Emirates Cabin Crew / ହୃଦୟ ଜିତିଲା ନିରୀହତା; ଫ୍ଲାଇଟରେ ଯାତ୍ରୀଙ୍କ କଥା ବୁଝିଲେ କୁନି ଏୟାରହୋଷ୍ଟେସ
·1 hour ago·2 min read

Key Points
ଫ୍ଲାଇଟରେ ସମସ୍ତଙ୍କ ହୃଦୟ ଜିତିଲା ନିରୀହତା
ଆତ୍ମବିଶ୍ଵାସ, ବଡ଼ ସ୍ବପ୍ନର କଥା କହିଲେ କୁନି ଏୟାର ହୋଷ୍ଟେସ୍

ଆପଣ ନିଶ୍ଚୟ ବିମାନରେ ଯାତ୍ରା କରିଥିବେ । ବିମାନରେ ଯାତ୍ରୀଙ୍କ ଭଲମନ୍ଦ ବୁଝିବା ଲାଗି ଏୟାର ହୋଷ୍ଟେସ୍ ରହିଥାନ୍ତି । କେବେ ଆପଣ ଫ୍ଲାଇଟରେ କୁନି ଏୟାର ହୋଷ୍ଟେସକୁ ଦେଖିଛନ୍ତି କି ? ନିକଟରେ ଆରବ ଏମିରେଟ୍ସରେ ଏପରି କିଛି ଦୃଶ୍ୟ ଦିଶିଥିଲା, ଯାହା ସମସ୍ତ ଯାତ୍ରୀଙ୍କ ହୃଦୟ ଜିତିଥିଲା । ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଲକ୍ଷ ଲକ୍ଷ ୟୁଜରଙ୍କ ହୃଦୟ ଜିତିଛି । କୁନି ଏୟାର ହୋଷ୍ଟେସ୍ ଆତ୍ମବିଶ୍ଵାସର ସହିତ ଏମିରେଟ୍ସ ଫ୍ଲାଇଟରେ କ୍ୟାବିନ କ୍ରୁଙ୍କ ସାହାଯ୍ୟ କରୁଥିବା ନଜର ଆସିଛି ।
ଏହି କୁନି ଏୟାର ହୋଷ୍ଟେସର ନାଁ ହେଉଛି ଆୟଲା । ସେ ଏମିରେଟ୍ସର ୟୁନିଫର୍ମ ପିନ୍ଧି ପୂରା ପ୍ରଫେସନାଲ କ୍ୟାବିନ କ୍ରୁଙ୍କ ପରି ଯାତ୍ରୀଙ୍କ ସ୍ଵାଗତ କରିଥିଲା, ଖାଦ୍ୟ ପରଷିଥିଲା ଓ ଫ୍ଲାଇଟ ଚାଲିବା ସମୟରେ ଅନ୍ୟ ଏୟାର ହୋଷ୍ଟେସଙ୍କୁ ସାହାଯ୍ୟ କରିଥିଲା । ଏହି ଭିଡିଓଟି ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ପୋଷ୍ଟରେ, ଏହା ଆୟଲାଙ୍କ ଏମିରେଟ୍ସ କ୍ୟାବିନ କ୍ରୁ ଭାବେ ଦ୍ଵିତୀୟ ସିଫ୍ଟ ଥିଲା । ସେ ସିଙ୍ଗାପୁରରୁ ଦୁବାଇ ଯାଉଥିବା EK-315 ଫ୍ଲାଇଟରେ ପୂରା ଯାତ୍ରାରେ କ୍ରୁଙ୍କ ସାହାଯ୍ୟ କରିଥିଲା ।
ଭିଡିଓରେ ଆୟଲା ଟ୍ରଲି ଧରି ଯାତ୍ରୀଙ୍କ ସହିତ ଆସିଥିଲା । ଫ୍ଲାଇଟରେ ପ୍ରବେଶ କରିବା ପରେ ଅନ୍ୟ କ୍ୟାବିନ କ୍ରୁ ତାକୁ କ୍ୟାପ୍ ପିନ୍ଧାଇବା ସହ ବ୍ୟାଜ୍ ମଧ୍ୟ ୟୁନିଫର୍ମରେ ଲଗାଇଥିଲେ । ଏହାପରେ ସେ ହସି ହସି ଯାତ୍ରୀଙ୍କ ସ୍ଵାଗତ କରେ ଏବଂ ଏମିରେଟ୍ସକୁ ସମସ୍ତ ଯାତ୍ରୀଙ୍କୁ ସ୍ଵାଗତ କରିଥାଏ । ଏହାପରେ ସେ ଯାତ୍ରୀଙ୍କୁ ଚା' ଓ ଖାଦ୍ୟ ପରଷେ । ଫ୍ଲାଇଟ୍ ଅବତରଣ କରିବା ପରେ ଯାତ୍ରୀମାନେ ବ୍ୟବହାର କରିଥିବା ଟ୍ରେ ଓ ହେଡଫୋନକୁ ଏକାଠି କରିବା ପରି କାମ ମଧ୍ୟ କରେ । ଆୟଲାର ଆତ୍ମବିଶ୍ଵାସ ଓ କୁନି ବୟସରେ ଏହି କାମ ସମସ୍ତଙ୍କ ହୃଦୟ ଜିତିଛି । ଦେଖନ୍ତୁ ଭାଇରାଲ ଭିଡିଓ:
ପଢନ୍ତୁ ଏହି ଖବର: ଦରମା ୬୦ଲକ୍ଷ, ମିଳୁନି ବର; ବ୍ରାଇଡ୍ ମାର୍କେଟରେ କାନ୍ଦିଲେ, କହିଲେ 'ମୁଁ କୋଉ ଗୁଣରେ କମ'...

- ପିଲାଦିନୁ ଏୟାର ହୋଷ୍ଟେସ ହେବା ସ୍ଵପ୍ନ
ପଢନ୍ତୁ ଏହି ଖବର: ଦରମା ୬୦ଲକ୍ଷ, ମିଳୁନି ବର; ବ୍ରାଇଡ୍ ମାର୍କେଟରେ କାନ୍ଦିଲେ, କହିଲେ 'ମୁଁ କୋଉ ଗୁଣରେ କମ'...
- 'ଦୁନିଆର ସବୁଠୁ କ୍ୟୁଟ୍ କ୍ୟାବିନ କ୍ରୁ'
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories