୍ଚାରେ କାଞ୍ଚନଙ୍କ ନର୍ମାଲ ଡେଲିଭରି

Debashree Debasmita Sahoo
Browse all articles by Debashree Debasmita Sahoo
·1 day ago·2 min read
ଚମତ୍କାର ଘଟଣା ! ଏକେବେଳେ ୩ ଶିଶୁ; ଚର୍ଚ୍ଚାରେ କାଞ୍ଚନଙ୍କ ନର୍ମାଲ ଡେଲିଭରି
Triplets Delivery

Key Points

ନର୍ମାଲ ଡେଲିଭରିରେ ଜନ୍ମନେଲେ ୩ ଶିଶୁ
କାଞ୍ଚନଙ୍କ ପ୍ରସବକୁ ନେଇ ଏବେ ସବୁଠି ଚର୍ଚ୍ଚା
ସମୟ ବଦଳିବା ସହିତ ପ୍ରସବର ଯେପରି ପରିଭାଷା ବଦଳିଛି । ସମ୍ପ୍ରତି ବୃଦ୍ଧି ପାଇଛି ସିଜରିଆନ ପ୍ରସବ । ବର୍ତ୍ତମାନ ପ୍ରସବ କହିଲେ ଯେମିତି ସିଜରିଆନ୍ । ସଂଖ୍ୟା ଏତେ ଯେ, ପଛରେ ପଡିଲାଣି ନର୍ମାଲ ଡେଲିଭରି । କିନ୍ତୁ ଆପଣଙ୍କୁ ଏହି ଖବର ନିହାତି ଆଶ୍ଚର୍ଯ୍ୟ କରିବ । ଏଠାର ନର୍ମାଲ ଡେଲିଭରିରେ ଏକାଥରେ ୩ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି କାଞ୍ଚନ । ଦେଢ ଘଣ୍ଟାର ପ୍ରସବ ଯନ୍ତ୍ରଣା ପରେ ସେ ୩ଟି ନବଜାତଙ୍କ ମାଆ ହୋଇପାରିଛନ୍ତି । ପ୍ରସବ ପରେ ଉଭୟ କାଞ୍ଚନ ଓ ତାଙ୍କ ଶିଶୁ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ଏହା ଟ୍ରିପଲେଟ୍ସ ଘଟଣାରେ ବିରଳ ବୋଲି କୁହାଯାଉଛି ।

ମଧ୍ୟପ୍ରଦେଶ ସତନା ଜିଲ୍ଲା ହସ୍ପିଟାଲରୁ ଏହି ବିରଳ ଘଟଣା ଆସିଛି । ପନ୍ନା ଜିଲ୍ଲାର ସଲେହା ଅଞ୍ଚଳରେ ରୁହନ୍ତି ୩୪ ବର୍ଷୀୟ କାଞ୍ଚନ ସୋନି । ତାଙ୍କ ଘରକୁ ଆସିଛି ଟ୍ରିପଲ୍ ଖୁସି । ସେ ଏକାଥରେ ୩ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ତାଙ୍କ ଡେଲିଭରି ଖବର ଏବେ ଜିଲ୍ଲା ସମେତ ଚାରିଆଡ଼େ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ନର୍ମାଲ ଡେଲିଭରି, ପୁଣି ଏକାଥରେ ୩ ଶିଶୁଙ୍କୁ ଜନ୍ମ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । କାରଣ ଏବେ ଅଧିକାଂଶ ଗର୍ଭବତୀ ସିଜରିଆନ ଉପାୟରେ ମାଆ ହେଉଥିବା ଦେଖାଯାଉଛି ।

  • ଦେଢ ଘଣ୍ଟାରେ ଜନ୍ମନେଲେ ୩ ଶିଶୁ
ଗତ ଏପ୍ରିଲ ୨୭ ତାରିଖରେ ପ୍ରସବ ଯନ୍ତ୍ରଣା ପରେ କାଞ୍ଚନ ସତନା ଜିଲ୍ଲା ହସ୍ପିଟାଲରେ ପହଞ୍ଚିଥିଲେ । ତାଙ୍କୁ ଦେଢ ଘଣ୍ଟାର ପ୍ରସବ ଯନ୍ତ୍ରଣା ହୋଇଥିଲା । ରାତି ପ୍ରାୟ ୧୦.୩୪ଟାରେ ପ୍ରଥମ ଶିଶୁପୁତ୍ର ଜନ୍ମ ନେଇଥିଲା । ଏହାର ଠିକ୍ ୧୧ ମିନିଟ୍ ଅର୍ଥାତ୍ ୧୦.୪୫ଟାରେ ଦ୍ଵିତୀୟ ଶିଶୁପୁତ୍ର ଜନ୍ମ ନେଇଥିଲା । ଏହାର ପ୍ରାୟ ୧ ଘଣ୍ଟା ପରେ ୧୧.୫୭ଟାରେ କାଞ୍ଚନ ଆଉ ଏକ ପୁତ୍ରକୁ ଜନ୍ମ ଦେଇଥିଲେ । ୩ ଶିଶୁଙ୍କର ଓଜନ ସୁସ୍ଥ ସ୍ଵାସ୍ଥ୍ୟ ଦୃଷ୍ଟିରୁ ସ୍ଵାଭାବିକ, ଯାହାକି ଯଥାକ୍ରମେ ୨ କେଜି, ୨କେଜି ୩୦୦ ଗ୍ରାମ ଓ ୨ କେଜି ୬୫୦ ଗ୍ରାମ ଅଛି ।

  • ପୂର୍ବରୁ ଥିଲେ ୪ ଶିଶୁ
ସ୍ତ୍ରୀ ରୋଗ ବିଶେଷଜ୍ଞ ବିଭାଗର ମୁଖ୍ୟ ଡକ୍ଟର ମଞ୍ଜୁ ସିଂହଙ୍କ କହିବାନୁସାରେ, ମାଆ ଓ ୩ଟି ଶିଶୁପୁତ୍ର ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଏବଂ ଏବେ ସେମାନଙ୍କୁ ପିଏନସି ୱାର୍ଡରେ ସ୍ଵତନ୍ତ୍ର ନିରୀକ୍ଷଣରେ ରଖାଯାଇଛି । ଆଶ୍ଚର୍ଯ୍ୟକର କଥା ହେଉଛି, ଏହା ପୂର୍ବରୁ କାଞ୍ଚନ ସୋନିଙ୍କ ପୂର୍ବରୁ ୪ଟି ଶିଶୁ (୧୧,୯,୭ ଓ ୫ ବର୍ଷର) ଅଛନ୍ତି । ଏବେ ଆଉ ୩ ଶିଶୁ ଜନ୍ମ ନେବା ପରେ କାଞ୍ଚନଙ୍କ ମୋଟ ସନ୍ତାନ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

ପଢନ୍ତୁ ଏହି ଖବର: ଟଏଲେଟରେ ଡେଲିଭରି; କୁଆଁ କୁଆଁ ରାବ ପୂର୍ବରୁ କାଟିଲା ବେକ, ଶିଶୁକୁ ମାରିଲା ଫ୍ଲସ୍

ତେବେ ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ପରିବାର ନିୟୋଜନ କାର୍ଯ୍ୟକ୍ରମ ଲାଗି ବେଶ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଗୋଟିଏ ପଟେ ସରକାର 'ଆମେ ଦୁଇ ଆମର ଦୁଇ' ନାରା ଦେଉଥିବାବେଳେ ଅନ୍ୟପଟେ କାଞ୍ଚନ ଏବେ ୭ଟି ଶିଶୁର ମାଆ ହୋଇଛନ୍ତି । ଏଠାରେ କହିରଖୁଛୁ କି, କାଞ୍ଚନଙ୍କ ପରିବାର ଗର୍ଭାବସ୍ଥାର ୫ ମାସରୁ ସୋନାଗ୍ରାଫି ଦ୍ଵାରା ଜାଣିପାରିଥିଲେ ଯେ କାଞ୍ଚନ ଏକାବେଳେ ୩ଟି ଶିଶୁଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି । ଏହି ଟ୍ରିପଲେଟ୍ ପ୍ରସବ ଏବେ ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Madhya Pradesh Woman Delivers Triplets Through Normal Delivery | Argus News